ଏଇ ଭାରତରେ

ଏକତା ହିଁ ବଳ, ଏକତା ବି ସମ୍ବଳ- ଏହା ପ୍ରମାଣ କରି ଦେଖାଇ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟ ଅନ୍ତର୍ଗତ ହିଙ୍ଗାନଗାଁଓର ଗ୍ରାମବାସୀ। ଅହମଦନଗରଠାରୁ ୧୫ କି.ମି. ଦୂରରେ ଅବସ୍ଥିତ ଏହି ଗାଁର ଲୋକସଂଖ୍ୟା ୩,୫୦୦। ସେମାନଙ୍କ ସମ୍ମିଳିତ ଉଦ୍ୟମ ଗାଁର ଦୃଶ୍ୟ ବଦଳାଇ ଦେଇଛିି। ଗ୍ରାମବାସୀ ୧ କୋଟି ଟଙ୍କା ଆଦାୟ କରି ଛୋଟ ବଡ଼ ୧୧ଟି ଆଡ଼ିବନ୍ଧ ନିର୍ମାଣ କରିଛନ୍ତି ଓ ଏଥିରେ ସେମାନେ ୧୪୦ କୋଟି ଲିଟର ଜଳ ସଂରକ୍ଷଣ କରିପାରିଛନ୍ତି। ସିନା ନଦୀରେ ମିଶିଥିବା ଦୁଇଟି ଉପନାଳୀ ଉପରେ ଏହିସବୁ ବନ୍ଧ ନିର୍ମାଣ କରାଯାଇଛି। ଏହା ଯୋଗୁ ଦୀର୍ଘ ୪୦ ବର୍ଷ ମଧ୍ୟରେ ସେମାନେ ପ୍ରଥମ ଥର ପାଇଁ ୩୦୦ ଏକର ଜମିରେ ଆଖୁଚାଷ କରିଛନ୍ତି। ବର୍ଷା ଅଭାବରୁ ହିଙ୍ଗାନଗାଁଓକୁ ପ୍ରତିଦିନ ୩ଟି ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଉଥିଲା। କିନ୍ତୁ ଏବେ ଏହା ଆଉ କରିବାକୁ ପଡୁନାହିଁ। ଉକ୍ତ ଗଁାର ଲୋକମାନେ ୨୦୧୪ରେ ପ୍ରଥମେ ଟଙ୍କା ଆଦାୟ କରି ସ୍କୁଲର ପୁନରୁଦ୍ଧାର କରିବା ପରେ ଏଭଳି ଯୋଜନା ହାତକୁ ନେଇଥିଲେ ବୋଲି କହନ୍ତି ଗ୍ରାମ ମୁଖିଆ ତଥା ସରପଞ୍ଚ ଆବାସାହେବ ସୋନାଓ୍ବାନେ। ବାହାରେ ଚାକିରି କରିଥିବା ଗାଁର ସମସ୍ତ ବ୍ୟକ୍ତି ତଥା ଗଁାର ସବୁ ପରିବାର ଟଙ୍କା ଆଦାୟ କରି ଏହିସବୁ ବନ୍ଧ ନିର୍ମାଣ କରିଛନ୍ତିି। ୨୦୧୪ରୁ ୨୦୧୯ ମଧ୍ୟରେ ଏହି ରାଶି ଆଦାୟ କରାଯାଇ ବ୍ୟୟ କରାଯାଇଛି। ଜିଲା ପ୍ରଶାସନ ମଧ୍ୟ କିଛି ସାହାଯ୍ୟ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri