ଏଇ ଭାରତରେ

ଅନେକ ସନ୍ତାନ ପରିବାରରେ ମାତାପିତାଙ୍କୁ ଏକୁଟିଆ ଛାଡ଼ି ଦେଇ ଅନ୍ୟତ୍ର ରହୁଥିବା ଦେଖାଯାଉଛି। ଏଭଳି ସ୍ଥିତିରେ ସେମାନେ ଖାଇଲେ କି ନାହିଁ ତା’ଉପରେ ବି ଚିନ୍ତା କରୁନାହାନ୍ତି। ଅନେକ ମାତାପିତା ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ତ ଅନେକେ ବୃଦ୍ଧାଶ୍ରମକୁ ଚାଲିଯାଉଛନ୍ତି। କିନ୍ତୁ ପୁଣେର ଦୀପଙ୍କର ଏଭଳି ଅନେକ ବୃଦ୍ଧାବୃଦ୍ଧଙ୍କ ଆଶାବାଡ଼ି ପାଲଟିଛନ୍ତି। ଦୀପଙ୍କର ସେମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି। ସେ ଆର୍ଟ ଅଫ୍‌ ହେଲ୍‌ପିଂ ଫାଉଣ୍ଡେଶନ ଦ୍ୱାରା ଏହି ସେବା ଜାରି ରଖିଛନ୍ତି। ଦୀପଙ୍କରଙ୍କ ସହ ଅନେକ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ସେମାନେ ଘରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧାବୃଦ୍ଧଙ୍କ ନିକଟରେ ପ୍ରତିଦିନି ଖାଦ୍ୟ ପହଞ୍ଚାଇ ଦେଉଛନ୍ତି। କେବଳ ମାଗଣାରେ ଖାଦ୍ୟ ଦେଉନାହାନ୍ତି, ବରଂ ସେମାନଙ୍କୁ ତେଜରାତି, ବସ୍ତ୍ର ଓ ଔଷଧ ଯୋଗାଇ ଦେଉଛନ୍ତି; ଏପରି କି ସେମାନଙ୍କ ଘର ମଧ୍ୟ ସଫା କରିଦେଉଛନ୍ତି। ବହୁ ସମୟରେ ସ୍ବେଚ୍ଛାସେବୀମାନେ ବୃଦ୍ଧାବୃଦ୍ଧଙ୍କ ନିକଟରେ ରହି ସେମାନଙ୍କ ମନକୁ ହାଲୁକା କରୁଛନ୍ତି। ଦୀପଙ୍କରଙ୍କୁ ୨ ବର୍ଷ ହୋଇଥିବାବେଳେ ସେ ପିତାଙ୍କୁ ହରାଇଥିଲେ। ପରେ ବହୁ କଷ୍ଟରେ ଶିକ୍ଷା ଶେଷକରି ଚାକିରି କରିଥିଲେ, କିନ୍ତୁ ତାହାକୁ ଛାଡ଼ି ଏହି କାର୍ଯ୍ୟ କରୁଛନ୍ତି। ଏବେ ସେ ୨୦୦-୩୦୦ ବୃଦ୍ଧାବୃଦ୍ଧଙ୍କୁ ନେଇ ଏକ ବୃଦ୍ଧାଶ୍ରମ ଖୋଲିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri