ଏଇ ଭାରତରେ

ମହିଳାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେଉଁ କେତେଜଣ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ଆଇଆଇଟି ୫ ଦିଲ୍ଲୀର ଦୁଇ ଜଣ ଏବେ ନୂତନତ୍ୱ ପାଇଁ ପ୍ରଶଂସିତ ହୋଇଛନ୍ତି। ଏହି ଦୁଇ ମ୍ୟାଟେରିଆଲ ବୈଜ୍ଞାନିକ ହେଲେ ଡ. ସବାପାଥି ଏସ୍‌ ଏବଂ ଅନୁପ ଘୋଷ। ସେମାନେ ଏକ ପ୍ରକାର ପରିବେଶ ଉପଯୋଗୀ ଓ ସୁପର ଆବର୍ଜବେଣ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ଏଥିରେ ସାନିଟାରି ପ୍ୟାଡ ଶସ୍ତାରେ ହୋଇପାରୁଛି। ଭାରତରେ ୬୪% ମହିଳା ସାନିଟାରି ପ୍ୟାଡ ବ୍ୟବହାର କରୁଛନ୍ତି। ଏଣୁ ଶସ୍ତା ଓ ପରିବେଶ ଉପଯୋଗୀ ପ୍ୟାଡ କିଭଳି ଆହୁରି ଅଧିକ ମହିଳା ବ୍ୟବହାର କରିବେ ସେହି ଲକ୍ଷ୍ୟରେ ଏହି ଦୁଇ ଜଣ ବୈଜ୍ଞାନିକ ଏଭଳି ପ୍ୟାଡ ତିଆର କରିବାରେ ସଫଳ ହୋଇଛନ୍ତି। ଦୁଇବର୍ଷ ଗବେଷଣା ପରେ ସେମାନେ ୨୦୨୩ରେ ପ୍ରଥମେ ଏଭଳି ପ୍ୟାଡ୍‌ ତିଆରି କରିଛନ୍ତି। ରେଗୁଲାର ସାନିଟାରି ପ୍ୟାଡରେ ଥିବା ସିଙ୍ଗଲ ୟୁଜ ପଲିମର ଏବଂ ପ୍ଲାଷ୍ଟିକ ଶିଟ୍‌ ପରିବେଶ ପାଇଁ କ୍ଷତିକାରକ। କାରଣ ଏହା ସହଜରେ ମାଟିରେ ମିଶୁନାହିଁ କିନ୍ତୁ ସବାପାଥି ଓ ଘୋଷଙ୍କ ଦ୍ୱାରା ତିଆରି କରାଯାଉଥିବା ପ୍ୟାଡ୍‌ ବ୍ୟବହାର ପରେ ମାତ୍ର ୩ ମାସରେ ମାଟିରେ ସମ୍ପୂର୍ଣ୍ଣ ମିଶିଯାଉଛି ଏବଂ ଏହାର ପରିବେଶ ଉପରେ କୌଣସି ନକାରାମତ୍କ ପ୍ରଭାବ ରହୁନାହିଁ। ସେମାନେ ପ୍ୟାଡ ନିର୍ମାତାଙ୍କ ପାଇଁ ଏହି ପ୍ରକାର ପ୍ୟାଡ୍‌ ତିଆରି କରିବା ଲାଗି ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏବେ ଏହିି ପ୍ୟାଡ କର୍ନାଟକ ଓ ତାମିଲନାଡୁରେ ବିକ୍ରି ଆରମ୍ଭ ହୋଇଛି ଓ ଖୁବ୍‌ ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ଉପଲବ୍ଧ ହେବ ବୋଲି କହନ୍ତି ସବାପାଥି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri