ଏଇ ଭାରତରେ

ନିଷ୍ଠାପର ଉଦ୍ୟମ ବଳରେ ଯେ ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ , ଯାହାର ଚାକ୍ଷୁଷ ପ୍ରମାଣ ମିଳିଛି କେରଳର ସିନତ କୋକ୍କୁରଙ୍କ ଜୀବନରେ। ସେ ମହିଳା ଚାଷୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମାତ୍ର ୫ ବର୍ଷ ମଧ୍ୟରେ ସେ ଗାଁର ମହିଳାମାନଙ୍କୁ ଜୈବିକ ଚାଷ ଆଡ଼କୁ ଆକର୍ଷିତ କରିପାରିଛନ୍ତି। ଏବେ ମହିଳାମାନେ ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି ଓ ତାହାକୁ ବିକ୍ରି କରି ଲାଭ ପାଉଛନ୍ତି। ସିନତଙ୍କ ବର୍ତ୍ତମାନ ବୟସ ୪୦। ସେ ଦଶମ ଯାଏ ପଢ଼ିଛନ୍ତି। ପଢ଼ା ଛାଡିବା ପରେ ତାଙ୍କ ବାହାଘର ହୋଇଥିଲା। ଶାଶୁଘରକୁ ଆସିବା ପରେ ସେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ମନ୍ନୁଥି ଏଗ୍ରିକଲ୍‌ଚର ୟୁନିଭର୍ସିଟିରୁ ୨୦ଟି ଗ୍ରୋ ବ୍ୟାଗ୍‌ ଆଣି ସେଥିରେ ଟମାଟୋ ଗଛ ଲଗାଇଥିଲେ। ପରେ ସେ ବିଲରେ ଭେଣ୍ଡି, ଲଙ୍କା ଓ ଫୁଲକୋବି ଚାଷ କରି ସଫଳ ହୋଇଥିଲେ। ଚାଷ କରିବାର କିଛି ଦିନ ପରେ ସେ ଗାଁର ୧୦ ଜଣ ମହିଳାଙ୍କୁ ନେଇ ୨୦୧୫ରେ ‘ପେନ୍‌ମିତ୍ରା’ ନାମକ ଏକ ଗ୍ରୁପ୍‌ କରି ତା’ମାଧ୍ୟମରେ ବିଭିନ୍ନ ପ୍ରକାର ପରିବା, ଫଳ ଓ ଧାନଚାଷ ଆରମ୍ଭ କରିଥିଲେ। ୫ ବର୍ଷ ମଧ୍ୟରେ ଏବେ ଉକ୍ତ ଗ୍ରୁପ୍‌ରେ ୫୦ ଜଣ ମହିଳା ସାମିଲ ହୋଇଛନ୍ତି। ୫ ଏକର ଜମିରେ ସେମାନେ ଧାନଚାଷ ବି କରୁଛନ୍ତି। ମହିଳାମାନେ କୁକୁଡା ଚାଷ ଓ ଗୋପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳାମାନଙ୍କ ଉଦ୍ୟମକୁ ଲକ୍ଷ୍ୟ କରି କୋକ୍କୁର ଗାଁର ଯୁବକମାନେ ବି ଚାଷରେ ଲାଗିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri