ଏଇ ଭାରତରେ

ଜଳ ପ୍ରଦୂଷଣ ଓ ସଙ୍କଟକୁ ଲକ୍ଷ୍ୟ କରି ତାହାର ସମାଧାନ ପାଇଁ ଆଗକୁ ବଢ଼ିଛନ୍ତି ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ରାମବାବୁ ତିଓ୍ବାରୀ। ସେ ଜଣେ ପିଏଚ୍‌ଡି ଛାତ୍ର। ସେ ନିଜ ଗାଁ ଅଧଓ୍ବାନର ଲୋକଙ୍କ ସହାୟତାରେ ପୋଖରୀ ପୁନରୁଦ୍ଧାର କରିବାରେ ଲଗିଛନ୍ତି। ଏବେ ସୁଦ୍ଧା ସେମାନେ ବୁନ୍ଦେଲଖଣ୍ଡର ୭୫ଟି ପୋଖରୀର ପୁନରୁଦ୍ଧାର କରିସାରିଲେଣି। ଅନେକ ପୋଖରୀରୁ ପଙ୍କ ବାହାର କରି ତାହାର ପାଣିକୁ ବ୍ୟବହାର ଉପଯୋଗୀ କରିପାରିଛନ୍ତି। ରାମବାବୁ ଏହି କାର୍ଯ୍ୟ ୧୭ ବର୍ଷ ବୟସରୁ ଆରମ୍ଭ କରିଥିଲେ। ସେ ସେତେବେଳେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ ଓ ସେ ବୁନ୍ଦେଲଖଣ୍ଡର ଜଳ ସଙ୍କଟ ଦୂର କରିବା ଲାଗି ନିଷ୍ପତ୍ତି ନେଇ ନିଜ ଗାଁ ପୋଖରୀ ପୁନରୁଦ୍ଧାରରୁ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏହା ତାଙ୍କ କ୍ୟାରିୟର ଓ ଜୀବନର ଗତିପଥରେ ମୁଖ୍ୟ ବିଷୟ ହୋଇଯିବ ବୋଲି ସେ କେବେ ବି କଳ୍ପନା କରି ନଥିଲେ। ଏବେ ତାଙ୍କୁ ୩୦ ବର୍ଷ। ଏହି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ମନ କି ବାତ୍‌ରେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମୀୟ ସ୍ୱାଧୀନତା

ଭାରତୀୟମାନଙ୍କର ଧର୍ମୀୟ ସ୍ୱାଧୀନତା ଅଛି କି? ଅର୍ଥାତ୍‌ ସେମାନେ ଅନ୍ୟମାନଙ୍କୁ ସେମାନଙ୍କର ଧର୍ମକୁ ନିମନ୍ତ୍ରଣ କରିବାର ଅଧିକାର ଏବଂ ସେମାନଙ୍କର ଧର୍ମକୁ ସହଜରେ ଛାଡ଼ିବାର ଅଧିକାର...

ଏଇ ଭାରତରେ

କ୍ଷେତକୁ ଫସଲ ଖାଇବାକୁ ବନ୍ୟପ୍ରାଣୀ ଆସିଲେ ସେମାନଙ୍କୁ ହତ୍ୟା କିମ୍ବା ଗୁରୁତର ଆହତ କରାଯାଉଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟା ଦୂର କରିପାରୁଛି ବେଙ୍ଗାଲୁରୁର ‘କଟିଧନ’...

ବୃକ୍ଷ ବିନା ଜୀବନ

ପ୍ରାୟ ପ୍ରାଗୈତିହାସିକ ଯୁଗରୁ ମଣିଷର ବନଭୂମି ସହ ନିବିଡ଼ ସମ୍ପର୍କ ରହିଛି। ଦିନେ ସଭ୍ୟତାର ବିକାଶ ବନଭୂମିରେ ହିଁ ହୋଇଥିଲା। ମଣିଷ ଉଦ୍ଭିଦ ବା ବୃକ୍ଷ...

ଦୁର୍ନୀତିର ଅଗ୍ନିକୁଣ୍ଡରେ ମେଧା ଆହୁତି

ଆମ ଦେଶର ଜନସାଧାରଣ ପ୍ରାୟ ଧରି ନେଇଛନ୍ତି ସବୁଠାରୁ ଦାମୀ ତଥା ସମ୍ମାନଜନକ ପାଠ ହେଉଛି ଡାକ୍ତରୀ ପାଠ। ସବୁ ମାତାପିତାଙ୍କ ସ୍ବପ୍ନ ହେଲା ତାଙ୍କ...

ଡୋଭାଲଙ୍କ ଟିମ୍‌

ନିକଟରେ ନ୍ୟାଶନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରିଏଟ୍‌ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବାବେଳେ କିଛି ନିରନ୍ତରତା ବଜାୟ ରଖିଛି। ପ୍ରାରମ୍ଭରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପାଶ୍ଚାତ୍ୟ)...

ଏଇ ଭାରତରେ

ତାମିଲନାଡୁର ୮୪ ବର୍ଷୀୟା ଧନମ ପାତି ଏବକାର ମହଙ୍ଗା ଯୁଗରେ ୨ ଟଙ୍କାରେ ଇଡ୍‌ଲି ବିକୁଛନ୍ତି ଓ ଲୋକଙ୍କୁ ପେଟପୂରା ଖାଇବାକୁ ଦେଉଛନ୍ତି। ଧନମଙ୍କ ଘର...

ଗଣତନ୍ତ୍ର ଓ ଏକ କଥିତ କାହାଣୀ

ହରେକୃଷ୍ଣ ପଣ୍ଡା ସବୁ କ୍ଷେତ୍ରରେ ପରିଚାଳକଙ୍କର ଏକ ଦୃଷ୍ଟିଭଙ୍ଗୀ ଥାଏ। ସେହି ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥାଏ ଅପାର ଆନନ୍ଦ ବା ନିରାନନ୍ଦ, ସ୍ବଚ୍ଛତା ବା ଭ୍ରଷ୍ଟାଚାରିତା।...

ଷ୍ଟର୍ମର ମଡେଲ

ଡାରୋନ୍‌ ଆକେମୋଗ୍ଲୁ ବ୍ରିଟେନର ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛିି। କିନ୍ତୁ ଆର୍ଥିକ ସମସ୍ୟା ଦୂରକରିବାକୁ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମରଙ୍କ ସାମର୍ଥ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri