ଏଇ ଭାରତରେ

‘ଡାକ୍ତର ହିଁ ଦ୍ୱିତୀୟ ଈଶ୍ୱର’, ଏହାକୁ ପ୍ରତିପାଦନ କରିଛନ୍ତି ପୁଣେର ଡା.ମନୋହର ଡୋଲେ। ସେ ଦୀର୍ଘ ୩୮ ବର୍ଷ ମଧ୍ୟରେ ୧.୫ ଲକ୍ଷ ଆଦିବାସୀଙ୍କୁୁ ମାଗଣାରେ ଚକ୍ଷୁ ଚିକିତ୍ସା କରିଛନ୍ତି। ତାଙ୍କୁ ଏବେ ବୟସ ୯୩। ୧୯୬୨ରେ ସେ ଆୟୁର୍ବେଦରେ ଡିଗ୍ରୀ ହାସଲ କରି ୧୯୭୭ ଯାଏ ନାରାୟଣଗାଁଓରେ ଗରିବମାନଙ୍କ ସେବାରେ ଲାଗି ଯାଇଥିଲେ। ପରେ ୧୯୮୨ରେ ସେ ନାସିକ-ପୁଣେ ରାଜପଥ କଡ଼ରେ ୨୦ଟି ଶଯ୍ୟା ଓ ଗୋଟିଏ ଅପରେସନ ରୁମ୍‌କୁ ନେଇ ଏକ କ୍ଲିନିକ ଖୋଲି ଚକ୍ଷୁ ଚିକିତ୍ସା ଆରମ୍ଭ କରିଥିଲେ। ସେତେବେଳେ ଆଖିରେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିତ୍ବା ରୋଗୀଙ୍କୁ ପୁଣେ ପଠାଉଥିତ୍ଲେ। ତାଙ୍କର ଘନିଷ୍ଠ ବନ୍ଧୁ ତଥା ସମାଜସେବୀ ମୋହନ ଥୁସେଙ୍କ ପରଲୋକ ହେବା ପରେ ଏହି କ୍ଲିନିକ୍‌ର ନାମ ରଖିଥିଲେ ମୋହନ ଥୁସେ ଆଇ ହସ୍ପିଟାଲ। ୨୦୦୨ରେ ଏଥିରେ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରିବା ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ ରଖିଛନ୍ତି। ପୁଣେରୁ ଚକ୍ଷୁ ବିଶେଷଜ୍ଞମାନେ ମେଡିକାଲକୁ ଆସି ମାଗଣାରେ ଚିକିତ୍ସା କରୁଛନ୍ତି। ମାସକୁ ପାଖାପାଖିତ୍ ୪୦୦ ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଉଛି। ନାସିକ, ଥାନେ, ଅହମ୍ମଦାନଗର ଏବଂ ପୁଣେର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସୁଥିବା ଏହି ରୋଗୀମାନଙ୍କୁ ବିଭିନ୍ନ ଗାଁରେ ଛାଡିବା ଲାଗି ୯ ଟି ବସ୍‌ର ବ୍ୟବସ୍ଥା କରାଯାଇଛି। ସପ୍ତାହାନ୍ତରେ ବିଭିନ୍ନ ଆଦିବାସୀ ଗାଁରେ କ୍ୟାମ୍ପ୍‌ ମଧ୍ୟ ଆୟୋଜନ କରାଯାଉଛି। ଗୁରୁତର ରୋଗୀମାନଙ୍କର ରହିବା ଖାଇବା ସହ ସବୁ ଖର୍ଚ୍ଚ ଅନୁଦାନରେ ହିଁ ଚାଲିଛି। ଏହି ସେବା ଡ.ମନୋହର ଡୋଲେ ମେଡିିକାଲ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri