ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା: ‘ଗ୍ରନ୍ଥ ବି ସମାଜରେ ବିପ୍ଳବ ଆଣିପାରେ’

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସାହିତ୍ୟ ଉପରେ ଆଧାରିତ ଲିଖିତ ଗ୍ରନ୍ଥ ହୋମରୁଲ୍‌ ଓ ସର୍ବୋଦୟ ବେସ୍‌ ହୃଦୟସ୍ପର୍ଷୀ। ଆଦର୍ଶ ଓ ସମନ୍ବୟର ଏହି ଗ୍ରନ୍ଥ ମାଧ୍ୟମରେ ଗାନ୍ଧୀ ସମାଜକୁ ଦିଗ୍‌ଦର୍ଶନ ଦେବାକୁ ଚେଷ୍ଟା କରିଛନ୍ତି। ସେହିପରି ଆମେରିକାରେ ପ୍ରକାଶିତ ଗ୍ରନ୍ଥ ଅଙ୍କଲ ଷ୍ଟମ୍ପ କେବିନ୍‌ କ୍ରୀତଦାସ ପ୍ରଥା ବିରୋଧରେ ସଂଗ୍ରାମ ସୃଷ୍ଟି କରି ପାରିଥିଲା। ଏଥିରୁ ସ୍ପଷ୍ଟ ଯେ ଗ୍ରନ୍ଥ ବି ସମାଜରେ ବିପ୍ଳବ ଆଣିପାରେ। ସୋମବାର ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟାରେ ଅନୁଷ୍ଠିତ ସାହିତ୍ୟ ଆସରେ ଅତିଥିଭାବେ ଯୋଗଦେଇ ଇଂ. ପ୍ରଭାକର ସ୍ବାଇଁ ଏହା କହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡିଆରେ ଆୟୋଜିତ ଉତ୍ସବରେ ସେ କହିଥିଲେ, ଏ ମାଟିର ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ ଓଡ଼ିଆ ମହାଭାରତ ଓଡ଼ିଆ ସାହିତ୍ୟକୁ ୬୦୦ ବର୍ଷ ଧରି ବଞ୍ଚାଇ ରଖି ପାରିଛି। ଯାହାକି ବିଶ୍ୱ ସାହିତ୍ୟରେ ବିସ୍ମୟ। ଅନ୍ୟତମ ସମ୍ମାନିତ ଅତିଥି ପ୍ରାଧ୍ୟାପକ ସୁଧା ଦାଶ ମଧ୍ୟ ଓଡ଼ିଆ ମହାଭାରତର ଗାରିମା ଉପରେ ବଖାଣିଥିଲେ। ସେ କହିଥିଲେ, ପୂର୍ବ ଭାରତର ପ୍ରଥମ କ୍ରାନ୍ତୀୟ ଭାଷାର ମହାକାବ୍ୟ ହେଉଛି ଓଡ଼ିଆ ମହାଭାରତ। ଏଭଳି ଗ୍ରନ୍ଥ ମା’ଶାରଳାଙ୍କ ଆଶୀର୍ବାଦରୁ ଆଦିକବି ସାରଳା ଦାସ ଏ ମାଟିରେ ରଚନା କରି ଜିଲାକୁ ଗୌରବାନ୍ବିତ କରି ପାରିଛନ୍ତି। ଓଡ଼ିଆ ସାହିତ୍ୟର ଆଦି ଯୁଗ ଏ ଜିଲାରୁ ଆରମ୍ଭ ହୋଇଥିବାରୁ ଜଗତ୍‌ସିଂହପୁରର ଭୂୟସୀ ପ୍ରଶଂସା କରିଥିଲେ। ତେଣୁ ଲୋକଭାଷା ଆଡକୁ ସାହିତ୍ୟ ପାଖେଇବ ସାହିତ୍ୟ ସମ୍ଭୃଦ୍ଧ ହେବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାଧ୍ୟାପକ ବ୍ରଜସୁନ୍ଦର ମିଶ୍ର ଅତିଥି ଭାବେ ଯୋଗଦେଇ ଗୋଟିଏ ଗୋଟିଏ ବହି ସମାଜକୁ କିପରି ବଦଳାଇ ଦେଇପାରେ ତା’ଉପରେ ବର୍ଣ୍ଣନା କରିଥିଲେ। ଉଦାହରଣ ଶୈଳୀରେ କହିଥିଲେ, ଚାର୍ଲସ୍‌ ଡିକେନ୍‌ଙ୍କ ଦ୍ୱାରା ରଚିତ ଅଲିଭର ଟ୍ବିଷ୍ଟ ହେଉ ଅବା ମହାଭାରତ। ଏଭଳି ପୁସ୍ତକ, ଗ୍ରନ୍ଥ ସମାଜ ବଦଳାଇ ଦେବାର ସାମର୍ଥ୍ୟ ରଖିଥାଏ। ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ସାହିତ୍ୟ କହିଥିଲେ, ଯେଉଁ ସାହିତ୍ୟରେ ସମାଜ ପାଇଁ ବାର୍ତ୍ତା ନାହିଁ ତାହା ସାହିତ୍ୟ ପଦବାଚ୍ୟ ନୁହେଁ। ପ୍ରତ୍ୟେକ ବ୍ୟକ୍ତିର ପରିଚୟ ସେ ପାଖରେ ରଖିଥିବା ପୁସ୍ତକରୁ ହିଁ ମିଳିଥାଏ ବୋଲି ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ ଜଗତ୍‌ସିଂହପୁର ସାଂସ୍କୃତିକ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ। ସ୍ବାଗତ ଭାଷଣ, ଧନ୍ୟବାଦ ଦେଇଥିଲେ ଯଥାକ୍ରମେ ଅମରଜ୍ୟୋତି ସାହୁ ଓ ମାନସ କାନୁନ୍‌ଗୋ। ପରିଷଦ ସମ୍ପାଦକ ସାରଦା ଦାସ, ଯୁଗ୍ମ ସମ୍ପାଦକ ସୁଧୀର ମହାନ୍ତି, ଉପାଧ୍ୟକ୍ଷ ବିଜୟ ରାଉତ, ଯୁଗ୍ମ ସମ୍ପାଦକ ନରେଶ ଦାଶ ଓ କୋଷାଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri