ଏଇ ଭାରତରେ

ମଇଳା ପାଣି ନାଳୀ ପାଲଟିଯାଇଥିବା ପୁରାତନ ଘରାର୍‌ ନଦୀକୁ ଜୀବନ ଦେଇପାରିଛନ୍ତି ଉତ୍ତରପ୍ରଦେଶର ବିଲଖର ଗ୍ରାମବାସୀ। ଚେକ୍‌ଡ୍ୟାମ ଓ ଜବରଦଖଲ କାରଣରୁ ପାନା ପର୍ବତରୁ ବାହାରି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ୪୦ଟି ଗାଁ ଦେଇ ପ୍ରବାହିତ ହେଉଥିବା ଏହି ନଦୀ ମଇଳା ନାଳୀରେ ପରିଣତ ହୋଇଯାଇଛି। ଏବେ ଏହି ନଦୀକୁ ବନ୍ଦା ଜିଲା ବିଲଖର ଗାଁର ଏକ ପଡା ଭାବରପୁରର କ୍ଷୁଦ୍ର ଓ ମଧ୍ୟମ ଚାଷୀମାନେ ସଫା କରି ପାଣି ଆଣି ଗାଁକୁ ଶସ୍ୟଶ୍ୟାମଳା କରିବା ସହ ରୋଜଗାର ପାଇବାକୁ ସକ୍ଷମ ହୋଇପାରିଛନ୍ତି। ଅନ୍ୟ ଗାଁର ଲୋକେ ବି ଏହାଦ୍ୱାରା ଉପକୃତ ହୋଇଛନ୍ତି। ମରୁଡି ଯୋଗୁ ଭାବରପୁର ଚାଷୀମାନେ ପ୍ରତିବର୍ଷ ଦାଦନ ଖଟିବାକୁ ଚାଲିଯାଆନ୍ତି। ଲକ୍‌ଡାଉନରେ ସେମାନେ ଗାଁକୁ ଫେରିଆସିବା ପରେ ଏମ୍‌ଜିଏନ୍‌ଆର୍‌ଇଜିଏରେ କାମ ନ ପାଇ ଗାଁ ପାଖଦେଇ ପ୍ରବାହିତ ଘରାର୍‌ ନଦୀକୁ ସଫା କରିବାରେ ଲାଗିଥିଲେ। ଉଭୟ ପୁରୁଷ ଓ ମହିଳା ମିଶି ପ୍ରାୟ ୬୦ ଜଣ ଗ୍ରାମବାସୀ ଜୁନ ୧୦ରେ ସ୍ବେଚ୍ଛାକୃତ ଭାବେ ଶ୍ରମଦାନ କରିବା ଆରମ୍ଭ କରିଥିଲେ। ଜୁନ ୧୮ ସୁଦ୍ଧା ପ୍ରାୟ ୨କି.ମି. ସଫା କରିଦେଲେ। ଏହା ଦେଖି ଅନ୍ୟ ଗାଁର ଲୋକମାନେ ସ୍ବେଚ୍ଛାକୃତ ଭାବେ ତାଙ୍କ ସହ ଯୋଗ ଦେଇଛନ୍ତି। ପରେ ପ୍ରଶାସନ ଏହାକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନକୁ ନେଇ ଶ୍ରମଦାନୀମାନଙ୍କୁ ପାରିଶ୍ରମିକ ଦେବା ଆରମ୍ଭ କରିଛି। ଜୁନ୍‌ ଶେଷସୁଦ୍ଧା ଏମାନେ ୩ କି.ମି. ନଦୀ ସଫା କରିଦେଇଛନ୍ତି। ଗାଁର ଥିଲାବାଲା ଲୋକେ ଶ୍ରମଦାନୀମାନଙ୍କୁ ଚାଷ ପାଇଁ କିଛି କିଛି ଜମି ବି ଦେଇଛନ୍ତି।
ନଦୀ ସଫେଇ କାର୍ଯ୍ୟ କରିବା ଲାଗି ଭାବରପୁର ଗ୍ରାମବାସୀ ତଥା ସ୍ବେଚ୍ଛାସେବୀମାନେ କ୍ୟାମ୍ପ୍‌ କରି ରହିଛନ୍ତି। ଆଖପାଖ ଗାଁର ଲୋକମାନେ ଏମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି। ବଞ୍ଚିବା ଲାଗି ଯେଉଁ ଆଶଙ୍କା ଓ ଅନିଶ୍ଚିିତତା ଲାଗି ରହୁଥିଲା ତାହାକୁ ସେମାନେ ନିଜସ୍ବ ଉଦ୍ୟମରେ ଦୂର କରିପାରିଥିବାରୁ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତ ପାଇଁ ନୂଆ ସଂସଦ

ଅର୍ଜୁନ ରାମ ମେଘୱାଲ ଜାନୁୟାରୀ ମାସ ଆରମ୍ଭ ହେବା ସହ ଏକବିଂଶ ଶତାବ୍ଦୀର ଏକୋଇଶତମ ବର୍ଷରେ ଆମେ ପ୍ରବେଶ କରିଛେ। ଏହା ଭାରତର ବିକାଶ ଦୃଷ୍ଟିରୁ...

ସମ୍ପାଦକୀୟ/ ସଡ଼କ ଯମ

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟଠାରୁ ସଡ଼କ ଦୁର୍ଘଟଣାଜନିତ ଲୋକଙ୍କ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଗତ ୩...

ଟିକା ଉପରେ ସନ୍ଦେହ କାହିଁକି

ଡ. ନରେନ୍ଦ୍ର ସେଠୀ   ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ୨୦୨୦ରେ କରୋନାକୁ ଏକ ବୈଶ୍ୱିକ ମହାମାରୀ ଘୋଷଣା କରିବା ପରେ ଏହାଦ୍ୱାରା ୩୦ ଲକ୍ଷରୁ...

ଉଦ୍ଭାବନରେ ପଛୁଆ

ଆକାର ପଟେଲ କିଛି ସପ୍ତାହ ତଳେ ଭାରତରେ ସ୍ମାର୍ଟଫୋନ୍‌ ଶିଳ୍ପ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଖାଉଟି ଅର୍ଥନୀତିର ଏହା ଅନ୍ୟତମ ଅତି ଗୁରୁତ୍ୱପୂର୍ଣ୍ଣ...

କେମିତି ବୁଝେଇବେ

ବିଦେଶରୁ ଭାରତ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବା ବିଷୟ ଯେତେବେଳେ ଆଲୋଚନାକୁ ଆସେ ସେତେବେଳେ ବୋଫର୍ସ ଦୁର୍ନୀତି କଥା ମନେପଡ଼େ। ଏବେ କିଛି ବର୍ଷ ହେବ...

କୃଷକର ଅନ୍ତର୍ବେଦନା

ଡ. ସିଦ୍ଧାର୍ଥ କାନୁନ୍‌ଗୋ ମୁଁ ପୁରୀ ଜିଲା ରାଉଳପାଟଣା ଗଁାର ଜଣେ ଚାଷୀ। ମୋ ନଁା ସନାତନ। ଗଁାରେ ମତେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ କିଏ...

କିଭ୍‌ରେ ବାଇଡେନ୍‌

ଫେବୃୟାରୀ ୨୪ରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଛି। ତଥାପି ଯୁଦ୍ଧ ଅମୀମାଂସିତ ରହୁଛି। ରୁଷିଆ ଆଗେ ଆକ୍ରମଣ କରି ଭାବିନେଇଥିଲା କମ୍‌ ଦିନରେ ୟୁକ୍ରେନ୍‌କୁ...

ନୂଆ ସିଜେଆଇ

ନିକଟରେ ଉତ୍ତରପ୍ରଦେଶ ନଏଡାର ବେଆଇନ ନିର୍ମିତ ଟ୍ବିନ୍‌ ଟାଓ୍ବାର ଧ୍ୱଂସ ଲାଗି ନିର୍ଦ୍ଦେଶ ଦେଇଥିବା ସୁପ୍ରିମକୋର୍ଟ ଦ୍ୱାରା ଗଠିତ ପୀଠର ମୁଖ୍ୟ ଥିଲେ ଜଷ୍ଟିସ୍‌ ଡି....

Advertisement
Archives

Model This Week