ଏଇ ଭାରତରେ

ଶିକ୍ଷାଦାନ ମହାପୁଣ୍ୟ,ଏକଥା ହୃଦୟଙ୍ଗମ କରିଛନ୍ତି ବେଙ୍ଗାଲୁରୁର ଏକ ଦମ୍ପତି। ବୟସର ଅପରାହ୍ନରେ ବଦ୍ରିନାଥ ଭିତ୍ତଲ ଓ ଇନ୍ଦିରା ଭିତ୍ତଲ ମାଗଣାରେ ଅସହାୟ ପିଲାମାନଙ୍କୁ ପଢ଼ାଉଛନ୍ତି। ବଦ୍ରିନାଥଙ୍କ ବୟସ ୮୨ ହୋଇଥିବାବେଳେ ଇନ୍ଦିରାଙ୍କ ବୟସ ୭୭। ସେମାନେ ୧୦୦ରୁ ଊର୍ଦ୍ଧ୍ୱ ଅସହାୟ ଶିଶୁଙ୍କୁ ପଢାଉଛନ୍ତି। ବଦ୍ରିନାଥ ଜଣେ ଅବସରପ୍ରାପ୍ତ ସିଭିଲ ଇଞ୍ଜିନିୟର। ସେ ବମ୍ବେ ଆଇଆଇଟିରେ ପଢୁଥିଲେ। ତାଙ୍କ ଘରେ ଜଣେ ମହିଳା କାମ କରୁଥିଲେ। ସେ ତାଙ୍କ ଝିଅକୁ ପଢ଼ାଇବା ଲାଗି ଆର୍ଥିକ ସହଯୋଗ ଚାହଁିବା ପରେ ଏହି ଦମ୍ପତି ତାଙ୍କୁ ସାହାଯ୍ୟ କରିଥିଲେ । ବ୍ରଦିନାଥଙ୍କ ସ୍ତ୍ରୀ ଇନ୍ଦିରା ମଧ୍ୟ ଝିଅଟିକୁ ମାଗଣାରେ ପଢ଼ାଇବା ଆରମ୍ଭ କରିଥିତ୍ଲେ ଓ ପରେ ତା’ ସାନ ଭଉଣୀ ଏଥିତ୍ରେ ଯୋଗଦେଲା। ସେଇଠୁ ଆରମ୍ଭ ହୋଇଥିଲା ଏମାନଙ୍କ ଅଭିଯାନ। ୨୦୧୪ରେ ସେ ତାଙ୍କ ଘର ନିକଟରେ ରହୁଥିବା ଅଭାବୀ ପରିବାରର ୮ ଜଣ ପିଲା ଏହି ଟ୍ୟୁଶନରେ ଯୋଗଦେଇଥିତ୍ଲେ। ଏମିତିରେ ୨ରୁ ପିଲା ସଂଖ୍ୟା ୮ରେ ପହଞ୍ଚିଥିଲା। କିନ୍ତୁ ଲକ୍‌ଡାଉନ ଯୋଗୁ ଏମାନେ ଘରକୁ ନ ଆସିବାରୁ ସେମାନଙ୍କୁ ଭିତ୍ତଲ ଦମ୍ପତି ଅନ୍‌ଲାଇନରେ ପଢ଼ାଇବା ଆରମ୍ଭ କଲେ। ଅଧିକାଂଶ ପରିବାରରେ ସ୍ମାର୍ଟ ଫୋନ ଥିବାରୁ ଏହା ସମ୍ଭବ ହୋଇପାରିଲା। ଏଭଳି ନ୍ୟୁଜ୍‌ ପ୍ରକାଶ ପାଇବା ପରେ କର୍ନାଟକର ବିଭିନ୍ନ ସ୍ଥାନରୁ ଲୋକେ ସେମାନଙ୍କ ପିଲାଙ୍କୁ ପଢାଇବା ଲାଗି ଏହି ଦମ୍ପତିଙ୍କୁ ଅନୁରୋଧ କଲେ। ଧୀରେ ଧୀରେ ୮ରୁ ପିଲାଙ୍କ ସଂଖ୍ୟା ପହଞ୍ଚିଗଲା ୧୦୦ ଉପରେ। ପରେ ପଢାଇବା ପାଇଁ ଏହି ଦମ୍ପତିଙ୍କ ସହ ୧୦ରୁ ଅଧିକ ଅବସରପ୍ରାପ୍ତ ଶିକ୍ଷକ ଓ ଅନ୍ୟ ଅଧିକାରୀମାନେ ଯୋଗଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri