ଏଇ ଭାରତରେ

ପରିବେଶକୁ ଭଲ ପାଇ ସାରା ଜୀବନ ତା’ ସୁରକ୍ଷାରେ ନିଜକୁ ସମର୍ପିତ କରୁଥିବା ବ୍ୟକ୍ତି ଖୁବ୍‌ କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ସେଜା ଉର୍‌ହା ଅନ୍ୟତମ। ମସୁରିରେ ସେ ୧୧୦ ଏକର ପଡିଆ ଜମିକୁ ଜଙ୍ଗଲରେ ପରିଣତ କରିଦେଇଛନ୍ତି। ଏହି ଜଙ୍ଗଲର ନାମ ଜବାରଖେଟ ନେଚର ରିଜର୍ଭ। ଏହା ୨୦୧୫ରୁ ଲୋକାମାନଙ୍କ ପାଇଁ ଖୋଲାଯାଇଛି। ସେଜାଙ୍କୁ ବର୍ତ୍ତମାନ ବୟସ ୫୬। ୩୫ ବର୍ଷ ହେବ ସେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଛନ୍ତି। ସେ ତାଙ୍କ ଭାଉଣୀଙ୍କ ସାଙ୍ଗ ଭିପୁଲ ଜୈନଙ୍କ ସହଯୋଗରେ ସୃଷ୍ଟି କରିଛନ୍ତି ଏହି ଜଙ୍ଗଲ। ଭିପୁଲ ମୁମ୍ବାଇରେ ବ୍ୟବସାୟ କରନ୍ତି। ମସୁରିରେ ଥିବା ଭିପୁଲଙ୍କ ଜମିରେ ଏହି ଜଙ୍ଗଲ ଠିଆ ହୋଇଛି। ଏବେ ଏହି ଜଙ୍ଗଲରେ ୩୫୦ ପ୍ରକାର ଫୁଲ ଗଛ ରହିଛି। ଏହା ମଧ୍ୟ ୧୪୫ ପ୍ରଜାତିର ପକ୍ଷୀଙ୍କ ଆବସସ୍ଥଳୀ ପାଲଟିଛି। ୨୦ ପ୍ରଜାତିର ପ୍ରାଣୀ ବି ରହୁଛନ୍ତି ଏଠାରେ। ଏହି ଜଙ୍ଗଲ ପାଖରେ ଥିବା ଗ୍ରାମବାସୀଙ୍କ ସହଯୋଗରେ ଏହାର ସୁରକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri