ଏଇ ଭାରତରେ

ପିଲାଦିନରୁ ସଂଘର୍ଷ କରି ଉତ୍ତରାଖଣ୍ଡର ହିମାଂଶୁ କଫଲ୍ଟିଆ ସିଭିଲ୍‌ ସର୍ଭିସ୍‌ରେ କୃତକାର୍ଯ୍ୟ ହେବା ପରେ ଏସ୍‌ଡିଏମ୍‌ ଭାବେ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ କେବଳ ତାଙ୍କ ଦାୟିତ୍ୱ ଭିତରେ ସୀମିତ ରହିନାହାନ୍ତି, ବରଂ ଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକରେ ଲାଇବ୍ରେରି ଖୋଲୁଛନ୍ତି। ସେ ପଢ଼ିବା ସମୟରେ ବହି ପାଇବା ଲାଗି ଯେଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଅନ୍ୟ କାହା ଜୀବନରେ ନ ଆସୁ, ସେହି ବିଚାରଧାରାକୁ ନେଇ ଏଭଳି କାର୍ଯ୍ୟ ଜାରି ରଖିଛନ୍ତି। ହିମାଂଶୁ ୨୦୨୦ରେ ଟକନ୍‌ପୁରରେ ପ୍ରଥମ ଲାଇବ୍ରେରି ଖୋଲିଥିଲେ। ପ୍ରାରମ୍ଭରୁ ହିମାଂଶୁ ନିଜ ଖର୍ଚ୍ଚରେ ବହି କିଣୁଥିଲେ। ପରେ ସେ ଏଥିପାଇଁ ଏକ ଅଭିଯାନ ଚଳାଇଲେ, ଯେଉଁଥିରେ ପ୍ରତ୍ୟେକ ସକ୍ଷମ ବ୍ୟକ୍ତିଙ୍କୁ ୨ଟି ବହି ଦାନ କରିବାକୁ ଅନୁରୋଧ କରିଥିଲେ। ଏହି ଅଭିଯାନ ତାଙ୍କର ସଫଳ ହେଲା ଓ ସେ ଅଧିକରୁ ଅଧିକ ଲାଇବ୍ରେରି ଖୋଲିବାରେ ଲାଗିଲେ। ଯେଉଁସବୁ ଗାଁରେ ଏହି ଲାଇବ୍ରେରି ଖୋଲାଯାଇଛି ତାହା ୨୪ ଘଣ୍ଟା ଖୋଲା ରହୁଛି। ସକାଳ ୫ଟାରୁ ଛାତ୍ରମାନଙ୍କର ଆସିବା ଆରମ୍ଭ ହେଉଛି ଓ ବିଳମ୍ବିତ ରାତି ଯାଏ ସେମାନେ ସେଠାରେ ପଢ଼ୁଛନ୍ତି। ଲାଇବ୍ରେରିରେ ଛାତ୍ରମାନଙ୍କ ପାଇଁ ପ୍ରତିଯୋଗୀ ପରୀକ୍ଷାଭିତ୍ତିକ ବହି ସହ ଅନ୍ୟ ବହି ବି ରଖାଯାଉଛି। ଫଳରେ ଗାଁର ବୟସ୍କମାନେ ସେଠାରେ ପଢ଼ିବାର ସୁବିଧା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri