ଏଇ ଭାରତରେ

ପରିଣତ ବୟସ ଅଟକାଇ ପାରିନି ଅରୂପ ସେନଗୁପ୍ତାଙ୍କୁ। ସେ କୋଲକାତାରେ ଦେହଜୀବୀ ଓ ସେମାନଙ୍କ ପିଲାମାନଙ୍କୁ ଥଇଥାନ କରିବାରେ ଲାଗିଛନ୍ତି। ୭୦ ବର୍ଷ ବୟସରେ ଅସୁସ୍ଥତା ସତ୍ତ୍ୱେ ସେ ‘ନତୂନ ଜୀବନ’ ବା ‘ନୂଆ ଜୀବନ’ ଏନ୍‌ଜିଓ ମାଧ୍ୟମରେ ଏହି ସେବା କରୁଛନ୍ତି। ୪ ବର୍ଷ ତଳେ ସେ ଏହି ସଂସ୍ଥା ଆରମ୍ଭ କରିଥିଲେ ଓ ଏବେ ୪୦ ଜଣ ପିଲାଙ୍କୁ ପଢ଼ାଉଛନ୍ତି। ଏମାନେ ସମସ୍ତେ ଦେହଜୀବୀଙ୍କ ସନ୍ତାନ। ଏକ ସ୍ବଚ୍ଛଳ ପରିବାରରେ ଜନ୍ମିତ ଅରୂପଙ୍କ ମାତାପିତାଙ୍କ ଦେହାନ୍ତ ପରେ ଅରୂପଙ୍କୁ ଯକ୍ଷ୍ମା ହେବାରୁ କଲୋନୀରୁ ବାହାର କରିଦିଆଗଲା। ପରେ ସେ ଏକ ଆଶ୍ରୟସ୍ଥଳୀରେ ରହିଲେ ଓ ସୌଭାଗ୍ୟକୁ ବଞ୍ଚତ୍ଗଲେ। ତା’ପରେ କାମ କରି ସେହି ରୋଜଗାରରେ କଲେଜ ଶିକ୍ଷା ଶେଷ ହେବା ପରେ ୪୫ ବର୍ଷ ଧରିି ବିଭିନ୍ନ ଜାଗାରେ କାମ କଲେ। ୨୦୧୬ରେ କୋଲକାତା ଫେରି ‘ନତୂନ ଜୀବନ’ ପଞ୍ଜୀକରଣ କରିଥିଲେ। ଦେହଜୀବୀଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ମଧ୍ୟ ସଶକ୍ତ କରିବାରେ ଲାଗିଛନ୍ତି। ୬ ଜଣ ଦେହଜୀବୀ ଓ ୩ ଜଣ ଅସହାୟ ମହିଳାଙ୍କୁ ନିଯୁକ୍ତି ଦେଇ ‘ନାରୀ ଶକ୍ତି ଟିମ୍‌’ ଗଠନ କରିଛନ୍ତି। ଏମାନେ ଏନ୍‌ଜିଓର ପରିଚାଳନା କରିବା ସହ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ୩ରୁ ୧୨ ବର୍ଷର ପିଲାମାନେ ପ୍ରତିଦିନ ସନ୍ଧ୍ୟାରେ ପଢ଼ିବାକ୍‌ୁ ଆସନ୍ତି। କୋଭିଡ-୧୯ ମହାମାରୀ ସମୟରେ ଏଥିରେ ବାଧା ଉପୁଜିଛି। ଏହି ସଂସ୍ଥା ମଧ୍ୟ ୪୦୦ ଦେହଜୀବୀ ପରିବାରକୁ ରାଶନ ସାମଗ୍ରୀ ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri