ଏଇ ଭାରତରେ

ସୁ ରଟ୍‌ର ସ୍ନେହାଲ ପଟେଲଙ୍କୁ ୮ବର୍ଷ ହେବ ବିଦ୍ୟୁତ୍‌ କି ପାଣି ବିଲ ଦେବାକୁ ପଡିନି। ତାଙ୍କ ଘର ନିର୍ମାଣ ହୋଇଛି ବ୍ୟବହୃତ କାଠରେ। ଏହାକୁ ସେ ବିଭିନ୍ନ ଟ୍ରେଡର ଓ ଶିପିଂ ୟାର୍ଡରୁ ସଂଗ୍ରହ କରିଛନ୍ତି। ସ୍ନେହାଲଙ୍କୁ ଏବେ ବୟସ ୫୫। ପେସାରେ ମେକାନିକାଲ ଇଞ୍ଜିନିୟର। ଛାତ ଉପରେ ୭.୫ କିଲୋଓ୍ବାଟ୍‌ର ସୋଲାର ଓ ଓ୍ବିଣ୍ଡ୍‌ ପାଓ୍ବାର ସେଟ୍‌ଅପ୍‌ରୁ ବିଦ୍ୟୁତ୍‌ ସଂଗ୍ରହ କରୁଛନ୍ତି। ବର୍ଷାଦିନେ ସୌର ବିଦ୍ୟୁତ୍‌ କମିଗଲେ ଓ୍ବିଣ୍ଡ୍‌ ଜେନେରେଟର ଏହା ଯୋଗାଇଦିଏ। ଛାତ ଉପରେ ବର୍ଷାଜଳ ସଂରକ୍ଷଣ କରି ତାହାକୁ କ୍ଲଥ୍‌ ଫିଲ୍‌ଟରରେ ଫିଲ୍‌ଟର କରି ବାଥରୁମ୍‌ ଓ ରୋଷେଇ ପାଇଁ ବ୍ୟବହାର କରୁଛନ୍ତି। ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ଟାଙ୍କିରେ ୨ ଲକ୍ଷ ଲିଟର ପାଣି ଷ୍ଟୋର କରୁଛନ୍ତି। ଆର୍‌ଓ ଫିଲ୍‌ଟର ସିଷ୍ଟମ ନାହିଁ, କେବଳ ୫ଟି କପର ପଟ୍‌ ଦ୍ୱାରା ପ୍ରାକୃତିକ ଉପାୟରେ ପାଣିକୁ ଫିଲ୍‌ଟର କରୁଛନ୍ତି। ଏହାବାଦ୍‌ ଷଡ଼େଇରୁ ପ୍ରସ୍ତୁତ ଅଙ୍ଗାର, ମାର୍ବଲ ଚିପ୍ସ, ହ୍ବାଇଟ୍‌ ସ୍ୟାଣ୍ଡ୍‌ ଏବଂ ସିଲ୍‌ଭର କଏନ୍‌ ମଧ୍ୟଦେଇ ପାଣି ସଂଗ୍ରହ କରାଯାଇ ବ୍ୟବହାର କରାଯାଉଛି। ଏଥିପାଇଁ ବିଦ୍ୟୁତ୍‌ର ଆବଶ୍ୟକତା ପଡୁନାହିଁ। ସେ ବାଥ୍‌ରୁମ୍‌ ଓ ରୋଷେଇଘରୁ ବାହାରୁଥିବା ପାଣିକୁ ରୁଟ୍‌ ଜୋନ୍‌ ଫିଲ୍‌ଟର ସିଷ୍ଟମ୍‌ରେ ଅର୍ଥାତ୍‌ ବାଲି ଓ କିଛି ଜଳ ବିଶୋଧନକାରୀ ଗଛ ଲଗାଇ ପରିଷ୍କାର କରି ବଗିଚାରେ ଉପଯୋଗ କରୁଛନ୍ତି। ଟଏଲେଟ ପାଣିକୁ ଫିଲ୍‌ଟର କରି ବଗିଚାରେ ବ୍ୟବହାର କରାଯାଉଛି। ୧୯୮୪ରେ ସେ ସୁରଟ୍‌ରେ ନ୍ୟାଚୁରାଲ କ୍ଲବ୍‌ ଗଠନ କରିଥିଲେ, ଯାହା ଏବେ ଏକ ଏନ୍‌ଜିଓ ପାଲଟିଛି। ଏଥିରେ ୨,୦୦୦ ସଦସ୍ୟ ରହି ଜୈବବିବଧତାର ସୁରକ୍ଷାରେ ଲାଗିଛନ୍ତି। ୪ ଏକର ହତା ମଧ୍ୟରେ ସ୍ନେହାଲ ୭୦ ପ୍ରକାରର ୭୦୦ ଗଛ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri