ଏଇ ଭାରତରେ

ଚୋରି କରିବା ଏକ ନିନ୍ଦନୀୟ କାର୍ଯ୍ୟ। ଚୋରି କରୁଥିବା ପୁରୁଷକୁ ବିବାହ ପାଇଁ କେହି ଝିଅ ଦେବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଛତିଶଗଡ଼ର କେତେକ ଜିଲାରେ ନଟ ସମ୍ପ୍ରଦାୟର ଯୁବକ ବାହାହେବା ପାଇଁ ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ଏ କଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ସ୍ଥାନୀୟ ଆଦିବାସୀବହୁଳ ସରଗୁଜା, ଜଶପୁର ଆଦି ଜିଲାରେ ବାସକରୁଥିବା ନଟ ସମ୍ପ୍ରଦାୟରେ ଅବିବାହିତ ଯୁବକ ଚୋରିକରିବା ପରମ୍ପରା ରହିଛି। ଚୋରି ନ କଲେ ସେମାନଙ୍କର ବିବାହ ହୋଇପାରୁନାହିଁ। ଚୋରି କରୁ ନ ଥିବା ଯୁବକର କୌଣସି ଯୋଗ୍ୟତା ନାହିଁ ବୋଲି ସ୍ଥାନୀୟ ଲୋକେ କହିଥାଆନ୍ତି। ଚୋରି, ଅପହରଣ, ହତ୍ୟା କରିବା ଏହି ସମ୍ପ୍ରଦାୟର କୌଳିକ ବୃତ୍ତି। ବର୍ଷାଋତୁ ୪ ମାସ ଛାଡ଼ିଦେଲେ ଏହି ସମ୍ପ୍ରଦାୟ ବର୍ଷର ଅବଶିଷ୍ଟ ୮ ମାସ ଚୋରି କାମ କରନ୍ତି। ଚୋରି ଟଙ୍କାରେ ଏଠାରେ ନଟ ସମ୍ପ୍ରଦାୟ ଏକ ମନ୍ଦିର ନିର୍ମାଣ କରିଛିି। ପୁରୁଷମାନେ ଚୋରି କରିବାକୁ ଯିବା ସମୟରେ ମହିଳାମାନେ ମନ୍ଦିରରେ ଭଜନ କରିଥାନ୍ତି। ଗାଁକୁ ପୋଲିସ ନ ଆସିବା ଏବଂ ଚୋରି କରି ଧରା ନ ପଡ଼ିବା ପାଇଁ ମହିଳାମାନେ ମାନସିକ କରନ୍ତି। ନଟ ସମ୍ପ୍ରଦାୟର ଏଭଳି କାର୍ଯ୍ୟ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଅଥଚ ଏହି ସମ୍ପ୍ରଦାୟ ନିଜର କୌଳିକ ବୃତ୍ତି ଏଯାଏ ଛାଡ଼ିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri