Posted inଫୁରସତ

ଏକାକୀ ମହିଳାଙ୍କ ଭରସା ରାଜି ଆକ୍କା

ଚେନ୍ନାଇର ପିଭି ରାଜି ଅଶୋକ ଜଣେ ଅଟୋ ଚାଳିକା। ମଧ୍ୟରାତ୍ର ହେଉକି ଉଦୁଉଦିଆ ଖରାବେଳ, ସେ କେବେ ବି କୌଣସି ମହିଳାଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ମନା କରି ନ ଥାଆନ୍ତି ।

୮-୯ ଘଣ୍ଟିଆ ଶିଫ୍ଟ ସରିଯାଇଥିଲେ ହେଁ ସେ ନାଇଟ୍‌ ଡ୍ୟୁଟିକୁ ଯାଉଥିବା ମହିଳା ହୁଅନ୍ତୁ ଅବା ଲେଟ ନାଇଟ୍‌ ଫ୍ଲାଇଟ୍‌ ଧରିବାକୁ ଥିବା ମହିଳାଙ୍କୁ ସୁରକ୍ଷିତଭାବେ ନେଇଥାଆନ୍ତି। ତେଣୁ ସେ ସମସ୍ତଙ୍କର ପ୍ରିୟ ରାଜି ଆକ୍କା(ଭଉଣୀ) ପାଲଟିଛନ୍ତି। ତେବେ ରାଜିଙ୍କର ସର୍ତ୍ତଥାଏ ଯେ, ଅତିକମ୍‌ରେ ଏକ ଘଣ୍ଟା ଆଗରୁ ବୁକ୍‌ କରିବାକୁ ହେବ। ଦୀର୍ଘ ୨୦ ବର୍ଷ ହେବ ସେ ଅଟୋ ଚଲାଉଛନ୍ତି। ରାଜି ଛୋଟପିଲା, ବୟସ୍କ ବ୍ୟକ୍ତି ଓ ଭଡା ଦେବା ପାଇଁ ପାଖରେ ଟଙ୍କା ନ ଥିବା ମହିଳାଙ୍କୁ ମାଗଣାରେ ନିଅନ୍ତି। ଦିନକୁ ସେ ୩୦ଟି ଟ୍ରିପ୍‌ ନେଇଥାଆନ୍ତି। ଆଉ ମାସିକ ୩୦-୪୦ ହଜାର ଟଙ୍କା ରୋଜଗାର କରନ୍ତି। ରାଜି ପ୍ରକୃତରେ କେରଳ, ପଲ୍ଲକଡର ଅଟନ୍ତି। ଗ୍ରାଜୁଏଶନ୍‌ କରିବା ସମୟରେ ସେ ଅଶୋକ ନାମକ ଅଟୋ ଡ୍ରାଇଭର୍‌ଙ୍କୁ ଭଲ ପାଇ ବିବାହ କଲେ। ଆଉ ସେମାନେ କୋଏମ୍ବାଟୋର ଚାଲିଗଲେ। ସେଠି ଅଶୋକ ଅଟୋ ଚଳାଇଲେ ଓ ରାଜି ଟ୍ରାଭେଲ ଏଜେନ୍ସିରେ ଆକାଉଣ୍ଟାଣ୍ଟ ଭାବେ କାମ କଲେ। ୧୯୯୮ରେ କୋଏମ୍ବାଟୋରରେ ବିସ୍ଫୋରଣ ଘଟଣା ଘଟିବା ପରେ ସେମାନେ ଚେନ୍ନାଇ ଚାଲିଯାଇଥିଲେ। ସେଠାରେ କିନ୍ତୁ ଚାକିରି ନ ମିଳିବାରୁ ସେ ନିଷ୍ପତ୍ତି ନେଲେ ସ୍ବାମୀଙ୍କ ପରି ଅଟୋ ଚଳାଇବେ। ପ୍ରାରମ୍ଭିକ ସମୟରେ ଅଟୋ ଚଳାଇବା ତାଙ୍କ ପାଇଁ ଏତେ ସହଜ ନ ଥିଲା। ହେଲେ ଏବେ ସେ ଏହି କାମରେ ବେଶ୍‌ ପାରଙ୍ଗମ। ଖାସ୍‌ କରି ମହିଳାଙ୍କ ପାଇଁ ସେ ସ୍ବତନ୍ତ୍ର ସେବା ପ୍ରଦାନ କରୁଛନ୍ତି। ତେଣୁ ସେ ମହିଳାଙ୍କର ପ୍ରିୟ ପାଲଟିଛନ୍ତି। ତାଙ୍କୁ କଲେଜରେ

ମୋଟିଭେଶନାଲ୍‌ ଟକ୍‌ ପାଇଁ ବି ନିମନ୍ତ୍ରଣ କରାଯାଉଛି। ଚେନ୍ନାଇର ୧୩ଟି କଲେଜରେ ଟକ୍‌ ଦେଇସାରିଲେଣି। ଏହାଛଡା ସେ ମହିଳାଙ୍କୁ ମାଗଣାରେ ଅଟୋ ଚଳାଇବା ତାଲିମ ବି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଦମ୍ପତିଙ୍କ ଅନ୍ତିମ ସଂସ୍କାର…

ଇନ୍ଦୋର,୧୯।୫: ଗୋଟିଏ ଦିନରେ ଗୋଟେ ଘଣ୍ଟା ବ୍ୟବଧାନରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ଏବଂ ଅନ୍ତିମ ସଂସ୍କାର ଗୋଟିଏ ଜୁଇରେ ହେବା ଘଟଣା ସାଧାରଣତଃ ଫିଲ୍ମରେ ଦେଖିବାକୁ...

ପ୍ରେମିକା ବ୍ରେକ୍‌ଅପ୍‌ କରିବାରୁ ଏମିତି ପ୍ରତିଶୋଧ ନେଲେ ପ୍ରେମିକ, ଜାଣିଲେ…

ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମର ଆବେଗ ଜଣେ ବ୍ୟକ୍ତିର ଜୀବନକୁ ସୁନ୍ଦର ଭାବରେ ଗଢ଼ି ତୋଳିଥାଏ। ବେଳେବେଳେ ଏହି ପ୍ରେମରେ କିଛି ଭୁଲ୍‌ ଭୁଝାମଣା ରହିଲେ...

ଦିନରେ ପଢୁଥିଲେ, ରାତିରେ କରୁଥିଲେ ଜଗୁଆଳି କାମ; ଏବେ ମିଳିଲା ବଡ଼ ପଦବୀ

ଥିରୁଭାନନ୍ତପୁରମ୍‌,୧୨।୪: ଜଣେ ବ୍ୟକ୍ତି ଦିନରେ ପାଠ ପଢ଼ୁଥିବା ବେଳେ ରାତିରେ ଜଗୁଆଳି କାମ କରୁଥିଲେ। ସେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଏବେ ରାଞ୍ଚିର ଆଇଆଇଏମ୍‌ରେ...

ଗୋଟିଏ ସାଇକେଲରେ ୧୦ ଜଣ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

୨୦୨୦ ଚର୍ଚ୍ଚାର ପରିସରକୁ ଆସିଥିବା ନାରୀ

ଶେଷପାଦରେ ଉପନୀତ ୨୦୨୦। ଚଳିତବର୍ଷ ଚର୍ଚ୍ଚାର ପରିସରକୁ ଆସିଥିବା ଏବଂ ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରିଥିବା ପ୍ରମୁଖ ମହିଳାଙ୍କ ସମ୍ପର୍କରେ… ଜର୍ଜିଆରେ ଚମକିଲେ...

ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ବେଜିଂ,୧୧।୪: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା...

ଦୁଇଟି ବିବାହ କରିବାକୁ ଗଣେଶଙ୍କୁ ମିଳିଥିଲା ଅଭିଶାପ, ଜାଣନ୍ତୁ କାହିଁକି

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୧୦ରେ ପୂଜା ପାଇବେ ପ୍ରଭୁ ଗଜାନନ। ଗଣେଶଙ୍କୁ ଅଗ୍ରପୂଜ୍ୟ କୁହାଯାଏ।...

ହସ୍ପିଟାଲରୁ ରାତିରେ ଶୁଭେ ଚିତ୍କାର ଶବ୍ଦ, ଯାଞ୍ଚ୍‌ ହେବାରୁ ମିଳିଲା ଏମିତି ଆଶ୍ଚର୍ଯ୍ୟ ତଥ୍ୟ

ଭୂତ ଅଛି କି ନାହିଁ ସେ ନେଇ ସବୁବେଳେ ବିବାଦ ଲାଗି ରହିଥାଏ। ବିଜ୍ଞାନ କହିଛି ଯେ ଭୂତ ଏବଂ ଆତ୍ମା ଭଳି କୌଣସି ଜିନିଷ...

Advertisement
Archives

Model This Week