ଏଣିକି ତତ୍‌କ୍ଷଣାତ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର, ୨ା୧(ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ଆଗକୁ ଆଉ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଆର୍‌ଟିଓ କାର୍ଯ୍ୟାଳୟରେ ଠିଆ ହେବାକୁ ପଡ଼ିବ ନାହିଁ। ଏଣିକି ଅନ୍‌ଲାଇନରେ ଆବେଦନ କରି ତତ୍‌କ୍ଷଣାତ୍‌ ଟେଷ୍ଟ ଦେଇ ଲର୍ନିଂ ଲାଇସେନ୍ସ ହାସଲ କରିହେବ। ଲାଇସେନ୍ସ ଆବେଦନକାରୀଙ୍କୁ ଅନୁମୋଦନ ନେବା ପାଇଁ ଥିବା ଜରୁରୀ ବ୍ୟବସ୍ଥାକୁ ବୁଧବାରଠାରୁ ରାଜ୍ୟ ସରକାର ଉଚ୍ଛେଦ କରିଦେଇଛନ୍ତି। ରାଜ୍ୟ ପରିବହନ କମିଶନର ସଞ୍ଜୀବ କୁମାର ପଣ୍ଡା କହିଛନ୍ତି ଯେ, ଆବେଦନକାରୀଙ୍କୁ ଏଣିକି ଲର୍ନିଂ ଲାଇସେନ୍ସ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)କୁ ଯିବାକୁ ପଡିବ ନାହିଁ। ସେମାନେ ଅନ୍‌ଲାଇନରେ ନିଜର ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରିବେ। ଏହାପରେ ଟ୍ରାଫିକ ନିୟମ ଉପରେ ୧୦ଟି ପ୍ରଶ୍ନର ଉତ୍ତର ଦେବେ। ସେଥିରୁ ୬ଟି ପ୍ରଶ୍ନର ଠିକ୍‌ ଉତ୍ତର ଦେବାପରେ ତତ୍‌କ୍ଷଣାତ ଲର୍ନିଂ ଲାଇସେନ୍ସ ପାଇଯିବେ। ଆବେଦନକାରୀ ସଙ୍ଗେ ସଙ୍ଗେ ଏହାକୁ ଡାଉନଲୋଡ କରିପାରିବେ। ପୂର୍ବରୁ ଲାଇସେନ୍ସ ପାଇବା ପାଇଁ ଆବେଦନକାରୀଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ଫଟୋ ଉଠାଇବା ଓ ଅନୁମୋଦନ ନେବାକୁ ପଡୁଥିଲା। ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ପରିବହନ ବିଭାଗ ପକ୍ଷରୁ ତ୍ୱରିତ ସେବା ଦିଆଯାଉଛି। ଖୁବ୍‌ଶୀଘ୍ର ସରକାର ଆବେଦନକାରୀଙ୍କ ସୁବିଧା ଲାଗି ଟଚସ୍କ୍ରିନ ସୁବିଧା ଥିବା କମ୍ପ୍ୟୁଟର କେତୋଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବସାଇବା ପାଇଁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାରେ ସରଳୀକରଣ କରିବାକୁ ରାଜ୍ୟ ସରକାର ଯେକୌଣସି ଆର୍‌ଟିଓରେ ଲର୍ନିଂ ଲାଇସେନ୍ସ, ଚୂଡାନ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ରେଜିଷ୍ଟ୍ରେଶନ ପ୍ରକ୍ରିୟାର ସୁବିଧା ଉପଲବ୍ଧ କରାଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କ୍ୟାଣ୍ଟିନ୍‌ରେ ବଳାତ୍କାର ଶିକାର ମହିଳାଙ୍କ ମୃତ୍ୟୁ

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିିନ୍‌ରେ କାମ କରୁଥିବା ଜଣେ ଆଦିବାସୀ ମହିଳା ବଳାତ୍କାରର ଶିକାର ହୋଇଥିଲେ। ମଙ୍ଗଳବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ...

ସ୍ଥଗିତ ସ୍ଥାନରେ ମେ ୨୭ରେ ଭୋଟ

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଗତ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ସ୍ଥାନରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପଦବୀ ଲାଗି ନିର୍ବାଚନ ହୋଇପାରି ନ...

କେନ୍ଦୁଝର ଜିଲାରେ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ୧୬୨

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ କେନ୍ଦୁଝର ଜିଲାର। ଏନେଇ ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରେ...

ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ : ତିତ୍‌ଲି ନାମରେ ଦେଢ଼ କୋଟି ଆତ୍ମସାତ୍‌

ଯାଜପୁର ଅଫିସ,୧୯ା୮: ଯାଜପୁର ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ଏସ୍‌ଆରସି (ସ୍ପେଶିଆଲ ରିଲିଫ କମିଶନର) ପାଣ୍ଠିରୁ ତିତ୍‌ଲି ନାମରେ ଆବଣ୍ଟିତ...

ପ୍ରସ୍ତାବରେ ଅଟକିଛି ରୋବୋଟିକ ସର୍ଜରୀ

କଟକ ଅଫିସ,୨୨ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋବୋଟିକ ସର୍ଜରୀ ଦ୍ୱାରା ଅସ୍ତ୍ରୋପଚାର ପାଇଁ ୨୦୧୭ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତାବ ରଖିଥିଲା। ୨୦୧୭...

ବିଧାୟକଙ୍କୁ ମିଳିବ ରଥଯାତ୍ରା କର୍ଡନ ପାସ୍‌

ଭୁବନେଶ୍ୱର,୨।୭(ବ୍ୟୁରୋ): ଆସନ୍ତା ୪ ତାରିଖରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଳନ ହେବ। ଏହି ରଥଯାତ୍ରାରେ ଯୋଗଦେବାକୁ ଚାହୁଁଥିବା ବିଧାୟକମାନଙ୍କୁ କାର ଓ କର୍ଡନ ପାସ୍‌ ଦିଆଯିବ। ସେମାନେ...

ଝିଅ ବାହାଘର ଗୁଆ ଦେବାକୁ ଯାଇ ଫେରିଲେନି

ଢେଙ୍କାନାଳ ଅଫିସ, ୨୫ ।୧ ଝିଅ ବାହାଘର ପାଇଁ ମାମୁ ଘରକୁ ଦେବାକୁ ଯାଉଥିଲେ ଗୁଆ। ହେଲେ ରାସ୍ତାରେ ଆଇରନ୍‌ ବୋଝେଇ ଟ୍ରକ୍‌ ସାଜିଲା ମୃତ୍ୟୁର...

ବଇଣ୍ଡାରେ ଫଗୁଦଶମୀ

ବଇଣ୍ଡା,,୧୫।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିର ପରିସରରେ ରବିବାର ରାଧାକୃଷ୍ଣଙ୍କ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପୂଜକ ମଦନ ମୋହନ ମିଶ୍ର ପୂଜା...

Advertisement
Archives

Model This Week