‘ଏକ୍‌ ଜେ ଚିଲୋ ଯମ’ରେ ଧର୍ମନିରପେକ୍ଷ ଭାରତର ବାର୍ତ୍ତା

ପୁରୀ ଅଫିସ,୨୪ା୨: ଧର୍ମକୁ ନେଇ ଅନେକ ରାଜନୀତି କରୁଛନ୍ତି। କୌଣସି ଧାର୍ମିକ ପ୍ରସଙ୍ଗକୁ ଇସ୍ୟୁ କରିଦେଲେ ରାଜନୀତିରେ ସଫଳତା ମିଳିଯିବ ବୋଲି ଅନେକଙ୍କ ମାନସିକତା ରହିଛି। କିନ୍ତୁ ତାହା ନୁହେଁ। ଧର୍ମନିରପେକ୍ଷ ଭାରତ ହିଁ ସମସ୍ତଙ୍କର ଲକ୍ଷ୍ୟ ରହିବା ଉଚିତ। ଏଭଳି କ୍ଷେତ୍ରରେ ହଠାତ୍‌ ଦିନେ ଜଣେ ସାଧାରଣ ମଣିଷ ପାଖରେ ପହଞ୍ଚତ୍ଛନ୍ତି ଯମରାଜ। ସମ୍ପୃକ୍ତ ବ୍ୟକ୍ତି ଜଣେ ହିନ୍ଦୁ। କିନ୍ତୁ ହିନ୍ଦୁମାନେ ଖାଉ ନ ଥିବା ମାଂସ ସେ ଖାଉଥିଲେ। ଏଭଳି ବ୍ୟତିକ୍ରମ ଦେଖି ଯମରାଜ ତାଙ୍କୁ ପାପୀ ବୋଲି କହିଲେ। ତୁମର ଆଉ ବଞ୍ଚତ୍ବାର ଅଧିକାର ନାହିଁ, ତୁମକୁ ମରିବାକୁ ପଡ଼ିବ। ଏହାଶୁଣି ଲୋକଟି ଡରିଗଲା। ମାଂସ ଖାଉଥିଲେ ବି ତାର ଧର୍ମ ନଷ୍ଟ ହୋଇନାହିଁ ବୋଲି କିପରି ନିଜକୁ ପ୍ରମାଣିତ କରିବ ଲୋକଟି ଚିନ୍ତାରେ ପଡିଗଲା। ଯମରାଜ ମୃତ୍ୟୁ ପୂର୍ବରୁ ତାଙ୍କୁ ତାଙ୍କର ଶେଷ ଇଚ୍ଛା କ’ଣ ବୋଲି ପଚାରିଲେ। ଲୋକଟି କହିଲା ଧର୍ମନିରପେକ୍ଷ ଭାରତ ବର୍ଷରେ ମୁଁ ମରିବାକୁ ଚାହେଁ। ଯଦି ମତେ ମାରିବାକୁ ଚାହୁଁଛ ତେବେ ପ୍ରଥମେ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ର କର। ହେଲେ ଏଥିରେ ଯମରାଜ ଅସର୍ମଥ ହେଲେ ଏବଂ ହାରିଗଲେ। ଲୋକଟିକୁ ମାରିପାରିଲେ ନାହିଁ। ଏମିତି ଏକ କାହାଣୀ ଉପରେ ପର୍ଯ୍ୟବସିତ ବଙ୍ଗଳା ଚଳଚ୍ଚିତ୍ର ‘ଏକ୍‌ ଜେ ଚିଲୋ ଯମ’ ପ୍ରଦର୍ଶିତ ହୋଇଥିଲା ବାଏ ଅଫ୍‌ର ତୃତୀୟ ସନ୍ଧ୍ୟାରେ। ଶର୍ମି ପାଣ୍ଡେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଧର୍ମନିରପେକ୍ଷ ଭାରତର ବାର୍ତ୍ତା ଦେଇଥିଲା। ଧର୍ମକୁ ନେଇ କେହି ରାଜନୀତି ନ କରନ୍ତୁ। ଭାରତ ଭଳି ଏକ ଶାନ୍ତିପ୍ରିୟ ଦେଶରେ ସମସ୍ତେ ନିଜ ଧର୍ମକୁ ନେଇ ଆଗକୁ ବଢନ୍ତୁ ବୋଲି ବ୍ୟଙ୍ଗାତ୍ମକ ଚଳଚ୍ଚିତ୍ର ‘ଏକ୍‌ ଜେ ଚିଲୋ ଯମ’ରେ ଦର୍ଶାଯାଇଥିଲା। ଏହାବ୍ୟତୀତ ତୃତୀୟ ସନ୍ଧ୍ୟାରେ କଫିନ, ଡୁବୁରୀ, କ୍ଷଣିକ, ପ୍ରତିବିମ୍ବ ପ୍ରଭୃତି ଚଳଚ୍ଚିତ୍ରର ସ୍କ୍ରିନିଂ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri