ଏଇ ଭାରତରେ

ବ୍ୟାଙ୍କ ଚାକିରି ଛାଡ଼ି ଅମିତ କିଷାନ ଏବେ ଜଣେ ଆଗଧାଡ଼ିର କୃଷକ। ଚାଷ କରିବା ସହ ପାଖାପାଖି ୧୮ଟି ଗାଁର ୩୦୦୦ ମହିଳାଙ୍କୁ ସେ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି। ଅମିତ ବେଙ୍ଗାଲୁରୁରେ ବ୍ୟାଙ୍କିଙ୍ଗ ସେକ୍ଟରରେ କାମ କରୁଥିଲେ ଓ ୨୦୧୬ରେ ୩୩ ବର୍ଷ ବୟସରେ ଏହାକୁ ଛାଡ଼ି ‘ହିବୁଭୁ ଫାର୍ମ’ ଆରମ୍ଭ କରି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ଘିଅ ଓ ଅନ୍ୟ ଡାଏରି ଉପତ୍ାଦ ପ୍ରସ୍ତୁତ କରିବା ପାଇଁ ପ୍ରତିଦିନ ୨୫ ଲିଟର କ୍ଷୀର ଜଣେ ମହିଳାଙ୍କୁ ଦେଉଛନ୍ତି ଓ ଏହି କାମରୁ ପ୍ରତ୍ୟେକ ମହିଳା ଦିନକୁ ୨୦୦-୩୦୦ ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ଫାର୍ମରୁ ଉପତ୍ାଦିତ ତଟକା ପରିବା, ଡାଲି ଏବଂ ଡାଏରି ଉପତ୍ାଦ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି। ସେ ଗୋବର ଓ ଗୋମୂତ୍ରରୁ ଖତ ଏବଂ କୀଟନାଶକ ପ୍ରସ୍ତୁତ କରୁଛନ୍ତି। ଯାନ୍ତ୍ରିକ ପଦ୍ଧତିରେ ନୁହେଁ, ବରଂ ବଳଦ ଦ୍ୱାରା ହଳ କରାଯାଉଛି। ଏହି ଫାର୍ମରେ ୪୦ ପ୍ରକାର ଖାଦ୍ୟ ଶସ୍ୟ ଓ ପରିବା ଉପତ୍ାଦନ ହେଉଛି। ପ୍ରତିଦିନ ୬ ଟନ ପରିବା ଓ ୧,୫୦୦ ଲିଟର କ୍ଷୀର ବିକ୍ରି କରାଯାଉଛି। ଫାର୍ମରେ ୭୦୦ ଦେଶୀ ଗାଈ ଓ ମଇଁଷି ଅଛନ୍ତି। ଫାର୍ମରେ ସୌର ଶକ୍ତି ବ୍ୟବହାର ହେଉଛି। ପ୍ରଥମେ ସେ ୧.୫ ଏକରରେ ଚାଷ ଆରମ୍ଭ କରିଥିଲେ। ଏବେ ତାହା ବିଭିନ୍ନ ଗାଁରେ ପ୍ରାୟ ୬୫୦ ଏକରରେ ପହଞ୍ଚିଛି। ଅମିତ ଚାଷରୁ ବର୍ଷକୁ ୨୧ କୋଟି ଟଙ୍କା ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri