ଏଇ ଭାରତରେ

ମୁମ୍ବାଇରେ ଯଦି ଲୋକମାନେ ଅଧିକ ପାଣି ପାଉଛନ୍ତି ତେବେ ମହାରାଷ୍ଟ୍ରର କୃଷକମାନେ କାହିଁକି ପାଣି ପାଇବାରୁ ବଞ୍ଚିତ ହେବେ? ଏଭଳି ଏକ ପ୍ରଶ୍ନ ଉଙ୍କି ମାରିଥିଲା ସିଭିଲ ଇଞ୍ଜିନିୟର ଉଲ୍ଲାସ ପରାଞ୍ଜପେଙ୍କ ମନରେ। ପରେ କୃଷକମାନଙ୍କ ଜଳ ସମସ୍ୟା ଦୂର କରିବା ଲାଗି ସେ ଆରମ୍ଭ କରିଥିଲେ ଅଭିଯାନ। ଏବେସୁଦ୍ଧା ରାଜ୍ୟର ମରୁଡ଼ି ପ୍ରପୀଡିତ ୧୭ଟି ଜିଲାର ୩୫୦ରୁ ଊର୍ଦ୍ଧ୍ୱ କୃଷକଙ୍କ ଜଳ ସମସ୍ୟା ଦୂର କରିପାରିଛନ୍ତି। ସେ ୨୦୦୩ରୁ ‘ଜଳବର୍ଦ୍ଧିନୀ ପ୍ରତିଷ୍ଠାନ’ ମାଧ୍ୟମରେ କୃଷକମାନଙ୍କ ପାଇଁ ବର୍ଷାଜଳ ସଂରକ୍ଷଣ ଟାଙ୍କି ନିର୍ମାଣ କରୁଛନ୍ତି। ପ୍ରଥମେ ରାଇଗଡ଼ ଓ କୋଙ୍କଣ ଜିଲାରୁ ଏହି ଅଭିଯାନ ଆରମ୍ଭ କରି ପରେ ଅନ୍ୟ ଜିଲାକୁ ସମ୍ପ୍ରସାରଣ କରିଛନ୍ତି। ଏହି କାର୍ଯ୍ୟରେ ପରାଞ୍ଜପେଙ୍କୁ ତାଙ୍କ ପରିବାର ବି ସହଯୋଗ କରୁଛି। ସିଭିଲ ଇଞ୍ଜିନିୟର ଭାବେ ଚାକିରି କରିବା ସମୟରେ ସେ ମରୁଡି ପ୍ରପୀଡିତ ଅଞ୍ଚଳରେ ଆଦିବାସୀ କୃଷକଙ୍କ ଦୁର୍ଦ୍ଦଶା ଦେଖିଥିଲେ। ଏଣୁ ସେ ଆଦିବାସୀମାନଙ୍କୁ ଏହି ପଦ୍ଧତିରେ ବର୍ଷାଜଳ ସଂଗ୍ରହ କରି ଚାଷ କରିବା ଲାଗି ଅଧିକ ଉତ୍ସାହିତ କରୁଛନ୍ତି ବୋଲି କୁହନ୍ତି ୭୨ ବର୍ଷୀୟ ପରାଞ୍ଜପେ। ଆଦିବାସୀ କୃଷକମାନଙ୍କଠାରୁ ପାଣି ଟାଙ୍କି ନିର୍ମାଣ ଲାଗି ଧାର୍ଯ୍ୟ ମୂଲ୍ୟର ଅଧା ନେଉଛନ୍ତି। କେବଳ ମହାରାଷ୍ଟ୍ର ନୁହେଁ କର୍ନାଟକ, ଗୁଜରାଟ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଏହି ସିଷ୍ଟମ୍‌ ନିର୍ମାଣ କରିବା ଆରମ୍ଭ କରିଛନ୍ତି। କୃଷକମାନଙ୍କୁ ଏ ସମ୍ପର୍କରେ ଅବଗତ କରିବା ପାଇଁ ଏହି ସବୁ ରାଜ୍ୟରେ ୮ଟି ଏନ୍‌ଜିଓ ଓ ୩୩ଟି କଲେଜକୁ ସାମିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri