ଏଇ ଭାରତରେ

ପରିବେଶ ସୁରକ୍ଷା ଲାଗି ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଚନ୍ଦ୍ର କିଶୋର ପଟେଲ ହେଉଛନ୍ତି ଅନ୍ୟତମ। ସେ ନାସିକ୍‌ର ଇନ୍ଦିରାନଗରରେ ରହନ୍ତି। ସେ ହିଁ ରିୟଲ ଲାଇଫ ହିରୋ। ପ୍ରଦୂଷଣ ରୋକିବା ପାଇଁ ସେ ଗୋଦାବରୀ ନଦୀକୁ ଜଗୁଛନ୍ତି। ପଞ୍ଚ ବର୍ଷ ହେବ ଚନ୍ଦ୍ର ଏହି କାର୍ଯ୍ୟ କରୁଛନ୍ତି। ନଦୀ କଡ଼ରେ ଠିଆହୋଇ ଅଳିଆ ଆବର୍ଜନା ପକାଇବାକୁ ଲୋକଙ୍କୁ ବାରଣ କରୁଛନ୍ତି। ରାତିପାହିବା କ୍ଷଣି ଘରୁ ବାହାରି ଯାଉଛନ୍ତି ନଦୀ କୂଳକୁ ଓ ସେଠାରୁ ଫେରୁଛନ୍ତି ପୂର୍ବାହ୍ନ ୧୧ଟାରେ। ଠିଆ ହୋଇଥିତ୍ବା ସମୟରେ ଯଦି କେହି ଆବର୍ଜନା ନଦୀରେ ପକାଇବାକୁ ଆସୁଛନ୍ତି ତେବେ ଚନ୍ଦ୍ର ହୁଇସିଲ ମାରି ତାଙ୍କୁ ସତର୍କ କରି ଦେଉଛନ୍ତି। ଯିଏ ତାଙ୍କୁ ବିରୋଧ କରୁଛନ୍ତି ତାଙ୍କୁ ସେ ଉପଯୁକ୍ତ ଶିକ୍ଷା ଦେଉଛନ୍ତି। ନଦୀରୁ ଗୋଟିଏ ବୋତଲରେ ପାଣି ଆଣି ତାଙ୍କୁ ଢୋକେ ପିଇବାକୁ କହିବା ସହ ପ୍ରଦୂଷଣ ସମ୍ପର୍କରେ ସଚେତନ କରୁଛନ୍ତି। ଫଳରେ ଲୋକେ ବାଧ୍ୟ ହୋଇ ଅଳିଆ ନେଇ ଫେରିଯାଉଛନ୍ତି କିମ୍ବା ଚନ୍ଦ୍ରଙ୍କୁ ଦେଇଯାଉଛନ୍ତି। ଚନ୍ଦ୍ର ସେମାନଙ୍କଠାରୁ ଅଳିଆ ଆବର୍ଜନା ସଂଗ୍ରହ କରି ଏକ ବ୍ୟାଗରେ ରଖି ତା’ ପାଇଁ ଉଦ୍ଦିଷ୍ଟ ଜାଗାରେ ପକାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିବା କେଉଁଠି

ସୁପ୍ରିମକୋର୍ଟ ୧୯ ଜୁନ୍‌ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍‌ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri