ଏଇ ଭାରତରେ

କାଠ ନୁହେଁ, ବିଭିନ୍ନ ଉଦ୍ଭିଦ ଅବଶେଷ ତଥା ଶିଳ୍ପ ବର୍ଜ୍ୟବସ୍ତୁରୁ କାଗଜ ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ରର କାବ୍ୟା ମାଡାପ୍ପା। କୋର୍ଗରେ କାବ୍ୟାଙ୍କ ଜନ୍ମ। ବେଙ୍ଗାଲୁରୁର ସେଣ୍ଟ୍‌ ଜୋଶେଫ୍‌ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏକ ବ୍ୟାଙ୍କରେ କାମ କରୁଥିଲେ। ପରେ କୋର୍ଗ ଫେରିଆସି ପରିବେଶ ସୁରକ୍ଷା ପ୍ରତି ମନ ବଳାଇ ୨୦୧୮ରେ ‘ବ୍ଲୁକ୍ୟାଟ୍‌ ପେପର’ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ବିକଶିତ ଜ୍ଞାନ କୌଶଳକୁ ଆଧାର କରି ଓ ଗବେଷକମାନଙ୍କ ପରାମର୍ଶ ନେଇ ସେ କାଗଜ ତିଆରି କରୁଛନ୍ତି। କାଗଜ ପ୍ରସ୍ତୁତ ଲାଗି ତାଙ୍କୁ ଗୋଟିଏ ହେଲେ ବି ଗଛ କାଟିବାକୁ ପଡୁନି। କୃଷି ଓ ଶିଳ୍ପ ବର୍ଜ୍ୟବସ୍ତୁରୁ ଏହି କାଗଜ ତିଆରି କରୁଛନ୍ତି କାବ୍ୟା। କପା ଓ ରାଶିଗଛର ଅବଶେଷ, ଲେମନ୍‌ଗ୍ରାସ୍‌, ମୁଲ୍‌ବେରୀ, ନଡ଼ା, କଫି ଚୋପା, କଦଳୀ ଗଛ ଗଣ୍ଡି, ନଡ଼ିଆ କତା ଏପରି କି ହାତୀ ମଳ ବ୍ୟବହାର କରାଯାଉଛି। ଏହା ଯୋଗୁ ମାସକୁ ୩୦ ଟନ୍‌ କାଠ ଓ ଦିନକୁ ଅତି କମ୍‌ରେ ୫୫,୦୦୦ ଲିଟର ପାଣି ବଞ୍ଚାଯାଇପାରୁଛିି। ‘ବ୍ଲୁକ୍ୟାଟ୍‌ ପେପର’ ପ୍ରତି ମାସରେ ୧୦୦ ଜଣ କୃଷକ ଓ ୫ଟି ଶିଳ୍ପସଂସ୍ଥାରୁ ପ୍ରାୟ ୨୦ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି। ବେଙ୍ଗାଲୁରୁର ପିନାୟେରେ ୨୦ ହଜାର ବର୍ଗଫୁଟ୍‌ ଜାଗାରେ ଏହି ଫ୍ୟାକ୍ଟ୍ରି ଚାଲିଛି। ଚାଷୀମାନଙ୍କ ଠାରୁ ବର୍ଜ୍ୟବସ୍ତୁ କିଣିବା ଦ୍ୱାରା ସେମାନେ ମଧ୍ୟ ଲାଭ ପାଉଛନ୍ତି। କାଠରୁ କାଗଜ ପ୍ରସ୍ତୁତ କରିବା ଲାଗି ପ୍ରତିବର୍ଷ ୩.୩ ମିଲିୟନ ହେକ୍ଟର ଜଙ୍ଗଲ ଧ୍ୱଂସ କରାଯାଏ। ଏହା ବନ୍ୟଜୀବ, ବନବାସୀଙ୍କ ଜୀବନ ଓ ପରିବେଶକୁ ପ୍ରଭାବିତ କରେ। ଏଣୁ ଏହି ଉପାୟରେ କାଗଜ ପ୍ରସ୍ତୁତ କରି ସାରା ଦେଶରେ ଜଙ୍ଗଲ ଧ୍ୱଂସ ରୋକିବା ତାଙ୍କର ଲକ୍ଷ୍ୟ ବୋଲି କହନ୍ତି ୪୧ ବର୍ଷୀୟା କାବ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri