ଏଇ ଭାରତରେ

ମୁମ୍ବାଇର ଜଣେ ମହିଳା ନିଜସ୍ବ ଉଦ୍ୟମରେ ବର୍ଜ୍ୟବସ୍ତୁକୁ ରିସାଇକ୍ଲିଂ କରିବାରେ ଯେଭଳି ସଫଳତା ପାଇଛନ୍ତି ତାହା ନିଶ୍ଚୟ ପ୍ରେରଣାଦାୟକ। ଏହି ମହିଳାଙ୍କ ନାମ ମନୀଷା ନାର୍କେ। ତାଙ୍କୁ ବର୍ତ୍ତମାନ ବୟସ ୪୫। ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ଘର ସମ୍ମୁଖରେ ଠୁଳ ହେଉଥିବା ବର୍ଜ୍ୟବସ୍ତୁର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁୁଥିବା ଲକ୍ଷ୍ୟ କରିବା ପରେ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନ ଆରମ୍ଭ ହୋଇଥିଲା ତାଙ୍କ ଘରୁ। ସେ ବର୍ଜ୍ୟବସ୍ତୁକୁ ଉପଯୋଗ କରି ଖତ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନଙ୍କଠାରୁ ଏହାର କୌଶଳ ସମ୍ପର୍କରେ ଜାଣିବା ପରେ ଘରେ ଖତ ପ୍ରସ୍ତୁତ କରିଥିଲେ। ପରେ ତାଙ୍କ ଝିଅ ପଢୁଥିବା ସ୍କୁଲ୍‌ର ପିଲାଙ୍କ ମା’ମାନଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ସେମାନେ ମଧ୍ୟ ମନୀଷାଙ୍କ ସହ ହାତ ମିଳାଇଥିଲେ ଓ ୨୦୦୯ରେ ଏକ ସ୍ବେଚ୍ଛାସେବୀ ଗ୍ରୁପ୍‌ ‘ରୁର୍‌’ (ଆର୍‌ ୟୁ ରିଡ୍ୟୁସିଂ, ରିୟୁଜିଂ,ରିସାଇକ୍ଲିଂ ) ଗଠନ କରିଥିଲେ। ୧୦ ବର୍ଷ ମଧ୍ୟରେ ଏହି ଗ୍ରୁପ୍‌ ଆଶାତୀତ ସଫଳତା ହାସଲ କରିପାରିଛି। ବର୍ଷକୁ ୭୫୦ ଟନ୍‌ରୁ ଊର୍ଦ୍ଧ୍ୱ ବର୍ଜ୍ୟବସ୍ତୁ ରିସାଇକ୍ଲିଂ କରାଯାଉଛି ଓ ଏହାଦ୍ୱାରା ୮୦ ଟନ୍‌ କାର୍ବନ୍‌ଡାଇଅକ୍ସାଇଡ ନିର୍ଗମନ କମ୍‌ କରାଯାଇପାରୁଛି ବୋଲି କହନ୍ତି ମନୀଷା। ସେମାନେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ କର୍ମଶାଳା ମାଧ୍ୟମରେ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତି ସମ୍ପର୍କରେ ଶିକ୍ଷା ଦେଇସାରିଲେଣି। ପ୍ରାୟ ୧୦୦ଟି ସ୍ଥାନରେ ବାୟୋ କମ୍ପୋଷ୍ଟର୍‌ ମଧ୍ୟ ପ୍ରତିଷ୍ଠା କରାଯାଇଛି ଓ ୨୦୦ଟି କେନ୍ଦ୍ରରେ ଖତ ବିକ୍ରି କରାଯାଉଛି। ରୁର୍‌ ଗ୍ରୀନଲାଇଫ୍‌ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ତା ମାଧ୍ୟମରେ ସେ ‘ରୁର୍‌’ର ଉତ୍ପାଦ ବିକ୍ରି କରୁଛନ୍ତି। ଏହା ମାଧ୍ୟମରେ ବର୍ଜ୍ୟ ପରିଚାଳନା କର୍ମଶାଳା ମୁମ୍ବାଇର ବିଭିନ୍ନ ସ୍କୁଲ, ଅଫିସ୍‌ରେ ଆୟୋଜନ କରାଯାଉଛି। ଟେଟ୍ରାପ୍ୟାକ୍‌ ଇଣ୍ଡିଆ ସହ ମିଳିତ ଭାବେ ରୁର୍‌ ବର୍ଜ୍ୟବସ୍ତୁ ସଂଗ୍ରହ କେନ୍ଦ୍ର ପରିଚାଳନା କରୁଛି। ଟେଟ୍ରା ପ୍ୟାକ୍‌ କାର୍ଟୁନଗୁଡିକୁ ଲୋକମାନଙ୍କଠାରୁ ସଂଗ୍ରହ କରାଯାଇ ତାହାକୁ ରିସାଇକ୍ଲିଂ କରାଯାଉଛି। ସେଥିରୁ ସ୍କୁଲ ଡେସ୍କ,ଗାର୍ଡେନ ବେଞ୍ଚ, ପେନ୍‌ଷ୍ଟାଣ୍ଡ , ଟ୍ରେ ଆଦି ଜିନିଷ ମଧ୍ୟ ତିଆରି କରାଯାଉଛି। ରୁର୍‌ ମାଧ୍ୟମରେ ଏବେସୁଦ୍ଧା ମୁମ୍ବାଇରେ ୪୪ଟି କେନ୍ଦ୍ରରେ ଟେଟ୍ରା ପ୍ୟାକ୍‌ କାର୍ଟୁନ ଓ ୧୮୦ଟି କେନ୍ଦ୍ରରେ ଲୋକଙ୍କଠାରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଦେଶୀ ସ୍ୱାଭିମାନ ଓ ଜିଆଇ ଟ୍ୟାଗ୍‌

ସମରେନ୍ଦ୍ର ବଳିଆରସିଂହ ଶୋଇଲା ପୁଅର ଭାଗ ନାହିଁ। ଆପଣ ପଚାରିବେ, କିଏ ଶୋଇଛି? ଏହାର ଉତ୍ତର ହେଲା, ଆମେ ଶୋଇଛୁ। ଅର୍ଥନୀତି ଭଳି ଏ ଓଡ଼ିଆ...

ଭାରତବର୍ଷରେ ଦୁର୍ନୀତିର ସ୍ବରୂପ

ଡ. ସୁବାସ ଚନ୍ଦ୍ର ପାତ୍ର ଭାରତବର୍ଷରେ ଦୁର୍ନୀତିକୁ ଏତେ ମାତ୍ରାରେ ଅର୍ଥ ବା ଅର୍ଥନୈତିକ ଅନିୟମିତତା ସହ ଯୋଡ଼ିଦିଆଯାଇଛି ଯେ ଖୁବ୍‌ କମ୍‌ ଲୋକ ତା’ର...

ଏଇ ଭାରତରେ

ଭାରତରେ କୃଷକ ଆମତ୍ହତ୍ୟା ଉଦ୍‌ବେଗଜନକ ସ୍ଥିତିରେ ରହିଥିବା ବେଳେ ପଞ୍ଜାବରେ ଘଟିଥିବା ଏକ ଆମତ୍ହତ୍ୟାର ରହସ୍ୟ ଜାଣିବା ପରେ ସମସ୍ତେ ସ୍ତବ୍ଧ ହୋଇଯିବେ। ଋଣ ବୋଝ...

କାବୁଲରେ ତାଲିବାନ

ତାଲିବାନ ଅଗଷ୍ଟ ୧୫ରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଅକ୍ତିଆର କରି ରାଷ୍ଟ୍ରପତି ଭବନକୁ ହାତକୁ ନେଇଯିବା ପରେ ଦେଶର ନାଗରିକ ପୁଣି ଭିନ୍ନ ଏକ ଯୁଗକୁ...

ଏଇ ଭାରତରେ

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଜାତି ଓ ଧର୍ମର ଲୋକେ ବାସ କରନ୍ତି। ପ୍ରତ୍ୟେକ ଧର୍ମର ରୀତିନୀତି, ଚାଲିଚଳନ ଓ ସଂସ୍କୃତି ଭିନ୍ନ...

ଏକ ଭେଳିକ

ଚଳିତ ବର୍ଷ ଉପସ୍ଥାପନ କରାଯାଇଥିତ୍ତ୍ବା କେନ୍ଦ୍ର ବଜେଟ ଏକ ବ୍ୟୟ ସର୍ବସ୍ବ ବୋଲି ଦାବି କରାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ୧୦୦ ମିନିଟରୁ...

ରାସ୍ତାର ଦୁଇ ପାଖ

ପ୍ରକାଶ ତ୍ରିପାଠୀ ରାଜଧାନୀର ଏକ ଓସାରିଆ ରାସ୍ତା। ରାସ୍ତାର ଗୋଟିଏ କଡେ ଧାଡ଼ିହୋଇ ଲମ୍ବିଛି ଭିନ୍ନ ଭିନ୍ନ ଡିଜାଇନର ଆଧୁନିକ କୋଠା। ସମ୍ଭ୍ରାନ୍ତ, ଆଭିଜାତ୍ୟ ଓ...

ଦୁଃଖ ବୁଝିବ କିଏ

ନିର୍ଦ୍ଦେଶ ଆସେ, ଦଶମ ବୋର୍ଡ ପରୀକ୍ଷାରେ ସରକାରୀ ବିଦ୍ୟାଳୟର ପିଲାଙ୍କ ଫଳାଫଳ ଯଥେଷ୍ଟ ଭଲ ହେବା ଏବଂ କୌଣସି ପିଲା ଅକୃତକାର୍ଯ୍ୟ ନ ହେବା ଜରୁରୀ।...

Advertisement
Archives

Model This Week