ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏହାକୁ ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ ଉଦ୍‌ଘାଟନ କରିଥିଲେ। ଯୁବକ ସଂଘ ସଭାପତି ରାସବିହାରୀ ଦାସ, ରମାକାନ୍ତ ଭୋଇ, ପୁରଣ ସରପଞ୍ଚ ସୁଭଦ୍ରା ଭୋଇ, ଟୁର୍ନାମେଣ୍ଟ ଅଧ୍ୟକ୍ଷ ବିମ୍ବାଧର ଦାଶ, କ୍ରୀଡ଼ା ସମ୍ପାଦକ ସତ୍ୟ ପଟ୍ଟନାୟକ, ଯୁବକ ସଂଘ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଉପସଭାପତି ବିଶ୍ୱଜିତ ପଟ୍ଟନାୟକ, ଯୁବନେତା ପ୍ରକାଶ ଦାସ, ମିହିର ପଟ୍ଟନାୟକ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟରେ ମଦନମୋହନ ଫୁଟବଲ ଟିମ ଉସୁମା, ଆଥ୍‌ଲେଟିକ ଫୁଟବଲ କ୍ଲବ ନିମେଇସାପୁର, ଇଲେଭେନ ଗନ କ୍ଲବ ତିନିଘରିଆ, ସିଦ୍ଧ ଗାୟତ୍ରୀ ଫୁଟବଲ ଟିମ ବାରଡିଆ, ପି. ମହାବୀର ଫୁଟବଲ ଟିମ କଟକ, ଆଲମ ଗିରି ଫୁଟବଲ ଟିମ ସାଇଁସ, ମହାଲକ୍ଷ୍ମୀ ଫୁଟବଲ କ୍ଲବ ବିଲୁଆଖାଇ, ମା’ ବରୁଣେଇ ଫୁଟବଲ ଟିମ ଦହିଗଁା ଭାଗ ନେଇ ଖେଳ ପଦର୍ଶନ କରିଥିଲେ। ସେମି ଫାଇନାଲରେ ନିମେଇସାପୁର ବାରଡ଼ିଆକୁ ଭେଟିଥିଲା। ଟାଇବ୍ରେକର ଜରିଆରେ ନିମେଇସାପୁର ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ଖାନନଗର ଓ ଦହି ଗଁା ସେମିରେ ପରସ୍ପରକୁ ଭେଟିଥିଲେ। ଏଥିରେ ଖାନନଗର ବିଜୟୀ ହୋଇଥିଲା। ଫାଇନାଲ ଖେଳ ଆଥଲେଟିକ ଫୁଟବଲ କ୍ଲବ ନିମେଇସାପୁର, ପି. ମହାବୀର ଟିମ ଖାନନଗର କଟକ ମଧ୍ୟରେ ହୋଇଥିଲା। ଶେଷ ପର୍ଯ୍ୟନ୍ତ କେହି କାହରିକୁ ଗୋଲ ଦେଇ ପାରି ନ ଥିଲେ। ଶେଷରେ ଟ୍ରାଇବ୍ରେକର ଜରିଆରେ ନିମେଇସାପୁର ପି. ମହାବୀର ଫୁଟବଲ ଟିମ ଖାନନଗର କଟକକୁ ୫-୪ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ପୁରସ୍କାର ବିତରଣୀ ସଭାରେ ଯୁବକ ସଂଘ ଅଧ୍ୟକ୍ଷ ବିମ୍ବାଧର ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥିଭାବେ ରାଜ୍ୟ ମାନବିକ ଅଧିକାର କମିଶନର ସଦସ୍ୟ ଅସିମ ଅମିତାଭ ଦାଶ, ମୁଖ୍ୟବକ୍ତା କାଜୁ ନିଗମ ଅଧ୍ୟକ୍ଷ ତଥା ଜିଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ସମ୍ମାନିତ ଅତିଥି ଦେବକାନ୍ତ ମହାନ୍ତି, ବିରିଡ଼ି ବିଜେଡି ସଭାପତି ରବୀନ୍ଦ୍ର ରାଉଳ ଯୋଗଦେଇ ଚାମ୍ପିୟନ ଟିମକୁ କପ ସହ ୮୦୦୧ଟଙ୍କା ଓ ରନର୍ସଅଫ ଟିମକୁ ରନର୍ସକପ ସହ ୬୦୦୧ଟଙ୍କା ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ କାଳନ୍ଦୀ ଚରଣ ବସ୍ତିଆ, ଅରୁଣ ଦାସ, ଶିବପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଖେଳ ପରିଚାଳନା କରିଥିଲେ ରେଫରି ବ୍ରହ୍ମାନନ୍ଦ ଭୋଇ, ସଞ୍ଜୀବ ଦାଶଳ ଦୁର୍ଗା ଆଚାର୍ଯ୍ୟ ଓ ସୁନିଲ ପଟ୍ଟନାୟକ। ପ୍ରବୀର ଦାସ ଧାରାବିବରଣୀ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା ପରେ ଇବ୍‌ନଦୀରେ ଭସାଇ ଦେଲେ

ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍‌ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା...

ହନୁମାନ ପଇସା ଠକେଇ ର଼୍ୟାକେଟ୍‌ର ପର୍ଦ୍ଦାଫାଶ

ଝାରସୁଗୁଡ଼ା ଅଫିସ,୭ା୯: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃ ଜିଲା ହନୁମାନ ପଇସା ଠକେଇ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ...

ବିଦ୍ୟୁତ୍‌ ଖୁଣ୍ଟ ଚୋରି ଉଦ୍ୟମ

ଓଡ଼ଗାଁ,୨୦।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସେସୁ କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସିନେମା ହଲ ଛକ ତଥା ରଙ୍ଗଣିପାଟଣା ଅଞ୍ଚଳରୁ କେତେକ ଅଦରକାରୀ ଲୁହା ବିଦ୍ୟୁତ୍‌ ଖୁଣ୍ଟ...

ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ବରୁଣ ଚକିତ

ଶାରଜା : ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବା ପରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚକିତ ହେବା ସହ ଏହାକୁ ବିଶ୍ୱାସ କରିପାରି ନ ଥିଲେ।...

ଟ୍ୟୁସନ ଯାଉଛି କହି ଘରକୁ ଫେରିଲାନି ପୁଅ, ଥାନାରେ ଏତଲା ଦେଲେ ପରିବାର ଲୋକେ

ବାଲିଗୁଡ଼ା,୯ା୨(ଡି.ଏନ୍‌.ଏ.): ଟ୍ୟୁସନ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି। ଏଭଳି...

ଜାତୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ: ଶ୍ୱେତପର୍ଣ୍ଣା ମିକ୍ସଡ ଡବଲ୍ସ ଚାମ୍ପିୟନ

ଭୁବନେଶ୍ୱର,୨୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ୟୋନେକ୍ସ- ସନରାଇଜ୍‌ ୩୩ତମ ଜାତୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ...

ମରାମତି ହେଉନି ପାଇପ୍‌ ଲାଇନ୍‌:ବରିଡିହି ଗ୍ରାମବାସୀ ପାନୀୟ ଜଳରୁ ବଞ୍ଚିତ

ଖଣ୍ଡପଡ଼ା,୩୦ା୮(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ପଞ୍ଚାୟତସ୍ଥ ବିରିଡିହିରେ ଗତ ଏକ ମାସ ଧରି ପାଇପ୍‌ ଲାଇନ୍‌ ଖରାପ ହୋଇଯାଇଛି। ତେଣୁ ସମ୍ପ୍ରତି ବର୍ଷାଋତୁ ସମୟରେ ମଧ୍ୟ...

ବାର୍ଷିକ ଉତ୍ପାଦନ କ୍ଷମତା ୧୪ ଲକ୍ଷ ଟନ୍‌

ଅନୁଗୋଳ ଅଫିସ୍‌, ୨୯ ।୪ ଅନୁଗୋଳ ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଗୁରୁବାର ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର (ଜେଏସ୍‌ପି)...

Advertisement
Archives

Model This Week