ପାର୍କ ଉତ୍ସବରେ ଓଡ଼ିଆ ସଂସ୍କୃତି, ପରମ୍ପରା

ଭୁବନେଶ୍ୱର, ୨୪ା୨(ବ୍ୟୁରୋ):ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ। ଆମର ୧୨ ମାସରେ ୧୩ ପରବ, ଆଉ ସେହି ପରବରେ ବିଭିନ୍ନ ପ୍ରକାରର ମିଠା ଓ ପିଠା ପଣା ପ୍ରସ୍ତୁତ ହୁଏ। ରବିବାର ଭୁବନେଶ୍ୱରର ଇନ୍ଦିରା ଗାନ୍ଧୀ ଓ ମଧୁସୂଦନ ଦାସ ପାର୍କରେ ଓଡ଼ିଆ ଘରର ଏହି ସଂସ୍କୃତି, ପରମ୍ପରା ଓ ଚଳଣି ବାରିହୋଇପଡ଼ିଥିଲା। ଓଡ଼ିଆ ଘରର ମିଠା ଓ ପିଠାରେ ମହକି ଉଠିଥିଲା ଦୁଇ ପାର୍କ। ଲୋକେ ବିଭିନ୍ନ ପ୍ରକାରର ମିଠା ଓ ପିଠା ତିଆରି କରି ପ୍ରଦର୍ଶିତ କରିଥିବାବେଳେ ଏଥିପାଇଁ ପାର୍କ ଉତ୍ସବରେ ପ୍ରବଳ ଭିଡ଼ ଲାଗିଥିଲା।
ଚଳିତଥର ‘ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା’କୁ ନେଇ ତୃତୀୟ ପାର୍କ ଉତ୍ସବର ଆୟୋଜନ କରାଯାଇଥିଲା। ଗୋଟିପୁଅ ନୃତ୍ୟ, ଚିତ୍ରକଳା, କାହାଣୀ, ଯୋଗ, ମାଟି କଳାକୃତି ତିଆରି, ଆମୋଦପ୍ରମୋଦ ଆଦି ସମସ୍ତ କାର୍ଯ୍ୟକ୍ରମ ଓଡ଼ିଆଙ୍କ କଥା କହିଥିଲା। ଲୋକେ ନାଚଗୀତ ସହ ଜଗିଂ ଓ ସ୍ବାସ୍ଥ୍ୟ ଶିବିରରେ ନିଜକୁ ସାମିଲ୍‌ କରିଥିଲେ। ଏହାବ୍ୟତୀତ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ‘ଇଜ୍‌ ଅଫ୍‌ ଲିଭିଂ’ ସର୍ଭେରେ ନାଗରିକମାନେ ସାମିଲ ହେବା ପାଇଁ ସଚେତନ କରାଯାଇଥିଲା। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶର ୧୦୦ଟି ସ୍ମାର୍ଟସିଟିକୁ ନେଇ ଆରମ୍ଭ ହୋଇଥିବା ଏହି ସର୍ଭେରେ ଭୁବନେଶ୍ୱରକୁ ଏକ ବାସ ଉପଯୋଗୀ ସହର ବୋଲି ପ୍ରମାଣିତ କରିବାର ସମୟ ଆସିଛି। ଭୁବନେଶ୍ୱରର ସମସ୍ତ ନାଗରିକ ନିଜ ସହରକୁ ସ୍ମାର୍ଟସିଟି ଭଳି ଦେଶର ନଂ.୧ ବାସ ଉପଯୋଗୀ କରିବା ପାଇଁ ଚୌଧାରୀ ଆହ୍ବାନ ଦେଇଥିଲେ। ତା’ସହ ବିଏମ୍‌ସି ଦ୍ୱାରା ‘ମୁଁ ସଫେଇବାଲା ଅଭିଯାନ’ରେ ନାଗରିକଙ୍କୁ ସାମିଲ କରିବା ପାଇଁ ମଧ୍ୟ ସଚେତନ କରାଯାଇଥିଲା। ଏହି ଅବସରରେ ଓଲିଉଡ୍‌ କଳାକାରମାନେ ଯୋଗଦେଇ ସହରବାସୀଙ୍କୁ ନାଚଗୀତରେ ହଜାଇ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ସହରର ୭ ମୁଖ୍ୟ ଓ ବଡ଼ ପାର୍କରେ ଆସନ୍ତା ମାର୍ଚ୍ଚ ୧୫ ଯାଏ ପ୍ରତି ରବିବାର ସକାଳ ୭ଟାରୁ ୯ଟା ଯାଏ ଏହି ଉତ୍ସବ ହେବ। ରବିବାର ତୃତୀୟ ପାର୍କ ଉତ୍ସବରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା। ଉଭୟ ପାର୍କରେ ୧୦ ଜଣ ଲେଖାଏ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଆସନ୍ତା ରବିବାର ୧୦ ତାରିଖରେ ମହାତ୍ମା ଗାନ୍ଧୀ ଓ ବୁଦ୍ଧ ଜୟନ୍ତୀ ପାର୍କରେ ପାର୍କ ଉତ୍ସବ କରାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କଂଗ୍ରେସରେ ବିଲୟ ହେବାକୁ ଯାଉଛି କି ଟିଏମସି? ଘଣ୍ଟା ଘଣ୍ଟା ବୈଠକ ପରେ କ’ଣ ନିଆଗଲା ନିଷ୍ପତ୍ତି ଜାଣନ୍ତୁ

କୋଲକାତା,୧୧।୬: ଦିଲ୍ଲୀରେ କଂଗ୍ରେସ ଦଳର ଏକ ପ୍ରମୁଖ ବୈଠକ ଶେଷ ହୋଇଛି; ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ। ବୈଠକ ସମୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶେଷକୃତ୍ୟରେ ସାମିଲ ହେଲେ ହଜାର ହଜାର…

ଛତ୍ରପୁର,୧୧।୬(ଦିଲୀପ ସାମଲ): ଛତ୍ରପୁର ପୌରପରିଷଦରେ ସମସ୍ତଙ୍କ ଆଖିକୁ ଲୁହରେ ଓଦା କରି ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ସ୍ଵର୍ଗତା ଶର୍ମିଷ୍ଠା ପ୍ରଧାନ। ମୃତ୍ୟୁ ବେଳେ…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri