Posted inଜାତୀୟ

ଏଣିକି ଟ୍ରେନରେ ଖାଦ୍ୟ ହେବ ମହଙ୍ଗା

ମୁମାଇ,୧୫।୧୧: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରେଲୱେ ବୋର୍ଡର ପର୍ଯ୍ୟଟନ ଓ ଖାଦ୍ୟପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ଟ୍ରେନରେ ଏହି ସବୁ ଖାଦ୍ୟପେୟ ଜିନିଷଗୁଡ଼ିକ ମହଙ୍ଗା ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ଉକ୍ତ ଟ୍ରେନରେ ଟିକେଟ କରିବା ସମୟରେ ହିଁ ଏଥିପାଇଁ ଟଙ୍କା ଦେବାକୁ ପଡିବ। ସେହି ସମୟରେ ଅନ୍ୟ ଟ୍ରେନରେ ମଧ୍ୟ ଖାଦ୍ୟପେୟ ମହଙ୍ଗା ରହିବ ବୋଲି ଅନୁମାନ କରାଯାଉଛି। ତେବେ ରାଜଧାନୀ, ଦୂରନ୍ତୋ ଓ ଶତାବ୍ଦୀ ଟ୍ରେନରେ ଖାଦ୍ୟପେୟ ଉପରେ ଲାଗୁ ହୋଇଥିବା ନୂତନ ଦର ମୁତାବକ, ଯାତ୍ରୀମାନଙ୍କୁ ଏବେ ଚା’ର ଦାମ ୧୦ ଟଙ୍କା ସ୍ଥାନରେ ୨୦ ଟଙ୍କା, ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ। ପୂର୍ବରୁ ଦୂରନ୍ତୋ ସ୍ଲିପର କ୍ଲାସରେ ଜଳଖିଆ ଖାଦ୍ୟପେୟ ୮୦ ଟଙ୍କାରେ ମିଳୁଥିଲା। ହେଲେ ଏବେ ଏହା ପରିବର୍ତ୍ତନ କରାଯାଇ ୧୨୦ ଟଙ୍କା ରଖାଯାଇଛି। ଏଥିସହ ସନ୍ଧ୍ୟା ସମୟର ଚା’ର ଦାମ୍‌ ୨୦ ଟଙ୍କାରୁ ବୃଦ୍ଧି ପାଇ ୫୦ ଟଙ୍କା ହୋଇଛି। ଅନ୍ୟପଟେ ଟ୍ରେନରେ ଟିକେଟିଂ ସିଷ୍ଟମରେ ନୂଆ ମେନ୍ୟୁ ଓ ଏହାର ଦାମ୍‌ ୧୫ ଦିନରେ ଅପଡେଟ୍‌ କରାଯିବ ଏବଂ ୧୨୦ ଦିନ ଅର୍ଥାତ୍‌ ୪ମାସ ପରେ ଏହି ନୂଆ ଦର ଲାଗୁ କରାଯିବ। ଏହାପରେ ରାଜଧାନୀ ଫାଷ୍ଟ ଏସି କୋଚରେ ଖାଦ୍ୟ ୧୪୫ ଟଙ୍କା ବଦଳରେ ୨୪୫ ଟଙ୍କାରେ ମିଳିବ। ତେବେ ସଂଶୋଧିତ ଦର ଯୋଗୁ କେବଳ ପ୍ରିମିୟମ ଟ୍ରେନର ଯାତ୍ରୀ ନୁହଁନ୍ତି ବରଂ ସାଧାରଣ ଯାତ୍ରୀ ମଧ୍ୟ ପ୍ରଭାବିତ ହେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri