ଏଇ ଭାରତରେ

ମହାରାଷ୍ଟ୍ରରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ଦିନରାତି କାମରେ ଲାଗିଛନ୍ତି। ଲକ୍‌ଡାଉନରେ ପୋଲିସର ମନୋବଳ ବୃଦ୍ଧି କରିବା ତଥା ସେମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଥାନାଗୁଡ଼ିକରେ ସାନିଟାଇଜିଂ ଟନେଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରତ୍ୟେକ ୟୁନିଟ୍‌ ପାଇଁ ପାଖାପାଖି ୫ ଲକ୍ଷ ଟଙ୍କା ବ୍ୟୟ ହେବ ଓ ଏହା ଗୋଟିଏ ସପ୍ତାହରେ ପ୍ରତିଷ୍ଠା କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଥିଲେ। କିନ୍ତୁ ରମେଶ ହିର୍ଭି ନାମକ ଜଣେ କୃଷକ ଏହାକୁ ୧୦ ହଜାର ଟଙ୍କାରୁ କମ୍‌ରେ ଓ ଦୁଇ ଦିନ ମଧ୍ୟରେ ନିର୍ମାଣ କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ସେ ହାର୍ଡଓ୍ବେର ଉପକରଣ, ଇରିଗେସନ ନୋଜଲ୍‌ ବ୍ୟବହାର କରିଛନ୍ତି। ଅହମ୍ମଦନଗରରେ ରୁହନ୍ତି ହିର୍ଭି। ତାଙ୍କର ଏକ କୃଷି ପରାମର୍ଶ କେନ୍ଦ୍ର ରହିଛି। ପୁଣେର ଡେପୁଟି କମିଶନର ଅଫ୍‌ ପୋଲିସ ସୁହାସ ବଓ୍ବାଚେ ହର୍ଭିଙ୍କୁ ଟନେଲ ନିର୍ମାଣ କରିବାର ସୁଯୋଗ ଦେଇଥିଲେ। ଟନେଲ ନିର୍ମାଣ ଲାଗି ବିଶେଷଜ୍ଞମାନଙ୍କ ଦ୍ୱାରା ନିର୍ଦ୍ଧାରିତ ୫ ଲକ୍ଷ ଟଙ୍କାର ମାତ୍ର ୧.୭ ପ୍ରତିଶତ ଟଙ୍କାରେ ହିର୍ଭି ଏହାକୁ ନିର୍ମାଣ କରିବା ପରେ ସବୁ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି। ନିଜସ୍ବ ଜ୍ଞାନକୌଶଳ ଉପଯୋଗ କରି ହିର୍ଭି ଏହା କରିପାରିଛନ୍ତି। ସେ ଦୁଇ ପ୍ରକାର ଟନେଲ ନିର୍ମାଣ କରିଛନ୍ତି। ୫ ଫୁଟ ଚଉଡ଼ା,୮ ଫୁଟ୍‌ ଲମ୍ବ ଓ ୬ ଫୁଟ୍‌ ଉଚ୍ଚ ବିଶିଷ୍ଟ ଟନେଲ ପାଇଁ ଖର୍ଚ୍ଚ ହୋଇଛି ୮,୫୦୦ ଟଙ୍କା ଏବଂ ୨୦ ଫୁଟ ଲମ୍ବ ,ଚଉଡା ଓ ଉଚ୍ଚର ଆଉ ଏକ ଟନେଲ ଲାଗି ବ୍ୟୟ ହୋଇଛି ୩୦ ହଜାର ଟଙ୍କା। ଏହି ସବୁ ସାନିଟାଇଜିଂ ଟନେଲକୁ ବସାଯିବା ପରେ ପ୍ରତିଦିନ ହଜାର ହଜାର ଲୋକ ମଧ୍ୟ ଏହାଦ୍ୱାରା ଉପକୃତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର…

ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର…

ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri