‘ଏକ୍‌ ଜେ ଚିଲୋ ଯମ’ରେ ଧର୍ମନିରପେକ୍ଷ ଭାରତର ବାର୍ତ୍ତା

ପୁରୀ ଅଫିସ,୨୪ା୨: ଧର୍ମକୁ ନେଇ ଅନେକ ରାଜନୀତି କରୁଛନ୍ତି। କୌଣସି ଧାର୍ମିକ ପ୍ରସଙ୍ଗକୁ ଇସ୍ୟୁ କରିଦେଲେ ରାଜନୀତିରେ ସଫଳତା ମିଳିଯିବ ବୋଲି ଅନେକଙ୍କ ମାନସିକତା ରହିଛି। କିନ୍ତୁ ତାହା ନୁହେଁ। ଧର୍ମନିରପେକ୍ଷ ଭାରତ ହିଁ ସମସ୍ତଙ୍କର ଲକ୍ଷ୍ୟ ରହିବା ଉଚିତ। ଏଭଳି କ୍ଷେତ୍ରରେ ହଠାତ୍‌ ଦିନେ ଜଣେ ସାଧାରଣ ମଣିଷ ପାଖରେ ପହଞ୍ଚତ୍ଛନ୍ତି ଯମରାଜ। ସମ୍ପୃକ୍ତ ବ୍ୟକ୍ତି ଜଣେ ହିନ୍ଦୁ। କିନ୍ତୁ ହିନ୍ଦୁମାନେ ଖାଉ ନ ଥିବା ମାଂସ ସେ ଖାଉଥିଲେ। ଏଭଳି ବ୍ୟତିକ୍ରମ ଦେଖି ଯମରାଜ ତାଙ୍କୁ ପାପୀ ବୋଲି କହିଲେ। ତୁମର ଆଉ ବଞ୍ଚତ୍ବାର ଅଧିକାର ନାହିଁ, ତୁମକୁ ମରିବାକୁ ପଡ଼ିବ। ଏହାଶୁଣି ଲୋକଟି ଡରିଗଲା। ମାଂସ ଖାଉଥିଲେ ବି ତାର ଧର୍ମ ନଷ୍ଟ ହୋଇନାହିଁ ବୋଲି କିପରି ନିଜକୁ ପ୍ରମାଣିତ କରିବ ଲୋକଟି ଚିନ୍ତାରେ ପଡିଗଲା। ଯମରାଜ ମୃତ୍ୟୁ ପୂର୍ବରୁ ତାଙ୍କୁ ତାଙ୍କର ଶେଷ ଇଚ୍ଛା କ’ଣ ବୋଲି ପଚାରିଲେ। ଲୋକଟି କହିଲା ଧର୍ମନିରପେକ୍ଷ ଭାରତ ବର୍ଷରେ ମୁଁ ମରିବାକୁ ଚାହେଁ। ଯଦି ମତେ ମାରିବାକୁ ଚାହୁଁଛ ତେବେ ପ୍ରଥମେ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ର କର। ହେଲେ ଏଥିରେ ଯମରାଜ ଅସର୍ମଥ ହେଲେ ଏବଂ ହାରିଗଲେ। ଲୋକଟିକୁ ମାରିପାରିଲେ ନାହିଁ। ଏମିତି ଏକ କାହାଣୀ ଉପରେ ପର୍ଯ୍ୟବସିତ ବଙ୍ଗଳା ଚଳଚ୍ଚିତ୍ର ‘ଏକ୍‌ ଜେ ଚିଲୋ ଯମ’ ପ୍ରଦର୍ଶିତ ହୋଇଥିଲା ବାଏ ଅଫ୍‌ର ତୃତୀୟ ସନ୍ଧ୍ୟାରେ। ଶର୍ମି ପାଣ୍ଡେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଧର୍ମନିରପେକ୍ଷ ଭାରତର ବାର୍ତ୍ତା ଦେଇଥିଲା। ଧର୍ମକୁ ନେଇ କେହି ରାଜନୀତି ନ କରନ୍ତୁ। ଭାରତ ଭଳି ଏକ ଶାନ୍ତିପ୍ରିୟ ଦେଶରେ ସମସ୍ତେ ନିଜ ଧର୍ମକୁ ନେଇ ଆଗକୁ ବଢନ୍ତୁ ବୋଲି ବ୍ୟଙ୍ଗାତ୍ମକ ଚଳଚ୍ଚିତ୍ର ‘ଏକ୍‌ ଜେ ଚିଲୋ ଯମ’ରେ ଦର୍ଶାଯାଇଥିଲା। ଏହାବ୍ୟତୀତ ତୃତୀୟ ସନ୍ଧ୍ୟାରେ କଫିନ, ଡୁବୁରୀ, କ୍ଷଣିକ, ପ୍ରତିବିମ୍ବ ପ୍ରଭୃତି ଚଳଚ୍ଚିତ୍ରର ସ୍କ୍ରିନିଂ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

Odisha Floods: ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟାରେ ୮ ଲକ୍ଷ …

ଭୁବନେଶ୍ୱର, ୧।୮ : : ରାଜ୍ୟର ବନ୍ୟା ପରିସ୍ଥିତିର ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁ ପ୍ରାୟ ୮ ଲକ୍ଷ…

ଚାଉଳ ବଣ୍ଟନ ସମସ୍ୟା ନେଇ ବଡ଼ କଥା କହିଲେ ମନ୍ତ୍ରୀ, ଏଣିକି….

ଭୁବନେଶ୍ୱର, ୧।୮: ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଉଳ ବଣ୍ଟନକୁ…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri