ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଗୁରୁତର: ୨ ଅଫୁଟା ଗୁଳି, ମାଉଜର ଜବତ

ଗଞ୍ଜାମ,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଜୟଶ୍ରୀଛକଠାରେ ଶନିବାର ଭୋରରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ବ୍ରହ୍ମପୁର ଅଞ୍ଚଳ ଗୋଷାଣୀ ନୂଆଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଶୁକାନ୍ତ ବେହେରା ଓରଫ କୋକୋ ଗୁରୁତର ହୋଇଛନ୍ତି। ତେବେ ତାଙ୍କ ବାମଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଛତ୍ରପୁର ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କଠାରୁ ୨ଟି ଜୀବନ୍ତ ଗୁଳି ଓ ମାଉଜର ଜବତ କରାଯାଇଥିବା ଥାନା ଆଇଆଇସି ସୁଦାମ ମଲିକ ସୂଚନା ଦେଇଛନ୍ତି। କୋକୋଙ୍କ ନାମରେ ବ୍ରହ୍ମପୁର ଥାନାରେ ଏକାଧିକ ମାମଲା ଥିବାବେଳେ ବିଜେଡି ନେତା ତଥା ଏମ୍‌ପି ପ୍ରତିନିଧି ସୁଧୀର ପାଢ଼ୀଙ୍କୁ ବୋମା ମାଡ଼ ଘଟଣାର ସେ ମୁଖ୍ୟ ଅଭିଯୁକ୍ତ ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ କୁଇଣ୍ଟାଲ ଗଞ୍ଜେଇ ଜବତ: ୪ ଗିରଫ

ଜୟପୁର,୨୦ା୧୧(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁର ସଦର ଥାନା ପକ୍ଷରୁ ଚଢାଉ କରାଯାଇ ୨ କୁଇଣ୍ଟାଲ ୫୭ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହୁ

ପୁରୀ ଅଫିସ,୧୫।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏହି ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ନେଇ...

ଆକାଶ ମେଘାଚ୍ଛନ୍ନ, ଡରାଉଛି ବାତ୍ୟା

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦:କେନ୍ଦ୍ରାପଡ଼ା ଜିଲାରେ ରବିବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡକୁ ନେଇ ବିପଦ ନ ଥିବା ପାଣିପାଗ ବିଭାଗର ସୂଚନା ସତ୍ତ୍ୱେ...

ବଲାଙ୍ଗୀରରେ ବଦଳିଲା କର୍ଫ୍ୟୁ ଘୋଷଣା: ରାତି ୯ଟା ଯାଏ ବଢ଼ିଲା ଅବଧି, ତାଲିକାରେ ଯୋଡ଼ାଗଲା ମଦନଗୁଡ଼ିଆ ବଗିଚାରୁ ଭାଗିରଥି ଛକ ରାସ୍ତା

ବଲାଙ୍ଗୀର ଅଫିସ,୧୫।୪: ପ୍ରବାସୀ ଶ୍ରମିକଙ୍କ ଫେରିବାକୁ ନେଇ ବଲାଙ୍ଗିର ଜିଲା ପ୍ରଶାସନ ସହରର କେତୋଟି ରାସ୍ତାରେ କର୍ଫ୍ୟୁ ଘୋଷଣା କରିଥିଲେ। ଗୁରୁବାର ସେହି ଘୋଷଣାରେ ସାମାନ୍ୟ...

ଦୁର୍ଘଟଣାର ୨୦ ଘଣ୍ଟା ପରେ ଉଠିଲା ମୃତଦେହ

ବାଲିଶଙ୍କରା, ୭ା୫ : ସୁନ୍ଦରଗଡ଼ ଜିଲା କିଞ୍ଜିରକେଲା ଥାନା ଅଧୀନ ତିଲଡେଗା ଗ୍ରାମ ବଣ୍ଡେଡୁଙ୍ଗୁରି ନିକଟରେ ଏକ ୧୪ ଚକିଆ ହାଇଓ୍ବା ଗୁରୁବାର ରାତିରେ ଦୁର୍ଘଟଣାଗ୍ରସ୍ତ...

ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ

ପୁରୀ ଅଫିସ,୯ା୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। ଆଗକୁ ଯେପରି ଏହି ସଂଖ୍ୟା ବୃଦ୍ଧି...

୨ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ. ଦୀପକ...

ଡରାଇଲାଣି ତୃତୀୟ ଲହର

ବାରିପଦା ଅଫିସ,୨୭।୮-କରୋନା ମହାମାରୀର ତୃତୀୟ ଲହର ଆଶଙ୍କାକୁ ନେଇ ସମସ୍ତେ ଭୀତସ୍ତତ। ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରାରମ୍ଭରେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବା ନେଇ...

Advertisement
Archives

Model This Week