Posted inଜାତୀୟ

ଏକାକୀ ଲଢ଼ିବୁ ଉପନିର୍ବାଚନ: ଅଖିଳେଶ

ଲକ୍ଷ୍ନୌ,୫।୬: ଆଗାମୀ ଦିନରେ ଉତ୍ତରପ୍ରଦେଶରେ ହେବାକୁ ଥିବା ୧୧ ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍‌ପି) ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ଦଳର ନେତା ଅଖିଳେଶ ଯାଦବ କହିଛନ୍ତି। ଦଳର ନେତାମାନଙ୍କ ସହ ଆଲୋଚନା କରାଯାଇ ସମସ୍ତ ୧୧ଟି ଆସନରେ ପ୍ରାର୍ଥୀ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ସାଧାରଣ ନିର୍ବାଚନରେ ଏସ୍‌ପି-ବିଏସ୍‌ପି ମେଣ୍ଟ ବିଫଳ ହେବା ପରେ ବିଏସ୍‌ପି ଏକାକୀ ଉତ୍ତରପ୍ରଦେଶ ଉପନିର୍ବାଚନ ଲଢ଼ିବ ବୋଲି ଦଳର ସୁପ୍ରିମୋ ମାୟାବତୀ କହିଥିଲେ। ଏବେ ସବୁକିଛି ସ୍ପଷ୍ଟ ହୋଇଯାଇଛି। ମେଣ୍ଟ ଭାଙ୍ଗିବା ସହ ପରସ୍ପର ବିରୋଧରେ ପ୍ରାର୍ଥୀ ଦେବାକୁ ଏସ୍‌ପି, ବିଏସ୍‌ପି ପ୍ରସ୍ତୁତି ଚଳାଇଛନ୍ତି। ସାଧାରଣ ନିର୍ବାଚନରେ ଭାଜପାର ବାଜିମାତ୍‌ ସବୁକିଛି ଓଲଟପାଲଟ କରିପକାଇଛି। ପ୍ରକାଶଥାଉ କି, ନିର୍ବାଚନରେ ଏସ୍‌ପିର ଯାଦବ ସମାଜ ଭୋଟ୍‌ ମେଣ୍ଟକୁ ମିଳିବା ପରିବର୍ତ୍ତେ ଅନ୍ୟ ଆଡ଼କୁ ଚାଲିଯାଇଥିଲା। ଏମିତିକି, ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ମଧ୍ୟ ପରାଜୟବରଣ କରିଥିଲେ। ଏସ୍‌ପି-ବିଏସ୍‌ପି ମେଣ୍ଟ ଆଶାନୁରୂପ ସଫଳତା ପାଇ ନ ଥିଲା। ଫଳରେ ମେଣ୍ଟ ତିଷ୍ଠି ରହିବା ମାୟାବତୀଙ୍କ ଲାଗି ଅସହ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।…

କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍‌: ଆଗକୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…

ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?