ଏଣିକି ୧୪ ଦିନିଆ କ୍ୱାରାଣ୍ଟାଇନ୍‌: ୭ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ନ ହେଲେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଯାଇପାରିବେ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନ୍ୟପକ୍ଷେ ବଢ଼ୁଛି ସଂକ୍ରମିତଙ୍କ ଗଣନା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ଥିବା ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ଅବଧିକୁ ୨୧ ଦିନ ବଢ଼ାଇଥିଲେ। ହେଲେ ରବିବାର ପୁଣି ଏହି କ୍ୱାରାଣ୍ଟାଇନ୍‌ ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ଅବଧି ୨୧ ଦିନରୁ ୧୪ ଦିନକୁ ହ୍ରାସ ପାଇଛି। ବାହାରୁ ଆସୁଥିବା ଗ୍ରାମାଞ୍ଚଳ ଲୋକ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ପ୍ରଥମ ୭ ଦିନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଏବଂ ବାକି ୭ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ। ଲକ୍ଷଣ ନ ଥିଲେ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଛାଡ଼ି ଦିଆଯିବ। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଛାଡ଼ିବା ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ନିଷ୍ପତ୍ତି ନେବେ। ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱାରା କରୋନା ବ୍ୟାପିବା ଆଶଙ୍କା ଥିଲେ ଏହି ଅବଧିକୁ ବଢ଼ାଯିବ। ସେହିଭଳି ସହରାଞ୍ଚଳକୁ ଆସୁଥିବା ବ୍ୟକ୍ତି ୧୪ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ଖବରଦାତା ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି, ଆଗାମୀ ଦିନରେ ରାଜ୍ୟକୁ ଅଧିକ ପ୍ରବାସୀ ଆସିବେ। ଏଣୁ କରୋନା ମୁକାବିଲା ହେତୁ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ଆଗକୁ ମଧ୍ୟ ସରକାରଙ୍କୁ ସହଯୋଗ କରିବାକୁ ପଡ଼ିବ। ଫଳରେ ଗୋଷ୍ଠୀ ସଂକ୍ରମଣ ହେବ ନାହିଁ। ଏବେ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସୀ ଓଡ଼ିଆ ୭ ଦିନ ପଞ୍ଚାୟତସ୍ତରୀୟ କ୍ୱାରାଣ୍ଟାଇନ୍‌ରେ ରହିବାକୁ ବାଧ୍ୟ। ଏହାପରେ ସେମାନଙ୍କଠାରେ ଲକ୍ଷଣ ପ୍ରକାଶ ନ ପାଇଲେ ଘରେ ଆଉ ୭ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାର ଅନୁମତି ରହିଛି। ହେଲେ ବ୍ୟକ୍ତିଙ୍କ ଘରେ ସେଭଳି ବ୍ୟବସ୍ଥା ନ ଥିଲେ ପୁଣି ୭ ଦିନ ସେମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିପାରିବେ ବୋଲି ଏସ୍‌ଆର୍‌ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପ୍ରମାଣପତ୍ରରେ କରୋନା ନ ଲେଖିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ…

ବେଜିଂ,୧୮।୧ : ଚାଇନାରେ କରୋନା ମହାମାରୀ ଯୋଗୁଁ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଚାଇନା ସରକାର ପରିସ୍ଥିତିକୁ ଲୁଚାଇବା ପାଇଁ ପ୍ରତ୍ୟେକ କୌଶଳ...

ଦରମା ନ ପାଇ ଭିକ୍ଷା ମାଗିଲେ ଶିକ୍ଷୟିତ୍ରୀ

ଭୁବନେଶ୍ୱର,୨୮।୨ (ବ୍ୟୁରୋ): ଶିକ୍ଷାର ଆଲୋକ ଦେଖାଇ ପିଲାଙ୍କ ଭବିଷ୍ୟତ ଗଢୁଥିବା ଜଣେ ଶିକ୍ଷୟିତ୍ରୀ ଗୁରୁବାର ରାଜଧାନୀର ରାସ୍ତାରେ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଥିଲା। ସେ ହେଲେ...

ଗଠନ ହେଲା ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ନୂଆବର୍ଷରେ ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌ ଗଠିତ ହୋଇଛି। ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଏମ୍‌ପି ମାନସ ମଙ୍ଗରାଜ ମନୋନୀତ ହୋଇଛନ୍ତି।...

ନିର୍ଣ୍ଣାୟକ ହୋଇପାରେ କୋଭିଡ୍‌ ପରିଚାଳନା

ଓ୍ବାଶିଂଟନ,୨୧ା୭(ପି.ଟି.): ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। କାରଣ ଆପ୍ରୁଭାଲ ରେଟିଂରେ...

ବାହାର ରାଜ୍ୟରୁ ଆସୁଛି ନକଲି ଔଷଧ: ୧୨ ବିତରକଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ରାଜ୍ୟରେ ନକଲି ମେଡିସିନ କାରବାର ବଢ଼ି ଚାଲିଛି। ବାହାର ରାଜ୍ୟରୁ ନକଲି ଔଷଧ ଆସୁଛି। ଇତି ମଧ୍ୟରେ କଟକରେ ୬ଟି, ଝାରସୁଗୁଡାରେ ୨...

ଆକର୍ଷିତ କରୁଛି ମେଘମାଳ କାଞ୍ଜିପାଣି ଘାଟି

କେନ୍ଦୁଝର, ୨।୮(ସ୍ବ.ପ୍ର.)- ସମସ୍ତେ ହିଲ୍‌ ଷ୍ଟେଶନରେ ଛୁଟି କାଟିବାକୁ ଭଲ ପାଆନ୍ତି। କିଏ ମସୌରୀ, ଦାର୍ଜିଲିଂ ତ ଆଉ କିଏ କୁଲୁ, ମନାଲି। ଏହି ପାହାଡ଼ିଆ...

ନଦୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଭଳି ସ୍ଥିତିରେ ଜଳର ଘୋର ଅଭାବ ମଧ୍ୟ ଦେଖାଦେଇଛି। ସାଧାରଣ ଲୋକ ପିଇବା ପାଣି ମୁନ୍ଦାଏ...

ଜୀବନ ସାଥୀ ହେଲେ ଅମ୍ଲାନ୍‌-ଭୂମିକା

ଭୁବନେଶ୍ୱର,୮ା୨(ବ୍ୟୁରୋ): ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ମିହିର ଦାସଙ୍କ ପୁଅ ତଥା ଅଭିନେତା ଅମ୍ଲାନ୍‌। ପରିବାରବର୍ଗ ତଥା ଘନିଷ୍ଠ ସମ୍ପର୍କୀୟଙ୍କ ଗହଣରେ...

Advertisement
Archives

Model This Week