ଏଇ ଭାରତରେ

କାଠ ନୁହେଁ, ବିଭିନ୍ନ ଉଦ୍ଭିଦ ଅବଶେଷ ତଥା ଶିଳ୍ପ ବର୍ଜ୍ୟବସ୍ତୁରୁ କାଗଜ ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ରର କାବ୍ୟା ମାଡାପ୍ପା। କୋର୍ଗରେ କାବ୍ୟାଙ୍କ ଜନ୍ମ। ବେଙ୍ଗାଲୁରୁର ସେଣ୍ଟ୍‌ ଜୋଶେଫ୍‌ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏକ ବ୍ୟାଙ୍କରେ କାମ କରୁଥିଲେ। ପରେ କୋର୍ଗ ଫେରିଆସି ପରିବେଶ ସୁରକ୍ଷା ପ୍ରତି ମନ ବଳାଇ ୨୦୧୮ରେ ‘ବ୍ଲୁକ୍ୟାଟ୍‌ ପେପର’ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ବିକଶିତ ଜ୍ଞାନ କୌଶଳକୁ ଆଧାର କରି ଓ ଗବେଷକମାନଙ୍କ ପରାମର୍ଶ ନେଇ ସେ କାଗଜ ତିଆରି କରୁଛନ୍ତି। କାଗଜ ପ୍ରସ୍ତୁତ ଲାଗି ତାଙ୍କୁ ଗୋଟିଏ ହେଲେ ବି ଗଛ କାଟିବାକୁ ପଡୁନି। କୃଷି ଓ ଶିଳ୍ପ ବର୍ଜ୍ୟବସ୍ତୁରୁ ଏହି କାଗଜ ତିଆରି କରୁଛନ୍ତି କାବ୍ୟା। କପା ଓ ରାଶିଗଛର ଅବଶେଷ, ଲେମନ୍‌ଗ୍ରାସ୍‌, ମୁଲ୍‌ବେରୀ, ନଡ଼ା, କଫି ଚୋପା, କଦଳୀ ଗଛ ଗଣ୍ଡି, ନଡ଼ିଆ କତା ଏପରି କି ହାତୀ ମଳ ବ୍ୟବହାର କରାଯାଉଛି। ଏହା ଯୋଗୁ ମାସକୁ ୩୦ ଟନ୍‌ କାଠ ଓ ଦିନକୁ ଅତି କମ୍‌ରେ ୫୫,୦୦୦ ଲିଟର ପାଣି ବଞ୍ଚାଯାଇପାରୁଛିି। ‘ବ୍ଲୁକ୍ୟାଟ୍‌ ପେପର’ ପ୍ରତି ମାସରେ ୧୦୦ ଜଣ କୃଷକ ଓ ୫ଟି ଶିଳ୍ପସଂସ୍ଥାରୁ ପ୍ରାୟ ୨୦ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି। ବେଙ୍ଗାଲୁରୁର ପିନାୟେରେ ୨୦ ହଜାର ବର୍ଗଫୁଟ୍‌ ଜାଗାରେ ଏହି ଫ୍ୟାକ୍ଟ୍ରି ଚାଲିଛି। ଚାଷୀମାନଙ୍କ ଠାରୁ ବର୍ଜ୍ୟବସ୍ତୁ କିଣିବା ଦ୍ୱାରା ସେମାନେ ମଧ୍ୟ ଲାଭ ପାଉଛନ୍ତି। କାଠରୁ କାଗଜ ପ୍ରସ୍ତୁତ କରିବା ଲାଗି ପ୍ରତିବର୍ଷ ୩.୩ ମିଲିୟନ ହେକ୍ଟର ଜଙ୍ଗଲ ଧ୍ୱଂସ କରାଯାଏ। ଏହା ବନ୍ୟଜୀବ, ବନବାସୀଙ୍କ ଜୀବନ ଓ ପରିବେଶକୁ ପ୍ରଭାବିତ କରେ। ଏଣୁ ଏହି ଉପାୟରେ କାଗଜ ପ୍ରସ୍ତୁତ କରି ସାରା ଦେଶରେ ଜଙ୍ଗଲ ଧ୍ୱଂସ ରୋକିବା ତାଙ୍କର ଲକ୍ଷ୍ୟ ବୋଲି କହନ୍ତି ୪୧ ବର୍ଷୀୟା କାବ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ମାନବିକତା ରହୁ

ଛନ୍ଦା ମିଶ୍ର କୁହାଯାଏ, ଯେଉଁ ଦେଶରେ ଶିକ୍ଷା ଓ ସ୍ବାସ୍ଥ୍ୟ ଯେତେ ଉନ୍ନତ, ସେ ଦେଶ ସେତେ ସମୃଦ୍ଧ। ଦୁଇଟି ଯାକ ଆମ ଜୀବନରେ ଯେ...

ଭବିଷ୍ୟତର ଇନ୍ଧନ

ଜୋର୍ଗ ହାସ୍‌ ଆଜିକାଲି ସବୁଜ ଉଦ୍‌ଜାନର ଆଦର ଢେର ବଢିଛି। ଗତ ବର୍ଷ ନଭେମ୍ବରରେ ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୭) ରେ ଜର୍ମାନୀ...

Dillip Cherian

ଏମ୍‌ଏଚ୍‌ଏରେ ବନ ଅଧିକାରୀ

କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଆଇଏଏସ୍‌ ଗୋଷ୍ଠୀକୁ ଅଣଦେଖା କରି ଆସୁଛନ୍ତି। ଏହି ଧାରା ପୂର୍ବରୁ ଲାଗି ରହିଛି ଓ ଏହା ଏବେ ପୁନର୍ବାର ସ୍ପଷ୍ଟ...

ଚିନ୍ତା ବଢ଼ାଉଛି ‘ଡି’

ଈପ୍ସିତା ମହାନ୍ତି ସୁସ୍ଥ ରହିବାକୁ କିଏ ବା ନ ଚାହେଁ। ସୁସ୍ଥ ଶରୀର ପାଇଁ ଭିଟାମିନ ବା ଜୀବସାରର ଆବଶ୍ୟକତାକୁ ମଧ୍ୟ ସଭିଏ ଜାଣନ୍ତି। ଏହା...

ବିଫଳ କରୋନା ମୁକାବିଲା

ବିଚିତ୍ର ବିଶ୍ୱାଳ କରୋନାର ଦ୍ୱିତୀୟ ଲହର ସାରା ଦେଶରେ ତାଣ୍ଡବ ରଚୁଛି। ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଲକ୍ଷ ଲକ୍ଷ ଲୋକ ସଂକ୍ରମିତ...

ଏଇ ଭାରତରେ

ସହରରେ ଏବେ ଛାତ ଉପରେ ଚାଷ କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ସେମାନଙ୍କ ପାଇଁ ଥାନେ ସୋସାଇଟି ପଥପ୍ରଦର୍ଶନ ପାଲଟିବ ବୋଲି କୁହାଯାଇପାରେ। କାରଣ ଏହି...

ଏଇ ଭାରତରେ

ବାଉଁଶ ନିର୍ମିତ ଏକ ସ୍କୁଲ ଅଛି ଯମୁନାକୂଳରେ। ଉତ୍ତରପ୍ରଦେଶ, ହରିୟାଣା, ବିହାର ଓ ମଧ୍ୟପ୍ରଦେଶରୁ ଆସି ଯମୁନାକୂଳରେ ରହୁଥିବା ଲୋକଙ୍କ ପିଲାମାନଙ୍କ ଶିକ୍ଷା ଲାଗି ଏହି...

କର୍ପୋରେଟୀକରଣ କୃଷି ସଙ୍କଟର ସମାଧାନ ନୁହେଁ

ଭାଲଚନ୍ଦ୍ର ଷଡ଼ଙ୍ଗୀ   କରୋନା ମହାମାରୀ ଓ ଲକ୍‌ଡାଉନ୍‌ର ଦୋହରା ମାଡ଼ର ଶିକାର କୃଷକ ଶ୍ରେଣୀ ଭୟଙ୍କର ଦୁର୍ଦ୍ଦଶା ଭିତରେ ଥିବାବେଳେ କେନ୍ଦ୍ର ସରକାରଙ୍କ ତିନୋଟି...

Advertisement
Archives

Model This Week