ଏଇ ଭାରତରେ

ଭାରତରେ ଏବେ ବର୍ଜ୍ୟ ସମସ୍ୟା ବୃଦ୍ଧି ପାଉଥିବାବେଳେ ତାହାର ସମାଧାନ ଲାଗି ଯେଉଁ କେତେଜଣ ଆଗକୁ ଆସିଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର ମାଧୁରୀ ବାହେଲାଡ଼ିଙ୍କ ପ୍ରୟାସ ପ୍ରଶଂସନୀୟ। ମାଧୁରୀ ବର୍ଜ୍ୟ କାଚ ବୋତଲ ପୁନଃବ୍ୟବହାର କରି ସେଥିରେ ଆକର୍ଷଣୀୟ ଘର ସାଜସଜ୍ଜା ଓ ଅନ୍ୟ ଉପଯୋଗୀ ଜିନିଷ ପ୍ରସ୍ତୁତ କରୁଛନ୍ତି। ସେ ଏକ ମିଡିଆ ସଂସ୍ଥାରେ କାମ କରୁଥିଲେ। ସେଠାରେ ଅମିତ ସିଂଙ୍କ ସହ ତାଙ୍କର ସାକ୍ଷାତ ହେବା ପରେ ଏଭଳି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ୨୦୧୩ରେ ‘କବି ପୋଏଟ୍ରି ଆର୍ଟ ପ୍ରୋଜେକ୍ଟ’ ପ୍ରତିଷ୍ଠା କରି ଏହି କାର୍ଯ୍ୟ ଜାରି ରଖିଛନ୍ତି। ଫେସ୍‌ବୁକ କ୍ୟାମ୍ପେନରେ ତାଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷଗୁଡ଼ିକ ଅଧିକ ଗ୍ରହଣୀୟ ହୋଇପାରିଛିି। ସେମାନଙ୍କ ଗ୍ରାହକ ସଂଖ୍ୟା ଏବେ ୮୦,୦୦୦ରୁ ଊର୍ଦ୍ଧ୍ୱରେ ପହଞ୍ଚିସାରିଲାଣି। ପ୍ରାୟ ୧୦୦ କର୍ପୋରେଟ ହାଉସରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଶୋଭାପାଉଛି। ଅଦରକାରୀ କାଚ ବୋତଲ ସହ ସେମାନେ ଅନ୍ୟ ବର୍ଜ୍ୟର ପୁନଃ ଉପଯୋଗ ମଧ୍ୟ କରୁଛନ୍ତି। ଏହି କାର୍ଯ୍ୟ କରି ଏବେ ସୁଦ୍ଧା ସେମାନେ ୧୪୦ ଟନ୍‌ ଅଣ-ବିଘଟନ ଯୋଗ୍ୟ ବର୍ଜ୍ୟର ଉପଯୋଗ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ଜାଲରେ ଜଳବାୟୁ

ପ୍ରଦୂଷଣ କହିଲେ ସାଧାରଣତଃ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣକୁ ବୁଝାଯାଏ। କିନ୍ତୁ ଏବେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ବଡ଼...

ସୋମନାଥ ସ୍ବାଭିମାନ ପର୍ବ ୧୦୦୦ ବର୍ଷ (୧୦୨୬-୨୦୨୬)ର ଏକ ଅତୁଟ ଆସ୍ଥା

ସୋମନାଥ… ଏହି ଶବ୍ଦଟିକୁ ଶୁଣିବା ମାତ୍ରେ ଆମମାନଙ୍କ ହୃଦୟ ଓ ମନରେ ଗର୍ବ ଏବଂ ଗୌରବର ଏକ ଭାବନା ଆପେ ଜାଗ୍ରତ ହୋଇଥାଏ। ଏହା ହେଉଛି...

ତୈଳସର୍ବସ୍ୱ

ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଉପରେ ଉତ୍ତର ଆମେରିକୀୟ ରାଷ୍ଟ୍ର ଆମେରିକାର ଆକ୍ରମଣ ୩ ଜାନୁଆରୀ ୨୦୨୬ରେ ବିଶ୍ୱବ୍ୟାପୀ କେବଳ ଏକ ଖବର ହୋଇ ରହିଥାଆନ୍ତା।...

ଭାରତୀୟ ବଂଶୋଦ୍ଭବ ଡେମ୍‌ହୁଡ୍‌

ଣସି ଏକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରିଟେନ୍‌ ପକ୍ଷରୁ ନାଇଟ୍‌ହୁଡ୍‌ ଉପାଧିରେ ଜଣଙ୍କୁ ଭୂଷିତ କରାଯାଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ସାମରିକ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ...

ବିତର୍କରେ ଆରାବଳୀ

ଶ୍ୱର ସର୍ୱ ପୁରାତନ ପର୍ୱତମାଳା ମଧ୍ୟରେ ଆରାବଳୀ ଅନ୍ୟତମ। ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ ଗୁଜରାଟ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ରାଜ୍ୟର ଭୌଗୋଳିକ ସୀମା ମଧ୍ୟରେ...

ଦୁଇ ଶକ୍ତିର ପ୍ରତିଦ୍ୱନ୍ଦ୍ୱିତା

୨୦୨୬ରେ ଆମ ଯୁଗର ଦୁଇ ବୃହତ୍‌ ଶକ୍ତିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ୧୯୧୮ରେ ପ୍ରଥମ ବିଶ୍ୱଯୁଦ୍ଧର ଶେଷଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ବିଶ୍ୱବ୍ୟାପୀ ପ୍ରାଧାନ୍ୟ...

ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି।...

ଡାଇଓଜିନୀଜଙ୍କ ଅନ୍ବିଷ୍ଟ ମଣିଷ

ସୁଦୂର ଅତୀତର (କାରଣ ଖ୍ରୀଷ୍ଟପୂର୍ବ) ଏଇ ବିସ୍ମୟକର ଅଥଚ ଆଧ୍ୟାତ୍ମିକ ଭାବସମ୍ପନ୍ନ ଅଲୌକିକ କ୍ରିୟା, ମାନବ ସଭ୍ୟତାର ଇତିହାସରେ ଏକ ମାଇଲ ଖୁଣ୍ଟ। ସୃଷ୍ଟିର ରାଜମୁକୁଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri