Advertisement

ଏକାଧିକ ରାଜ୍ୟରେ ଅଫିସ୍‌ ଥିଲେ ଦେବାକୁ ହେବ ଜିଏସ୍‌ଟି

ନୂଆଦିଲ୍ଲୀ,୨୬-୬: କୌଣସି କମ୍ପାନୀର ଏକାଧିକ ରାଜ୍ୟରେ ଅଫିସ ଥିଲେ ତାହା ଜିଏସ୍‌ଟି ଅଧୀନକୁ ଆସିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଅର୍ଥାତ୍‌ ଗୋଟିଏ ରାଜ୍ୟର ଅଫିସ୍‌ରୁ ଅନ୍ୟ ରାଜ୍ୟରେ ଥିବା ଅଫିସକୁ ଯୋଗାଯାଉଥିବା ସେବା ଉପରେ ଜିଏସ୍‌ଟି ଲାଗୁ ହେବ। ଜିଏସ୍‌ଟି କାଉନସିଲ୍‌ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଏକ ସର୍କୁଲାର ସରକାର ଖୁବଶୀଘ୍ର ଜାରି କରିବାକୁ ଯାଉଛନ୍ତି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ପୂର୍ବରୁ କର୍ନାଟକ ଅଥରିଟି ଫର୍‌ ଆଡଭାନ୍ସଡ ରୁଲିଂରେ ଏ ସମ୍ପର୍କରେ କୁହାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ହ୍ୟୁମାନ ରିସୋର୍ସେଜ ଓ ପେରୋଲ୍‌ ଭଳି ଇନ୍‌-ହାଉସ କାର୍ଯ୍ୟକଳାପ ଯଦି ଗୋଟିଏ ରାଜ୍ୟର ଏକ ସେଣ୍ଟରରୁ ଅନ୍ୟ ରାଜ୍ୟର ଅଫିସ ଲାଗି କରାଯାଏ, ତେବେ ଏହା ଉପରେ ଜିଏସ୍‌ଟି ଆଦାୟ କରାଯିବ। ଏଥିଲାଗି ଇନ୍‌ଭଏସ ଜାରି କରିବାକୁ ହେବ। ଉଦ୍ୟୋଗ ଜଗତ ପକ୍ଷରୁ ଏକାଧିକ ରାଜ୍ୟରେ ଥିବା ଅଫିସ ପାଇଁ ଜିଏସ୍‌ଟି ସ୍ଥିତି ସ୍ପଷ୍ଟ କରିବାକୁ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ସାଧାରଣତଃ ପଚାରା ଯାଇଥିବା ପ୍ରଶ୍ନ ଛଳରେ ଏହି ସର୍କୁଲାରକୁ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଏସ୍‌ଟି ସ୍ଲାବ୍‌ ୩କୁ ଖସିପାରେ

ନୂଆଦିଲ୍ଲୀ,୨୬।୧୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ଏବେ ୪ଟି ସ୍ଲାବ ରହିଛି। ଏହାକୁ ସରକାର ୩କୁ ହ୍ରାସ କରିପାରନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା...

ତେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁନି

ଭୁବନେଶ୍ୱର: ଗୋଟିଏ ଦିନ ବ୍ୟବଧାନ ପରେ ଗୁରୁବାର ପୁଣିଥରେ ତେଲ ଦର ବୃଦ୍ଧି ପାଇଛି। ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ୧୩ ଏବଂ ଡିଜେଲ ୨୩...

ଏଲ୍‌ଜି ପକ୍ଷରୁ କୁକିଂ କଣ୍ଟେଷ୍ଟ

ଭୁବନେଶ୍ୱର,୧୭-୬(ବ୍ୟୁରୋ): ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ କୁକିଂ କଣ୍ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କମ୍ପାନୀ ଘରୋଇ ବଜାରରେ ୨୨ତମ...

ମାନ୍ଦାବସ୍ଥାକୁ ନେଇ ଟ୍ରମ୍ପ ଭୟଭୀତ;ଟିକସ ହ୍ରାସ, ଟାରିଫ ପ୍ରତ୍ୟାହାର ବିଚାର

ନୂଆଦିଲ୍ଲୀ,୨୧-୮: ଚାଇନା ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ ଯୋଗୁ ଆସନ୍ତା ୨ ବର୍ଷ ଭିତରେ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ଗ୍ରାସ କରିବ ବୋଲି ବିଶ୍ୱର ଅର୍ଥନୀତିଜ୍ଞମାନେ...

ଜୁଲାଇରେ ଆଧାର ଆଧାରିତ ନେଣଦେଣ ୨୨ କୋଟି ଟପିଲା

ନୂଆଦିଲ୍ଲୀ,୧୩-୮: ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ପ୍ରଣାଳିରେ ନେଣଦେଣ ୨୨ କୋଟି ଟପିଛିି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସୋମବାର କହିଛି ଯେ, ଆଧାର...

ମୂହୁର୍ତ୍ତ ଟ୍ରେଡିଂରେ ୧୯୫ ପଏଣ୍ଟ ବଢିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଦିଓ୍ବାଲି ଅବସରରେ ଏକ ଘଣ୍ଟିଆ ସ୍ବତନ୍ତ୍ର ମୂହୁର୍ତ୍ତ ଟ୍ରେଡିଂରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୯୫ ପଏଣ୍ଟ ବୃଦ୍ଧି ପାଇଛି। ଏହି ସମୟରେ ସୂଚକାଙ୍କ...

ଡିସେମ୍ବର ୧୫ରୁ ଫାଷ୍ଟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦-୧୧: ସାରା ଦେଶର ଟୋଲ ପ୍ଲାଜାଗୁଡିକରେ ବାଧ୍ୟତାମୂଳକ ଭାବେ ଫାଷ୍ଟାଗ କାର୍ଯ୍ୟକାରୀ କରିବା ତାରିଖକୁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ଯାଏ ବଢାଇ...

ଭାରତ-ଚାଇନା ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରଭାବିତ ଆଶଙ୍କା

ନୂଆଦିଲ୍ଲୀ,୧୭।୬: ଚାଇନା ସହ ସୀମା ବିବାଦ ଲଗାତର ବଢ଼ିଚାଲିଛି। ଲଦାଖ ସୀମାରେ ଚାଇନା ସେନାର ବଳପୂର୍ବକ ପ୍ରବେଶ ଯୋଗୁ ଭାରତର ୩ ଯବାନ ଶହୀଦ ହୋଇଛନ୍ତି।...

Advertisement
Archives

Model This Week