ପାର୍କ ଉତ୍ସବରେ ଓଡ଼ିଆ ସଂସ୍କୃତି, ପରମ୍ପରା

ଭୁବନେଶ୍ୱର, ୨୪ା୨(ବ୍ୟୁରୋ):ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ। ଆମର ୧୨ ମାସରେ ୧୩ ପରବ, ଆଉ ସେହି ପରବରେ ବିଭିନ୍ନ ପ୍ରକାରର ମିଠା ଓ ପିଠା ପଣା ପ୍ରସ୍ତୁତ ହୁଏ। ରବିବାର ଭୁବନେଶ୍ୱରର ଇନ୍ଦିରା ଗାନ୍ଧୀ ଓ ମଧୁସୂଦନ ଦାସ ପାର୍କରେ ଓଡ଼ିଆ ଘରର ଏହି ସଂସ୍କୃତି, ପରମ୍ପରା ଓ ଚଳଣି ବାରିହୋଇପଡ଼ିଥିଲା। ଓଡ଼ିଆ ଘରର ମିଠା ଓ ପିଠାରେ ମହକି ଉଠିଥିଲା ଦୁଇ ପାର୍କ। ଲୋକେ ବିଭିନ୍ନ ପ୍ରକାରର ମିଠା ଓ ପିଠା ତିଆରି କରି ପ୍ରଦର୍ଶିତ କରିଥିବାବେଳେ ଏଥିପାଇଁ ପାର୍କ ଉତ୍ସବରେ ପ୍ରବଳ ଭିଡ଼ ଲାଗିଥିଲା।
ଚଳିତଥର ‘ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା’କୁ ନେଇ ତୃତୀୟ ପାର୍କ ଉତ୍ସବର ଆୟୋଜନ କରାଯାଇଥିଲା। ଗୋଟିପୁଅ ନୃତ୍ୟ, ଚିତ୍ରକଳା, କାହାଣୀ, ଯୋଗ, ମାଟି କଳାକୃତି ତିଆରି, ଆମୋଦପ୍ରମୋଦ ଆଦି ସମସ୍ତ କାର୍ଯ୍ୟକ୍ରମ ଓଡ଼ିଆଙ୍କ କଥା କହିଥିଲା। ଲୋକେ ନାଚଗୀତ ସହ ଜଗିଂ ଓ ସ୍ବାସ୍ଥ୍ୟ ଶିବିରରେ ନିଜକୁ ସାମିଲ୍‌ କରିଥିଲେ। ଏହାବ୍ୟତୀତ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ‘ଇଜ୍‌ ଅଫ୍‌ ଲିଭିଂ’ ସର୍ଭେରେ ନାଗରିକମାନେ ସାମିଲ ହେବା ପାଇଁ ସଚେତନ କରାଯାଇଥିଲା। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶର ୧୦୦ଟି ସ୍ମାର୍ଟସିଟିକୁ ନେଇ ଆରମ୍ଭ ହୋଇଥିବା ଏହି ସର୍ଭେରେ ଭୁବନେଶ୍ୱରକୁ ଏକ ବାସ ଉପଯୋଗୀ ସହର ବୋଲି ପ୍ରମାଣିତ କରିବାର ସମୟ ଆସିଛି। ଭୁବନେଶ୍ୱରର ସମସ୍ତ ନାଗରିକ ନିଜ ସହରକୁ ସ୍ମାର୍ଟସିଟି ଭଳି ଦେଶର ନଂ.୧ ବାସ ଉପଯୋଗୀ କରିବା ପାଇଁ ଚୌଧାରୀ ଆହ୍ବାନ ଦେଇଥିଲେ। ତା’ସହ ବିଏମ୍‌ସି ଦ୍ୱାରା ‘ମୁଁ ସଫେଇବାଲା ଅଭିଯାନ’ରେ ନାଗରିକଙ୍କୁ ସାମିଲ କରିବା ପାଇଁ ମଧ୍ୟ ସଚେତନ କରାଯାଇଥିଲା। ଏହି ଅବସରରେ ଓଲିଉଡ୍‌ କଳାକାରମାନେ ଯୋଗଦେଇ ସହରବାସୀଙ୍କୁ ନାଚଗୀତରେ ହଜାଇ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ସହରର ୭ ମୁଖ୍ୟ ଓ ବଡ଼ ପାର୍କରେ ଆସନ୍ତା ମାର୍ଚ୍ଚ ୧୫ ଯାଏ ପ୍ରତି ରବିବାର ସକାଳ ୭ଟାରୁ ୯ଟା ଯାଏ ଏହି ଉତ୍ସବ ହେବ। ରବିବାର ତୃତୀୟ ପାର୍କ ଉତ୍ସବରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା। ଉଭୟ ପାର୍କରେ ୧୦ ଜଣ ଲେଖାଏ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଆସନ୍ତା ରବିବାର ୧୦ ତାରିଖରେ ମହାତ୍ମା ଗାନ୍ଧୀ ଓ ବୁଦ୍ଧ ଜୟନ୍ତୀ ପାର୍କରେ ପାର୍କ ଉତ୍ସବ କରାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri