ଏଇ ଭାରତରେ

ଜଣେ ମହିଳା ୩୦୦ ପ୍ରାଣୀଙ୍କୁ ନେଇ ଗଠିତ ପରିବାରକୁ ସମ୍ଭାଳିବା କଥା କେବେ ଶୁଣିଛନ୍ତି କି। ଏମିତି ଜଣେ ମହିଳା ରହିଛନ୍ତି ମୁମ୍ବାଇରେ। ତାଙ୍କ ନାମ ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ ୫୪। ୨୦ ବର୍ଷ ପୂର୍ବେ ସେ ତାଙ୍କ ପୋଷା କୁକୁରକୁ ହରାଇବା ପରେ ଏଭଳି ଏକ ବଡ଼ ପରିବାର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ପରେ ରାସ୍ତା ଦୁର୍ଘଟଣାରେ ଆହତ ଓ ରୋଗଗ୍ରସ୍ତ କୁକୁର, ବିଲେଇ, ଛେଳି, ଠେକୁଆ, ଘୋଡ଼ା, ଗାଈ, ବଳଦ, ନେଉଳ, କୁକୁଡ଼ା ଆଦି ପ୍ରାଣୀଙ୍କୁ ଉଦ୍ଧାରକରି ତାଙ୍କ ଫାର୍ମରେ ରଖିଛନ୍ତି। ମୁମ୍ବାଇର ଭିରାର୍‌ ଅଞ୍ଚଳରେ ୬ ଏକର ବିଶିଷ୍ଟ ଫାର୍ମରେ ଏହି ପ୍ରାଣୀମାନଙ୍କୁ ସେ ରଖିଛନ୍ତି। ଅନେକ ସମୟରେ ପୋଷା ଜୀବ ବୁଢ଼ା ହୋଇଗଲେ ତାକୁ ଲୋକମାନେ ରାସ୍ତାରେ ଛାଡିଦିଅନ୍ତି। ଏମାନଙ୍କୁ ମଧ୍ୟ ସେ ଉଦ୍ଧାର କରି ସେବା କରୁଛନ୍ତି। ପ୍ରାଣୀଙ୍କ ଦେଖାରଖା କରିବା ପାଇଁ ଫାର୍ମରେ ୧୫ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ଦିନରାତି ପ୍ରାଣୀଙ୍କ ସେବାରେ ଲାଗିଛନ୍ତି। ଫିଜା ସେମାନଙ୍କ ଚିକିତ୍ସା, ଖାଦ୍ୟ ତଥା ଅନ୍ୟାନ୍ୟ ଖର୍ଚ୍ଚ ନିଜେ ବହନ କରୁଛନ୍ତି। କର୍ମଚାରୀଙ୍କ ଦରମା ମଧ୍ୟ ନିଜ ପକେଟରୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri