ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏହାକୁ ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ ଉଦ୍‌ଘାଟନ କରିଥିଲେ। ଯୁବକ ସଂଘ ସଭାପତି ରାସବିହାରୀ ଦାସ, ରମାକାନ୍ତ ଭୋଇ, ପୁରଣ ସରପଞ୍ଚ ସୁଭଦ୍ରା ଭୋଇ, ଟୁର୍ନାମେଣ୍ଟ ଅଧ୍ୟକ୍ଷ ବିମ୍ବାଧର ଦାଶ, କ୍ରୀଡ଼ା ସମ୍ପାଦକ ସତ୍ୟ ପଟ୍ଟନାୟକ, ଯୁବକ ସଂଘ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଉପସଭାପତି ବିଶ୍ୱଜିତ ପଟ୍ଟନାୟକ, ଯୁବନେତା ପ୍ରକାଶ ଦାସ, ମିହିର ପଟ୍ଟନାୟକ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟରେ ମଦନମୋହନ ଫୁଟବଲ ଟିମ ଉସୁମା, ଆଥ୍‌ଲେଟିକ ଫୁଟବଲ କ୍ଲବ ନିମେଇସାପୁର, ଇଲେଭେନ ଗନ କ୍ଲବ ତିନିଘରିଆ, ସିଦ୍ଧ ଗାୟତ୍ରୀ ଫୁଟବଲ ଟିମ ବାରଡିଆ, ପି. ମହାବୀର ଫୁଟବଲ ଟିମ କଟକ, ଆଲମ ଗିରି ଫୁଟବଲ ଟିମ ସାଇଁସ, ମହାଲକ୍ଷ୍ମୀ ଫୁଟବଲ କ୍ଲବ ବିଲୁଆଖାଇ, ମା’ ବରୁଣେଇ ଫୁଟବଲ ଟିମ ଦହିଗଁା ଭାଗ ନେଇ ଖେଳ ପଦର୍ଶନ କରିଥିଲେ। ସେମି ଫାଇନାଲରେ ନିମେଇସାପୁର ବାରଡ଼ିଆକୁ ଭେଟିଥିଲା। ଟାଇବ୍ରେକର ଜରିଆରେ ନିମେଇସାପୁର ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ଖାନନଗର ଓ ଦହି ଗଁା ସେମିରେ ପରସ୍ପରକୁ ଭେଟିଥିଲେ। ଏଥିରେ ଖାନନଗର ବିଜୟୀ ହୋଇଥିଲା। ଫାଇନାଲ ଖେଳ ଆଥଲେଟିକ ଫୁଟବଲ କ୍ଲବ ନିମେଇସାପୁର, ପି. ମହାବୀର ଟିମ ଖାନନଗର କଟକ ମଧ୍ୟରେ ହୋଇଥିଲା। ଶେଷ ପର୍ଯ୍ୟନ୍ତ କେହି କାହରିକୁ ଗୋଲ ଦେଇ ପାରି ନ ଥିଲେ। ଶେଷରେ ଟ୍ରାଇବ୍ରେକର ଜରିଆରେ ନିମେଇସାପୁର ପି. ମହାବୀର ଫୁଟବଲ ଟିମ ଖାନନଗର କଟକକୁ ୫-୪ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ପୁରସ୍କାର ବିତରଣୀ ସଭାରେ ଯୁବକ ସଂଘ ଅଧ୍ୟକ୍ଷ ବିମ୍ବାଧର ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥିଭାବେ ରାଜ୍ୟ ମାନବିକ ଅଧିକାର କମିଶନର ସଦସ୍ୟ ଅସିମ ଅମିତାଭ ଦାଶ, ମୁଖ୍ୟବକ୍ତା କାଜୁ ନିଗମ ଅଧ୍ୟକ୍ଷ ତଥା ଜିଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ସମ୍ମାନିତ ଅତିଥି ଦେବକାନ୍ତ ମହାନ୍ତି, ବିରିଡ଼ି ବିଜେଡି ସଭାପତି ରବୀନ୍ଦ୍ର ରାଉଳ ଯୋଗଦେଇ ଚାମ୍ପିୟନ ଟିମକୁ କପ ସହ ୮୦୦୧ଟଙ୍କା ଓ ରନର୍ସଅଫ ଟିମକୁ ରନର୍ସକପ ସହ ୬୦୦୧ଟଙ୍କା ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ କାଳନ୍ଦୀ ଚରଣ ବସ୍ତିଆ, ଅରୁଣ ଦାସ, ଶିବପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଖେଳ ପରିଚାଳନା କରିଥିଲେ ରେଫରି ବ୍ରହ୍ମାନନ୍ଦ ଭୋଇ, ସଞ୍ଜୀବ ଦାଶଳ ଦୁର୍ଗା ଆଚାର୍ଯ୍ୟ ଓ ସୁନିଲ ପଟ୍ଟନାୟକ। ପ୍ରବୀର ଦାସ ଧାରାବିବରଣୀ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?