ଏନ୍‌ଜେନ୍‌ କର୍ମଚାରୀଙ୍କ ୪ ଦଫା ସମସ୍ୟାର ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ 

କେନ୍ଦ୍ରାପଡା ଅଫିସ, ୧୯ା୯: ୪ ଦଫା ଦାବି ନେଇ ଏନ୍‌ଜେନ୍‌ କର୍ମଚାରୀ ତଥା ଇଲେକ୍‌ଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ବୁଧବାର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ଜିଲା ସଭାପତି ଦେବଦାସ ମହାନ୍ତି କୁହନ୍ତି, କେନ୍ଦ୍ରାପଡା ଜିଲାରେ ବିଦ୍ୟୁତ ବ୍ୟବସ୍ଥାର ସୁପରିଚାଳନା ପାଇଁ ଏନ୍‌ଜେନ୍‌ ଗ୍ଲୋବାଲ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ ଅଧୀନରେ ୮୦୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି । ଦୀର୍ଘ ୧୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ଏହି ଶ୍ରମିକମାନେ ମିଟର ରିଡିଂ କରିବା ସହ ବିଲ କଲେକସନ୍‌ ଦାୟିତ୍ୱରେ ରହିଛନ୍ତି। ଏବେ ରାଜ୍ୟ ସରକାର ଏହି ଦାୟିତ୍ୱ ଏସଏସଜିଙ୍କୁ ଦେବା ପାଇଁ ସ୍ଥିର କରିଛନ୍ତି, ଯାହା ଏହି ଶ୍ରମିକଙ୍କ ଆର୍ଥିକ ଦୁର୍ଗତିର କାରଣ ହେବ । ସେହିପରି ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ, ଶ୍ରମିକଙ୍କୁ ଇପିଏଫ, ଇଏସଆଇରେ ସାମିଲ କରିବା, ସରକାରୀ ନିଯୁକ୍ତି ଅନୁଯାୟୀ ଉପଯୁକ୍ତ ବ୍ୟବହାର ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରାଯାଇଛି ବୋଲି ସଭାପତି ମହାନ୍ତି କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ପୂର୍ବରୁ ସଂଘର ୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସହରର ତିନି ମୁହାଣି ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାଇକ୍‌ ରାଲି କରିଥିଲେ । ସଂଘର କାର୍ଯ୍ୟକର୍ତ୍ତା ଦଇତାରି ସେଠୀ, କୃଷ୍ଣ ଚନ୍ଦ୍ର ମଲ୍ଲିକ, ଶିଶିର କୁମାର ନାୟକ, ପ୍ରସନ୍ନ କୁମାର ନାୟକ ଓ ଦେବାଶିଷ ନାୟକ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରଜ ପାଇଁ ଉତ୍ସବମୁଖର କେନ୍ଦୁଝର

କେନ୍ଦୁଝର,୧୪।୬ କେନ୍ଦୁଝରର ଗଣପର୍ବ ହେଉଛି ରଜ। ଏହାକୁ ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଝିଅବୋହୂମାନେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ବସ୍ତ୍ର...

ଅନିଶ୍ଚିତତାରେ ୧୫୦୦ ଚାଷୀ

ଗତ ୨୮ତାରିଖରୁ ଯାଜପୁର ଜିଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଜିଲାର ବିଭିନ୍ନ ସ୍ଥାନରେ ଅମଳ ପୂର୍ଣ୍ଣମାତ୍ରାରେ ହୋଇ ନ...

ଗଙ୍ଗାହାର, ବୁଢାବଳଙ୍ଗରେ ଜଳପତ୍ତନ ବୃଦ୍ଧି

ବଡ଼ସାହି,୨୫ା୧୦(ସ୍ବ.ପ୍ର)- ଶିମିଳିପାଳରୁ ବାହାରିଥିବା ଗଙ୍ଗାହାର ଓ ବୁଢାବଳଙ୍ଗ ନଦୀ ବଡ଼ସାହି ବ୍ଲକର ଉଭୟ ପଟ ଦେଇ ପ୍ରବାହିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ...

ଆଜି ଚାଷୀଙ୍କ ପାଇଁ ସହାୟତା ଘୋଷଣା

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଅକ୍ଷୟ ତୃତୀୟ ଏବଂ କୃଷକ ଦିବସ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସାରେ କୃଷମାନଙ୍କ ଲାଗି ସହାୟତା ରାଶି ପ୍ରଦାନ କରିବେ।...

ଅସହାୟ ଡମ୍ବରୁଙ୍କୁ ମିଳିଲା ଭତ୍ତା

କୋକସରା, ୧୩।୬ (ଡି.ଏନ.ଏ)-କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ଭିର୍କାପଡାରେ ରହୁଥିବା ବୃଦ୍ଧ ଡମ୍ବରୁଧର ସେଠୀ ଦମ୍ପତି ଅତି ଅସହାୟ ସ୍ଥିତିରେ ଭଙ୍ଗା ଦଦରା...

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ ଅଟକ

ଆନନ୍ଦପୁର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଅଟକ ଥିବା ଜଣାପଡ଼ିଛି। ଗୁରୁବାର...

ଯୁବକଙ୍କୁ ହତ୍ୟାକଲେ ମାଓବାଦୀ

ନୂଆପଡ଼ା ଅଫିସ,୨୦ା୮: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁରୁବାର ରାତିରେ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟରେ...

ମାଈ ହାତୀ ମୃତଦେହ ଠାବ

ଉଦଳା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ଅଧୀନ ଶିମିଳିପାଳ ଅଭାୟରଣ୍ୟର ପର୍ଯ୍ୟଟନସ୍ଥଳୀ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ସୋମବାର ଗୋଟିଏ ମାଈ ହାତୀର...

Advertisement
Archives

Model This Week