ଏଇ ଭାରତରେ

ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ କିଏ କେମିତି ବିଚାର କରୁଥାଆନ୍ତୁ ନା କାହିଁକି,କିନ୍ତୁ ସେମାନଙ୍କ ଲାଗି ସ୍ବାସ୍ଥ୍ୟ ଓ ପରିବେଶ ଉପଯୋଗୀ ପୋଷାକ ତିଆରି କରି ନୂତନ ଚିନ୍ତାଧାରାକୁ ପରିପ୍ରକାଶ କରିପାରିଛନ୍ତି ଚେନ୍ନାଇର ଭାଇ-ଭଉଣୀ । ଅରୁଣ କୁମାର ଓ ତାଙ୍କ ଭଉଣୀ ପୋନ୍‌ମାନି ହାତରେ ସୂତା କାଟି ପିଲାଙ୍କ ଲାଗି ପୋଷାକ ତିଆରି କରୁଛନ୍ତି। ଏଥିପାଇଁ ସେ ପ୍ରତିଷ୍ଠା କରିଛନ୍ତି ‘ଅମ୍ବରମ୍‌’। ତାଙ୍କ ଘରୋଇ ସହର ଚେନ୍ନାଇରୁ ପାଖାପାଖି ୧୬୦ କିଲୋମିଟର ଦୂର ଭିଲୁପୁରମ୍‌ର ପୁଲିୟାନୁର ଗାଁରେ ପ୍ରତିଷ୍ଠା କରିଛନ୍ତି ଏହି କମ୍ପାନୀ। ମହିଳାମାନଙ୍କୁ ଏଥିରେ ନିଯୁକ୍ତି ମଧ୍ୟ ଦେଇଛନ୍ତି। ଏହି କମ୍ପାନୀକୁ ମହିଳାମାନଙ୍କ ଘର ପାଖରେ କରାଯାଇଛି, ଯାହାଦ୍ୱାରା ସେମାନେ ଏହି କାର୍ଯ୍ୟ କରିବା ସହ ଘରକଥା ବି ବୁଝିପାରନ୍ତି। ପିଲାମାନଙ୍କ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିବା ଲାଗି ସେମାନେ ଏଭଳି ପୋଷାକ ତିଆରି କରୁଛନ୍ତି ।
ଏହା ମଧ୍ୟ ପରିବେଶକୁ ଭଲ ବୋଲି କହନ୍ତି ଅରୁଣ। ଏହି ପୋଷାକ ପାଇଁ ଆବଶ୍ୟକ ସମସ୍ତ କଞ୍ଚାମାଲ ସେମାନେ ପରିବେଶରୁ ହିଁ ସଂଗ୍ରହ କରୁଛନ୍ତି। ପୂରା ସୂତାରେ ପୋଷାକକୁ ସେମାନେ ପରିବା ଓ ପତ୍ରରୁ ରଙ୍ଗ ସଂଗ୍ରହ କରି ରଙ୍ଗାଉଛନ୍ତି। ଫ୍ୟାଶନରେ ଡିଗ୍ରୀ କରିଥିବା ପୋନ୍‌ମାନି ପୋଷାକର ଡିଜାଇନ କରୁଛନ୍ତି। ପ୍ରାକୃତିକ ପୋଷାକ ବ୍ୟତୀତ ସେମାନେ ପିଲାଙ୍କ ଲାଗି ଓଷଧୀୟ ବୃକ୍ଷର ଚେର ଓ ତାଳପତ୍ର ଖଡିକାରେ ବ୍ରେସ୍‌ଲେଟ ତିଆରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri