ଏଇ ଭାରତରେ

ବୟସ ୨୨, କିନ୍ତୁ ବତାସ ପୀଡିତ ଲୋକମାନଙ୍କ ପୁନଃ ଥଇଥାନ ଲାଗି ନିଜକୁ ସମର୍ପଣ କରିଛନ୍ତି କୋଲକାତାର ଆୟୁଷ ସାରଦା। ସେ ନିଜସ୍ବ ଉଦ୍ୟମରେ ସୁନ୍ଦରବନରେ ଥିବା ଗାଁଗୁଡ଼ିକରେ ଲୋକମାନଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି। ଏବେ ସୁଦ୍ଧା ୫୦ଟି ପରିବାରକୁ ସେମାନଙ୍କ ଜୀବନ ଜୀବିକାର ବାଟ ଦେଖାଇଛନ୍ତି। ଆୟୁଷ ଅମ୍ଫନ ବାତ୍ୟା ପରେ କ୍ଷତିଗ୍ରସ୍ତ ଏହି ଲୋକମାନଙ୍କୁ ମହୁଚାଷ ଓ ସୁନ୍ଦରବନରୁ ମହୁ ସଂଗ୍ରହ କରାଇବାରେ ସକ୍ଷମ ହୋଇଛନ୍ତି। ମହୁ ମାର୍କେଟିଂରେ ସେମାନଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ୫୦ଟି ପରିବାର ମାସକୁ ୧୨୦୦ ବୋତଲ ପ୍ରାୟ ୫୦୦ କେଜି ମହୁ ବିକ୍ରି କରୁଛନ୍ତି। ମହୁର ପ୍ୟାକେଜିଂ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ପ୍ରଥମେ ୧୦ଟି ପରିବାର ଏହି କାର୍ଯ୍ୟରେ ନିୟୋଜିତ ହେବା ପରେ ଏବେ ୫୦ଟି ପରିବାର ଏହି ଅଭିଯାନରେ ଯୋଡି ହୋଇସାରିଲେଣି। ବାତ୍ୟା ପୂର୍ବରୁ ଏମାନଙ୍କର ହାରାହାରି ଆୟ ୨,୫୦୦ ଟଙ୍କା ଥିଲା ଓ ଏବେ ଏହା ୧୦,୦୦୦ ଟଙ୍କାକୁ ବୃଦ୍ଧିପାଇଛି। ମେ ୨୦୨୦ରେ ଅମ୍ଫନ ବାତ୍ୟା ସୁନ୍ଦରବନ ଅଞ୍ଚଳରେ ଧ୍ୱଂସ ରଚିବା ପରେ ସେଠାକାର ଲୋକେ ସବୁ ହରାଇଥିଲେ। ପରେ ସେଠାକାର ଏକ ଗାଁକୁ ଆୟୁଷ ରିଲିଫ କାର୍ଯ୍ୟରେ ଯାଇ ଲୋକମାନଙ୍କ ଦୁଃଖ ଦେଖି ସେମାନଙ୍କୁ ରୋଜଗାର ଯୋଗାଇ ଦେବାର ନିଷ୍ପତ୍ତି ନେଇଥିତ୍ଲେ। ‘ସୁଇଟ୍‌ନେସ ଅଫ୍‌ ଏଥିତ୍କ୍‌’ ନାମକ ସଂସ୍ଥା ଗଠନ କରି ସେ ଏହି କାର୍ଯ୍ୟ କରୁଛନ୍ତି। ଏହି ସଂସ୍ଥାରେ ଏବେ ୧୦୦ ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ସେମାନେ ଏହି ଅଞ୍ଚଳରେ ୧୨୫୦ଟି ଘର ମରାମତି ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri