ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ପାହାଡ଼ିଆ ଅଞ୍ଚଳରେ କେଭ୍‌ଓ୍ବେଲ (ଗୁମ୍ଫା ଭଳି ଦେଖାଯାଉଥିତ୍ବା କୂଅ) ଖୋଳି ଲୋକମାନଙ୍କୁ ଚାଷକାମ ପାଇଁ ପାଣି ଯୋଗାଉଛନ୍ତି କେରଳର କୁଜମ୍ବୁ। ତାଙ୍କୁ ବର୍ତ୍ତମାନ ବୟସ ୬୭। ଦୀର୍ଘ ୫୦ ବର୍ଷ ମଧ୍ୟରେ ସେ ତାଙ୍କ ଅଞ୍ଚଳରେ ୧ ହଜାରରୁ ଊର୍ଦ୍ଧ୍ୱ କୂଅ ଖୋଳିସାରିଲେଣି। କସାରଗୁଡା ଜିଲାର କୁଣ୍ଡାମୁଝୀ ଗାଁର ବାସିନ୍ଦା କୁଜମ୍ବୁ ସେ ଅଞ୍ଚଳର ବିଭିନ୍ନ ଗ୍ରାମରେ କୂଅ ଖୋଳି ସେଥିରୁ କୃଷି ପାଇଁ ପାଣି ଯୋଗାଇ ଦେଉଛନ୍ତି। ସେ ୧୪ ବର୍ଷ ବୟସରୁ କୂଅ ଖୋଳିବା ଆରମ୍ଭ କରିଥିଲେ। ଏହି କୂଅ ସେ ପାହାଡ଼ କଡରେ ସରୁ ଗୁମ୍ଫା ଆକାରରେ ଖୋଳିଥାନ୍ତି। ୨.୫ ଫୁଟ୍‌ ଚଉଡାରେ ୩୦୦ ଫୁଟ ଗଭୀର ଯାଏ ପାଣି ପଡିବା ପର୍ଯ୍ୟନ୍ତ ଏହାକୁ ଖୋଳିଥାନ୍ତି। କୂଅରେ ପାଣି ଭର୍ତ୍ତି ହେବା ପରେ ତାହାକୁ ଏହି କୂଅ ପାଖରେ ଥିବା ଏକ କୁଣ୍ଡରେ ସଂରକ୍ଷିତ କରାଯାଇ କୃଷି କାର୍ଯ୍ୟରେ ବ୍ୟବହାର କରାଯାଏ। ଗଭୀର କୂଅ ଖୋଳିବା ସମୟରେ ସେ ବହୁ ସମୟରେ ସେ ବିପଦର ସମ୍ମୁଖୀନ ହେଲେ ବି କୃଷିପାଇଁ ଜଳ ଯୋଗାଇ ପାରୁଥିବାରୁ ସେ ଖୁସି ବୋଲି କହନ୍ତି କୁଜମ୍ବୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁନର୍ଜନ୍ମ ଓ ପ୍ରାଣୀ ନିର୍ଯାତନା

ମାନେକା ଗାନ୍ଧୀ ଡ. ମ୍ୟାକ୍ସିମିୟାନି ପୋର୍ଟାସ୍‌(ସାବିତ୍ରୀ ଦେବୀ) ଓ୍ବାଲର୍‌ଡ ରିଲିଜିଅନ ଉପରେ ଗବେଷଣା କରିଥିଲେ। ୧୯୦୫ରେ ତାଙ୍କର ଜନ୍ମ। ତାଙ୍କ ବାପା ଥିଲେ ଜଣେ ଗ୍ରୀକ୍‌...

ଉପଭୋକ୍ତା ସଶକ୍ତୀକରଣର ନୂତନ ଦିଶା

ନଗେନ୍ଦ୍ର ନାଥ ପଟ୍ଟନାୟକ   ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ନାଗରିକ ଉପଭୋକ୍ତା ଅଧିକାରକୁ ମଜଭୁତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ କିଛିଦିନ...

ନୂଆ କରୋନା ଭୂତାଣୁ

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଉଭାହେଲାଣି। ରାଜ୍ୟ ତଥା ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି। ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବରେ ଏହାର ରୂପ...

ଶାକାହାରୀ ହେବା ସବୁଠୁ ଭଲ

ମାନେକା ଗାନ୍ଧୀ ଲୋକମାନେ ଅନେକ ଶତାବ୍ଦୀ ଧରି ଭେଜେଟାରିଆନ ବା ଶାକାହାରୀ ରହିଆସିଛନ୍ତି, କିନ୍ତୁ ଶାକାହାରୀ ଶବ୍ଦ ୧୮୩୯ରୁ ପ୍ରଚଳିତ ହେଲା। ଯେଉଁମାନେ ଉଦ୍ଭିଦଜ ଖାଦ୍ୟ...

ଆମ ଉପରେ ନିର୍ଭର

କରୋନା ଭାଇରସ୍‌ ଯୋଗୁ ଭାରତରେ ଲକ୍‌ଡାଉନ ହୋଇଛି। ଦୀର୍ଘଦିନ ଧରି ଲୋକେ ଘରେ ରହିଛନ୍ତି। କଳକାରଖାନା ଚାଲୁ ନ ଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ...

ପ୍ରତିଶ୍ରୁତି ରକ୍ଷାକରୁ କେନ୍ଦ୍ର

ଡ. ସନ୍ତୋଷ କୁମାର ମହାପାତ୍ର ଗତ ଅଗଷ୍ଟ ୨୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବାକର(ଜିଏସ୍‌ଟି) ପରିଷଦର ୪୧ତମ ବୈଠକ...

ଏଇ ଭାରତରେ

ଅନ୍ଧବିଶ୍ୱାସ ଦୂର ଲାଗି ମଧ୍ୟପ୍ରଦେଶର ଗଙ୍ଗା ରାଜପୁତଙ୍କ ପ୍ରଚେଷ୍ଟା ଉଦାହରଣ ସୃଷ୍ଟି କରିଛି। ଗଙ୍ଗା ରୁହନ୍ତି ବୁନ୍ଦେଲଖଣ୍ଡର ଚୌଧୁରୀ ଖେର ଗାଁରେ। ୧୨ ବର୍ଷ ପୂର୍ବେ...

ଏଇ ଭାରତରେ

ଶହ ଶହ ଚାଷୀଙ୍କୁ ସଶକ୍ତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କଶ୍ମୀରର କୃଷକ ଭରତ ଭୂଷଣ। ସେ ଡୋଡା ଜିଲାର ଲେର୍ହୋଟେ ଗାଁରେ ଜୈବିକ...

Advertisement


Archives

Model This Week

Why Dharitri