Posted inଜାତୀୟ

ଏଏପିକୁ ଟାର୍ଗେଟ କଲେ କପିଲ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାମାନେ ପରସ୍ପର ମଧ୍ୟରେ ସେତେ ଦୋଷ ଲଦାଲଦି ହେଉଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ କପିଲ ମିଶ୍ରା ପୁଣିଥରେ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ଦିଲ୍ଲୀରେ ଗାଡିରେ ନିଆଁ ଲଗାଇଦେବା ଓ ପୋଲିସଙ୍କୁ ପିଟିବା ପଛରେ କଂଗ୍ରେସ ଓ ଏଏପିର ହାତ ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଜିନ୍ନାଙ୍କ ରାଜନୀତି କରୁଛନ୍ତି। ତେଣୁ ଏଏପିର ନୂଆ ନାଁ ମୁସଲିମ ଲିଗ ହେବା ଦରକାର। ଏହାପୂର୍ବରୁ କପିଲ ମିଶ୍ରା ଟୁଇଟ୍‌ କରି ଏଏପିର ନାଁ ପରିବର୍ତ୍ତନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ ଲେଖିଥିଲେ ଉମର ଖାଲିଦ, ଅଫଜଲ ଗୁରୁ, ବୁରହାନ ଓ୍ବାନି ଭଳି ଆତଙ୍କବାଦୀଙ୍କୁ ଯିଏ ନିଜର ପିତା ବୋଲି ମାନୁଛନ୍ତି ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିଲେ ଡର ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ବଦାନ୍ୟତା: ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ ପାଠପଢା ପାଇଁ ଦାନକଲେ ୧୭୫ ସ୍ମାର୍ଟ ଟିଭି

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ତଥା ଓ୍ବାୟନାଡର ଏମ୍‌ପି ନିଜ ନିର୍ବାଚନ ମଣ୍ଡଳୀର ଆଦିବାସୀ ପିଲାଙ୍କ ପାଠପଢା ପାଇଁ ୧୭୫ଟି ସ୍ମାର୍ଟ ଟିଭି ଦାନ କରିଥିବା ଜଣାପଡିଛି।...

ପରିସ୍ଥିତି ନ ସୁଧୁରିଲେ ମେ’- ଜୁନ୍‌ରେ ବି ରିଲିଜ୍‌ ହେବନି ବଲିଉଡ୍‌ ଫିଲ୍ମ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂଙ୍କ ‘୮୩’ର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ହେଲେ ଏହି କରୋନା ଏବେ ଏଭଳି...

‘ଅମ୍ଫନ’ ମୁକାବିଲା ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖାପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇସାରିଛି। ଏହାର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ...

ଚାଷୀ ତାତି ଯୋଗୁ ଅଟକି ରହିଛି ୬୦୦ ସେଓ ଭର୍ତ୍ତି ଟ୍ରକ୍‌: ୬୦ କୋଟିର କ୍ଷତି ହେବା ଆଶଙ୍କା

ସୋନିପତ୍‌,୨୮।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପି ଜାରି ରହିଥିବା ଚାଷୀ ଆନ୍ଦୋଳନ ଯୋଗୁ ବାଟରେ ୬୦୦ ସେଓ ଭର୍ତ୍ତି ଟ୍ରକ୍‌ ଅଟକି ରହିଛି।...

ସାଇକେଲ ପଛରେ ପିତାଙ୍କୁ ବସାଇ ୧୨ଶହ କିଲୋମିଟର ଯାତ୍ରା କରିଥିବା ବିହାର ଯୁବତୀଙ୍କୁ ପ୍ରଶଂସା କଲେ ଇଭାଙ୍କା

ଦରଭଙ୍ଗା,୨୩।୫: ଲକ୍‌ଡାଉନ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ଏହି କ୍ରମରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିହାରର...

କରୋନା ଲଢ଼େଇରେ ଡ୍ରୋନ୍‌, ରୋବୋ

ନୂଆଦିଲ୍ଲୀ,୧୪ା୪(ପି.ଟି.): କରୋନା ବିରୋଧୀ ଲଢ଼େଇରେ ଶସ୍ତା ପୋର୍ଟେବଲ୍‌ ଭେଣ୍ଟିଲେଟରଠାରୁ ଆରମ୍ଭ କରି ଡ୍ରୋନ୍‌, ରୋବୋ ଏବଂ ସ୍ବତନ୍ତ୍ର ଷ୍ଟେଥୋସ୍କୋପ୍‌ ବ୍ୟବହାର କରାଯାଉଛି। ସାନିଟାଇଜେଶନରେ ଡ୍ରୋନ୍‌କୁ ବ୍ୟବହାର...

ରାଜଧାନୀରେ ସର୍ବାଧିକ କରୋନା ଯୋଦ୍ଧା ସଂକ୍ରମିତ…

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନେ ଏବେ ଅଧିକରୁ ଅଧିକ କରୋନାରେ ଆକ୍ରାନ୍ତ...

ବଦଳିଲା ମୋଦିଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋ

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ଫଟୋକୁ ବଦଳାଇ ଦେଇଥିବା ଦେଖାଯାଇଛି। କରୋନା ସଂକ୍ରମଣ ଯୋଗୁ ଦେଶରେ ଚାଲିଥିବା...


Coronavirus Update

Archives

Model This Week

Why Dharitri