ଖାକିରେ କଳଙ୍କ: ଏକ ତରଫା ପ୍ରେମ କରି ନିଲମ୍ବିତ ହେଲେ ଏଏସ୍‌ଆଇ

ଭୁବନେଶ୍ୱର,୧୫ା୬(ବ୍ୟୁରୋ)-ଖାକିରେ କଳଙ୍କ ଲଗାଇଛି ପୋଲିସ ବାବୁଙ୍କ ପ୍ରେମ ନିଶା। ଏବେ ଏଭଳି ଆଉଜଣେ ଜଣେ ପୋଲିସ ଏଏସ୍‌ଆଙ୍କ କାର୍‌ନାମା ପଦାକୁ ଆସିଛି। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଶେଷରେ କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରୁ ମହିଳାଙ୍କୁ ଏସିଡ୍‌ ମାଡ଼ର ଧମକ ଦେବା ମହଙ୍ଗା ପଡିଛି। ଏନେଇ ଭୁବନେଶ୍ୱର ମହିଳା ଥାନାରେ ପୀଡିତା ଜଣକ ଅଭିଯୋଗ କରିଛନ୍ତି। ପୋଲିସ ଆଇପିସି ଦଫା ୩୫୪, ୨୯୪, ୫୦୬, ୫୦୭ରେ ମାମଲା(ନଂ.୨୯/୨୦) ରୁଜୁ କରି ସୋମବାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତ ଏସ୍‌ଆଇଙ୍କୁ ଥାନାରେ ପଚରାଉଚରା କରାଯାଇଥିବାବେଳେ ୧୬୧ରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ ହୋଇଥିବା ଥାନାଧିକାରୀ ବନିତା ମହାରଣା କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ମହିଳା ଜଣକ ପୂର୍ବରୁ ତାଙ୍କ ନାମରେ ଦୁଇଟି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଏବେ ଲାଗିଥିବା ଦଫାରେ ମଧ୍ୟ ସେ ଖସିଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ (ଏସ୍‌ସିଆର୍‌ବି) ଆଇଜି ସମ୍ପୃକ୍ତ ଏଏସ୍‌ଆଇଙ୍କୁ ନିଲମ୍ବିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ସୁବ୍ରତ ଜ୍ଞାନ ରଞ୍ଜନ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁତ୍ୱ ହରାଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ବନ୍ତଳା, ୨୯ା୭ (ଡି.ଏନ.ଏ.): ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଦିନେ ଅନୁଗୋଳ ଜିଲାର ସାତକୋଶିଆ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା। ମହାବଳ ବାଘ ବଂଶ ବିସ୍ତାର ପାଇଁ...

ପରିବାର ସଦସ୍ୟଙ୍କ ହାତ,ଗୋଡ଼ ବାନ୍ଧି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର

ସାକ୍ଷୀଗୋପାଳ,୩।୮(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରେଳଷ୍ଟେଶନ ନିକଟ ଯାଦବ ନିବାସରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ପରିବାରର ୭ ସଦସ୍ୟଙ୍କ ମୁଣ୍ଡରେ ପିସ୍ତଲ...

ଫନୀକୁ ୮ମାସ ବିତିଲା: ମରାମତି ହେଉନି ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

କଟକ ରୋଡ,୧୧ା୧(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ର ୮ମାସ ପରେ ବି ରାଜଧାନୀର କେତେକ ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଯାହା କି ସାଧାରଣ ଲୋକଙ୍କୁ...

ଉଜୁଡ଼ା ପୁରୀକୁ ସଜାଡ଼ିବାକୁ ଉଦ୍ୟମ

ପୁରୀ ଅଫିସ, ୨୪।୮: ମେ ୩ ତାରିଖ। ବାତ୍ୟା ଫନୀରେ ଉଜୁଡ଼ି ଯାଇଥିଲା ପର୍ଯ୍ୟଟନ ସହର ପୁରୀ। ସବୁଠି ଥିଲା ହା ହତାଶର ଚିତ୍ର। ହେଲେ...

ଖୁବ୍‌ଶୀଘ୍ର ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨।୮(ବ୍ୟୁରୋ)- ରାଜ୍ୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇସାରିଛି। ତେଣୁ ଯୁକ୍ତ୨ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିନେ ଦୁଇଦିନ ଭିତରେ ଯୁକ୍ତ୨ ନାମଲେଖା...

୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ ଅଣଅତ୍ୟାବଶ୍ୟକ କାର୍ଯ୍ୟାଳୟ: ବିଭାଗୀୟ କାର୍ଯ୍ୟାଳୟ ଉପରେ ମଧ୍ୟ ଲାଗିଲା କଟକଣା

ଭୁବନେଶ୍ୱର,୨୩।୩(ବ୍ୟୁରୋ)- ସମସ୍ତ ଅଣ-ଅତ୍ୟାବଶକ (ନନ୍‌-ଏସେନ୍‌ସିଆଲ) କେନ୍ଦ୍ର ଯଥା ସରକାରୀ କାର୍ଯ୍ୟାଳୟ, ସାଧାରଣ ଉଦ୍ୟୋଗ, ବ୍ୟାଙ୍କ୍‌ ଓ ବୀମା କାର୍ଯ୍ୟାଳୟ ଆଦି ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ...

ପରଦା କଳାର ସହର ଧଳାପଥର

ଖୋର୍ଦ୍ଧା ଅଫିସ,୧୭ା୬:  ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଧଳାପଥର ପରଦା କଳାର ସହର ଭାବେ ପରିଚିତ। ଘର ସାଜସଜ୍ଜାଠାରୁ ଅଫିସ ଆଦି ସ୍ଥାନରେ ପରଦା ଲାଗିଥାଏ।...

ଏହି ୧୪ ଜିଲାରୁ ଫେରିଲେ ରହିବେ କ୍ୱାରାଣ୍ଟାଇନ୍‌ରେ

ରାଉରକେଲା ଅଫିସ/ସୁନ୍ଦରଗଡ଼,୫।୭(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ଲାଗି ରାଉରକେଲା ପ୍ରଶାସନ ତରଫରୁ ନିର୍ଦ୍ଦିଷ୍ଟ ୧୪ଟି ଜିଲାରୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହି...

Coronavirus Update


Archives

Model This Week

Why Dharitri