ଏକାଧିକ ଚୋରି, ଡକାୟତିରେ ସଂପୃକ୍ତ ଫେରାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୨୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨୦୧୯ରୁ ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଥାନା ସିମନବାଡ଼ି ଗ୍ରାମର କୃପାକର ମୁଖୀ। ତାଙ୍କ ନାମରେ ପୂର୍ବରୁ ୯୩/୧୯ରେ ଏକ ମାମଲା ରହିଥିଲା।
ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବର ୧୬ରେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ବାଇମାଲା ଗ୍ରାମରେ ଦୁଇଜଣ ମହିଳା ଘରେ ଏକାକୀ ରହିଥିବା ସୁଯୋଗ ନେଇ କୃପାକର ଘରର କାନ୍ଥ ଭାଙ୍ଗି ଅସଦାଚରଣ କରିବାକୁ ଉଦ୍ୟମ କରିବା ସହ ମାରଣାସ୍ତ୍ର ଦେଖାଇ ୭୦ହଜାର ଟଙ୍କା ଲୁଟ୍‌ କରିଥିଲେ। ପରେ ଦୁଇ ମହିଳା ତଥା ଶାଶୂ ନିବାଜିନୀ ଦିଗାଳ ଏବଂ ବୋହୂ ସିଲା ଦିଗାଳ ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଲୁଟ୍‌ ବେଳେ ଦୁଇ ମହିଳା ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିବା ବେଳେ ଧସ୍ତାଧସ୍ତି ହୋଇ ଦୁର୍ବୃତ୍ତ ଜଣକ ମୋବାଇଲ ଛାଡ଼ି ପଳାଇଥିଲେ । ମୋବାଇଲକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ ସୁଦ୍ଧା କୃପାକର ସେହିଦିନଠାରୁ ଫେରାର ହୋଇଯାଇଥିଲେ। ଏବେ ସେ ଗ୍ରାମକୁ ଆସିଥିବା ଖବର ପାଇ ପୋଲିସ ଗିରଫ କରିଥିଲା ବୋଲି ଆଇଆଇସି କୌଶିକ ମାଝୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର

ଆସିକା,୫ା୧୨(ଡି.ଏନ୍‌.ଏ.)-ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ହାଇସ୍କୁଲ ପଛପାର୍ଶ୍ୱ ଧାନ ବିଲରୁ ବୁଧବାର ଅପରାହ୍ନରେ ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ସେହି ସ୍ଥାନରେ ପଡିଥିବା...

ଛାତ୍ରାବାସରେ ଅଘଟଣ: ନଡ଼ିଆ ଗଛରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୧୮।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ଅଧୀନ ଅଲୋଡ଼ାସ୍ଥିତ ବିଜୟାନନ୍ଦ ବିଦ୍ୟାଳୟ ଅଧୀନ ଛାତ୍ରାବାସରେ ରବିବାର ଏକ ଅଘଟଣ ଘଟିଛି। ନଡ଼ିଆ ଗଛରୁ ପଡ଼ି ଜଣେ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ : ବିନା ଅଧ୍ୟାପକରେ ଚାଲିଛି ଏମ୍‌ଜେଏମ୍‌ସି ବିଭାଗ

ବ୍ରହ୍ମପୁର ଅଫିସ,୯ା୬-ଓଡ଼ିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର) ଅନ୍ୟତମ। ଓଡିଶା ତଥା ରାଜ୍ୟ ବାହାରୁ ବହୁ ଛାତ୍ରୀଛାତ୍ର ଏହି ବିଶ୍ୱବିଦ୍ୟାଳୟକୁ ଅଧ୍ୟୟନ କରିବାକୁ...

ବାରବାଟୀ ଲଢେଇ: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

କଟକ ଅଫିସ୍‌,୧୨।୬: ଭାରତ ଏବଂ ଦକ୍ଷିଣ ଆଫିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି।...

ଏସିରୁ ଲାଗିଲା ନିଆଁ: ଶ୍ୱାସରୁଦ୍ଧ ହୋଇ ବିଜେଡି ନେତାଙ୍କ ସହ ଚାଲିଗଲା ଆଉ ଦୁଇ ଜୀବନ

ବ୍ରହ୍ମପୁର ଅଫିସ,୨୯ା୫: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ୩ ଜଣଙ୍କ ଜୀବନ ଚାଲିଯାଇଛି। ଘରେ ଲାଗିଥିବା ଏସିରେ...

ଲୁହାପଥର ବୋଝେଇ ହାଇଓ୍ବା ଜବତ: ମାଷ୍ଟରମାଇଣ୍ଡ ସମେତ ୬ କୋର୍ଟ ଚାଲାଣ

ବଡ଼ବିଲ,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାଚାଲାଣ ହେଉଥିବା ୨୭ ମେଟ୍ରିକ ଟନ୍‌ ସାଇଜ ଲୁହାପଥର ବୋଝେଇ ହାଇଓ୍ବା ଜବତ କରିବା...

ହେଟେଲରେ ବଙ୍ଗୀୟ ଯୁବତୀଙ୍କୁ ମାରପିଟ୍‌, ୨ ଅଟକ

କଟକ ରୋଡ୍‌,୧୭।୧୨(ଡି.ଏନ୍‌.ଏ.): ରାଜଧାନୀର ଏକ ହୋଟେଲରେ ମଙ୍ଗଳବାର ଜଣେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ ସହ ମାରପିଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ୨ଜଣଙ୍କୁ...

ପ୍ରଧାନ ଶିକ୍ଷକଙ୍କ ମନମୁଖି କାର୍ଯ୍ୟକଳାପ: ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ, ୨୬।୬: ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ବେଲଘର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀ ଶନିବାର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଲା ପକାଇଛନ୍ତି। ପ୍ରଧାନଶିକ୍ଷକଙ୍କ ମନମୁଖି କାର୍ଯ୍ୟକଳାପ,...

Advertisement
Archives

Model This Week