ଏଇ ଭାରତରେ

ମହାରାଷ୍ଟ୍ରରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ଦିନରାତି କାମରେ ଲାଗିଛନ୍ତି। ଲକ୍‌ଡାଉନରେ ପୋଲିସର ମନୋବଳ ବୃଦ୍ଧି କରିବା ତଥା ସେମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଥାନାଗୁଡ଼ିକରେ ସାନିଟାଇଜିଂ ଟନେଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରତ୍ୟେକ ୟୁନିଟ୍‌ ପାଇଁ ପାଖାପାଖି ୫ ଲକ୍ଷ ଟଙ୍କା ବ୍ୟୟ ହେବ ଓ ଏହା ଗୋଟିଏ ସପ୍ତାହରେ ପ୍ରତିଷ୍ଠା କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଥିଲେ। କିନ୍ତୁ ରମେଶ ହିର୍ଭି ନାମକ ଜଣେ କୃଷକ ଏହାକୁ ୧୦ ହଜାର ଟଙ୍କାରୁ କମ୍‌ରେ ଓ ଦୁଇ ଦିନ ମଧ୍ୟରେ ନିର୍ମାଣ କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ସେ ହାର୍ଡଓ୍ବେର ଉପକରଣ, ଇରିଗେସନ ନୋଜଲ୍‌ ବ୍ୟବହାର କରିଛନ୍ତି। ଅହମ୍ମଦନଗରରେ ରୁହନ୍ତି ହିର୍ଭି। ତାଙ୍କର ଏକ କୃଷି ପରାମର୍ଶ କେନ୍ଦ୍ର ରହିଛି। ପୁଣେର ଡେପୁଟି କମିଶନର ଅଫ୍‌ ପୋଲିସ ସୁହାସ ବଓ୍ବାଚେ ହର୍ଭିଙ୍କୁ ଟନେଲ ନିର୍ମାଣ କରିବାର ସୁଯୋଗ ଦେଇଥିଲେ। ଟନେଲ ନିର୍ମାଣ ଲାଗି ବିଶେଷଜ୍ଞମାନଙ୍କ ଦ୍ୱାରା ନିର୍ଦ୍ଧାରିତ ୫ ଲକ୍ଷ ଟଙ୍କାର ମାତ୍ର ୧.୭ ପ୍ରତିଶତ ଟଙ୍କାରେ ହିର୍ଭି ଏହାକୁ ନିର୍ମାଣ କରିବା ପରେ ସବୁ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି। ନିଜସ୍ବ ଜ୍ଞାନକୌଶଳ ଉପଯୋଗ କରି ହିର୍ଭି ଏହା କରିପାରିଛନ୍ତି। ସେ ଦୁଇ ପ୍ରକାର ଟନେଲ ନିର୍ମାଣ କରିଛନ୍ତି। ୫ ଫୁଟ ଚଉଡ଼ା,୮ ଫୁଟ୍‌ ଲମ୍ବ ଓ ୬ ଫୁଟ୍‌ ଉଚ୍ଚ ବିଶିଷ୍ଟ ଟନେଲ ପାଇଁ ଖର୍ଚ୍ଚ ହୋଇଛି ୮,୫୦୦ ଟଙ୍କା ଏବଂ ୨୦ ଫୁଟ ଲମ୍ବ ,ଚଉଡା ଓ ଉଚ୍ଚର ଆଉ ଏକ ଟନେଲ ଲାଗି ବ୍ୟୟ ହୋଇଛି ୩୦ ହଜାର ଟଙ୍କା। ଏହି ସବୁ ସାନିଟାଇଜିଂ ଟନେଲକୁ ବସାଯିବା ପରେ ପ୍ରତିଦିନ ହଜାର ହଜାର ଲୋକ ମଧ୍ୟ ଏହାଦ୍ୱାରା ଉପକୃତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନକ୍ସା

ମନ-ମାନଚିତ୍ର/ଡ. ନରହରି ବେହେରା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ଆବଶ୍ୟକତାଠାରୁ ଶୀତଳ ଓ ଉଷ୍ମତାର ମାତ୍ରା କମ୍‌ ବା ବେଶି ହେଲେ ଆମ ଶରୀରକୁ ସୁଖ...

ମୂଢ ମଣିଷକୁ ମହାଶିକ୍ଷା

ଉପେନ୍ଦ୍ର ବିଶ୍ୱାଳ ସେ ଅନେକ ଦିନ ତଳର, ଆଜିପରି ଧୂ ଧୂ ଏକ ଖରାବେଳର କଥା। ରାଜ୍ୟ ପରିକ୍ରମାରୁ ନଅରକୁ ଫେରୁଥିଲେ ପଞ୍ଜାବକେଶରୀ ରଣଜିତ୍‌ ସିଂହ।...

ଏକଚ୍ଛତ୍ରବାଦ ପଥେ ଇସ୍ରାଏଲ

ଇଡୋ ବାଉମ୍‌   ତିନି ବର୍ଷ ମଧ୍ୟରେ ଇସ୍ରାଏଲରେ ଲଗାତର ୫ଟି ନିର୍ବାଚନ ଅନୁଷ୍ଠିତ ହୋଇଛି। ସେଥିମଧ୍ୟରୁ ୪ଟି ରାଜନୈତିକ ଅଚଳାବସ୍ଥାରେ ଶେଷହୋଇଛି। ତେବେ ଗତବର୍ଷ...

ସଂଗମର ସମ୍ମାନଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବ୍ରିଟିଶ୍‌ ପାର୍ଲାମେଣ୍ଟରୁ ମର୍ଯ୍ୟାଦାଜନକ କନ୍‌ଫ୍ଲୁଏନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ ଗ୍ରହଣ କରୁଥିବା ବ୍ୟକ୍ତି ଗର୍ବ ଅନୁଭବ କରିବା ସ୍ବାଭାବିକ। କୌଣସି ଏକ କ୍ଷେତ୍ରରେ...

ଆଜିର ଅର୍ଥନୀତି/ ନିଅଣ୍ଟିଆ ବୃଷ୍ଟି

ମୌସୁମୀ ଏ ବର୍ଷ ଓଡ଼ିଶା ପ୍ରତି ବେଶି ସଦୟ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇଥିବା ବେଳେ ବିଭିନ୍ନ ଜିଲାରେ ବୃଷ୍ଟିପାତର ଆବଣ୍ଟନ...

ପ୍ଲଗିଂ ସେଲିବ୍ରିଟି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଅଳିଆ ଓ ଅସନା ଜିନିଷ କଥା କହିଲେ ଅନେକେ ନାକ ଟେକିଥାଆନ୍ତି। ଏସବୁ ସମାଜର ତଳ ଶ୍ରେଣୀର ଲୋକଙ୍କ କାମ ବୋଲି...

ରାସ୍ତା ଭାଙ୍ଗୁଛି ରାସ୍ତାର ନିୟମ

ତୁଷାରକାନ୍ତ ସମ୍ପ୍ରତି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ନୂଆ କମିଶନର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ଦିଗରେ ଖୁବ୍‌ ଯତ୍ନବାନ୍‌ ହେଉଛନ୍ତି। ତେବେ ନିୟମ ମାନିବାକୁ ପ୍ରସ୍ତୁତ...

ହିଜାବ ଝଡ଼

ହିଜାବ ପ୍ରସଙ୍ଗ ପୁଣି ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ହେଡ୍‌ସ୍କାର୍ଫ ନ ପିନ୍ଧିବା ଓ ଡ୍ରେସ୍‌ କୋଡ୍‌କୁ ଅବମାନନା କରିବା ଅଭିଯୋଗରେ ୨୨ ବର୍ଷୀୟା ମହିଳା...

Advertisement
Archives

Model This Week