ଏଇ ଭାରତରେ

ମଇଳା ପାଣି ନାଳୀ ପାଲଟିଯାଇଥିବା ପୁରାତନ ଘରାର୍‌ ନଦୀକୁ ଜୀବନ ଦେଇପାରିଛନ୍ତି ଉତ୍ତରପ୍ରଦେଶର ବିଲଖର ଗ୍ରାମବାସୀ। ଚେକ୍‌ଡ୍ୟାମ ଓ ଜବରଦଖଲ କାରଣରୁ ପାନା ପର୍ବତରୁ ବାହାରି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ୪୦ଟି ଗାଁ ଦେଇ ପ୍ରବାହିତ ହେଉଥିବା ଏହି ନଦୀ ମଇଳା ନାଳୀରେ ପରିଣତ ହୋଇଯାଇଛି। ଏବେ ଏହି ନଦୀକୁ ବନ୍ଦା ଜିଲା ବିଲଖର ଗାଁର ଏକ ପଡା ଭାବରପୁରର କ୍ଷୁଦ୍ର ଓ ମଧ୍ୟମ ଚାଷୀମାନେ ସଫା କରି ପାଣି ଆଣି ଗାଁକୁ ଶସ୍ୟଶ୍ୟାମଳା କରିବା ସହ ରୋଜଗାର ପାଇବାକୁ ସକ୍ଷମ ହୋଇପାରିଛନ୍ତି। ଅନ୍ୟ ଗାଁର ଲୋକେ ବି ଏହାଦ୍ୱାରା ଉପକୃତ ହୋଇଛନ୍ତି। ମରୁଡି ଯୋଗୁ ଭାବରପୁର ଚାଷୀମାନେ ପ୍ରତିବର୍ଷ ଦାଦନ ଖଟିବାକୁ ଚାଲିଯାଆନ୍ତି। ଲକ୍‌ଡାଉନରେ ସେମାନେ ଗାଁକୁ ଫେରିଆସିବା ପରେ ଏମ୍‌ଜିଏନ୍‌ଆର୍‌ଇଜିଏରେ କାମ ନ ପାଇ ଗାଁ ପାଖଦେଇ ପ୍ରବାହିତ ଘରାର୍‌ ନଦୀକୁ ସଫା କରିବାରେ ଲାଗିଥିଲେ। ଉଭୟ ପୁରୁଷ ଓ ମହିଳା ମିଶି ପ୍ରାୟ ୬୦ ଜଣ ଗ୍ରାମବାସୀ ଜୁନ ୧୦ରେ ସ୍ବେଚ୍ଛାକୃତ ଭାବେ ଶ୍ରମଦାନ କରିବା ଆରମ୍ଭ କରିଥିଲେ। ଜୁନ ୧୮ ସୁଦ୍ଧା ପ୍ରାୟ ୨କି.ମି. ସଫା କରିଦେଲେ। ଏହା ଦେଖି ଅନ୍ୟ ଗାଁର ଲୋକମାନେ ସ୍ବେଚ୍ଛାକୃତ ଭାବେ ତାଙ୍କ ସହ ଯୋଗ ଦେଇଛନ୍ତି। ପରେ ପ୍ରଶାସନ ଏହାକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନକୁ ନେଇ ଶ୍ରମଦାନୀମାନଙ୍କୁ ପାରିଶ୍ରମିକ ଦେବା ଆରମ୍ଭ କରିଛି। ଜୁନ୍‌ ଶେଷସୁଦ୍ଧା ଏମାନେ ୩ କି.ମି. ନଦୀ ସଫା କରିଦେଇଛନ୍ତି। ଗାଁର ଥିଲାବାଲା ଲୋକେ ଶ୍ରମଦାନୀମାନଙ୍କୁ ଚାଷ ପାଇଁ କିଛି କିଛି ଜମି ବି ଦେଇଛନ୍ତି।
ନଦୀ ସଫେଇ କାର୍ଯ୍ୟ କରିବା ଲାଗି ଭାବରପୁର ଗ୍ରାମବାସୀ ତଥା ସ୍ବେଚ୍ଛାସେବୀମାନେ କ୍ୟାମ୍ପ୍‌ କରି ରହିଛନ୍ତି। ଆଖପାଖ ଗାଁର ଲୋକମାନେ ଏମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି। ବଞ୍ଚିବା ଲାଗି ଯେଉଁ ଆଶଙ୍କା ଓ ଅନିଶ୍ଚିିତତା ଲାଗି ରହୁଥିଲା ତାହାକୁ ସେମାନେ ନିଜସ୍ବ ଉଦ୍ୟମରେ ଦୂର କରିପାରିଥିବାରୁ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri