ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟ୍‌ : ଯୁବକ ଗିରଫ

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡ୍‌ରେ ଥିବା ଏକ ଏଟିଏମ୍‌ରୁ ସୁଦର୍ଶନପୁର ଗ୍ରାମର ରଶ୍ମିତା ଦାସ ନାମ୍ନୀ ଜଣେ ମହିଳା ଟଙ୍କା ଉଠାଉଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି। ପାଖରେ ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କ ଏଟିଏମ୍‌ କାର୍ଡକୁ ଚଞ୍ଚକତା ପୂର୍ବକ ନେଇ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଠାଇ ନେଇଥିବା ସେ ଅଭିଯୋଗ କରିଥିଲେ। ରଶ୍ମିତାଙ୍କ ଲିଖିତ ଅଭିଯୋଗ କ୍ରମେ ବାସୁଦେବପୁର ଥାନା ପୋଲିସ ରବିବାର ଏକ ମାମଲା(ନଂ.୩୦୭/୧୯) ରୁଜୁ କରିଥିଲା। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକ ସୌମ୍ୟକାନ୍ତ ସାମଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ସୌମ୍ୟକାନ୍ତଙ୍କ ଘର ଅଢୁଁଆ ଗ୍ରାମରେ। ଅଭିଯୋଗ ଅନୁଯାୟୀ, ରଶ୍ମିତା ଏଟିଏମ୍‌ରୁ ଟଙ୍କା ଉଠାଉଥିବା ବେଳେ ସୌମ୍ୟକାନ୍ତ ଚଞ୍ଚକତା କରି ତାଙ୍କ କାର୍ଡକୁ ବଦଳ କରି ନେଇଥିଲେ। ପରେ ସେ ତାଙ୍କ କାର୍ଡ ଦ୍ୱାରା ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ବିଧାୟକଙ୍କୁ ଅଟକ ରଖିଲେ ଖବରଦାତା

କେନ୍ଦ୍ରାପଡ଼ା ଅଫିସ,୨୧ା୭: କେନ୍ଦ୍ରାପଡ଼ା ରିଜର୍ଭ ପୋଲିସର ଜଣେ ମହିଳା କନ୍‌ଷ୍ଟେବଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭୀମସେନ ସେଠୀ ନାମକ ଜଣେ ଖବରଦାତାଙ୍କୁ ମାଡ ମାରିଥିଲେ।...

ଧାନବିଲରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ

ପୁରୁଷୋତ୍ତମପୁର/ଗଞ୍ଜାମ,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର-ହୁମ୍ମା ମୁଖ୍ୟ ରାସ୍ତାର କାଳୁଆବାଡ଼ି ଛୋଟାବସା ମଧ୍ୟ ରାସ୍ତା ପାଶର୍‌ବରେ ଥିବା ଏକ ଧାନ ବିଲରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ...

ବ୍ୟକ୍ତିତ୍ୱକୁ ବିକାଶ କରେ ସଙ୍ଗୀତ

ସିମୁଳିଆ, ୧୧।୧୨-କଳା ମାଧ୍ୟମରେ ସମାଜ ଜୀବନକୁ ସରସ, ସୁନ୍ଦର କରି ଗଢ଼ିହେବ। ଏଭଳି ବିଶ୍ୱାସ ରଖି ଯନ୍ତ୍ର ସଙ୍ଗୀତ ଶିକ୍ଷାଲାଭ କରି ସାଧନା ଜାରି ରଖିବା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ :ବ୍ରାହ୍ମଣୀଗାଁ ଫରେଷ୍ଟରଙ୍କ ୧କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ

ଫୁଲବାଣୀ ଅଫିସ/ଦାରିଙ୍ଗବାଡ଼ି/ବାଲିଗୁଡ଼ା(ଡି.ଏନ୍‌.ଏ.)୨୮ା୧୨-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁ ା ଫୁଲବାଣୀ...

ଉତ୍ପାତ କରୁଛନ୍ତି ୨୬ ହାତୀ

କରଞ୍ଜିଆ,୧୮।୧୦: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡରେ ପୁଣି ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୧ ମାସର ବ୍ୟବଧାନ ପରେ ପୁଣି...

ଡିସେମ୍ବର ୧୨ରେ ଓକିଲ ସଂଘ ନିର୍ବାଚନ

କଟକ ଅଫିସ,୯ା୧୧: ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି...

ପୁରୀ ବସ୍‌ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ୩ ବସ୍‌

ପୁରୀ ଅଫିସ, ୧୫।୩: ପୁରୀ ବସ୍‌ ଷ୍ଟାଣ୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ୩ ଟି ବସ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ...

ସୁରକ୍ଷା ଦେଇପାରୁନାହାନ୍ତି ସରକାର

ବଇଣ୍ଡା,୧୨।୬(ଡି.ଏନ.ଏ.) ଗଛ କଟା ବିରୋଧରେ ଏବେ ସବୁଠି ଶାଣିତ ହେଉଛି ସ୍ବର। ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ସମସ୍ତେ କରୁଛନ୍ତି ଦାବି। ଚାରା ରୋପଣରେ ଅଟକି...

Advertisement
Archives

Model This Week