ଏଇ ଭାରତରେ

ଏକ ଡାକ୍ତର ଦମ୍ପତି ଆଦିବାସୀଙ୍କ ବିକାଶ ଲାଗି କାର୍ଯ୍ୟକରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। ଡା. ଏମ୍‌. ରେଗି ଏବଂ ଡା. ଲଳିତା ରେଗି ତାମିଲନାଡୁର ଧରମପୁରୀ ଜିଲାର ସିଟିଲିଙ୍ଗରେ ବାସ କରୁଥିବା ଯାଯାବର ଲାମ୍ବାଡି ସମ୍ପ୍ରଦାୟର ପ୍ରାୟ ୧ ଲକ୍ଷ ଆଦିବାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଆଧୁନିକ ସମାଜଠାରୁ ଦୂରରେ ଥିବା ଏହି ସମ୍ପ୍ରଦାୟର ଲୋକମାନଙ୍କୁ ମାଲାଭାସି ବା ପାହାଡ଼ି ମଣିଷ ବୋଲି କୁହାଯାଏ। ଏହି ଦମ୍ପତି ଆଦିବାସୀ ଗାଁଗୁଡିକୁ ଯାଇ ସେମାନଙ୍କ ଚିକିତ୍ସା କରୁଛନ୍ତି। ଦୀର୍ଘ ୨୫ ବର୍ଷ ହେବ ସେମାନେ ଏହି ସେବା କରି ଆସୁଛନ୍ତି। ଏଥିପାଇଁ ଡାକ୍ତର ଦମ୍ପତି ଟ୍ରାଇବାଲ ହେଲ୍‌ଥ ଇନିସିଏଟିଭ୍‌ (ଟିଏଚ୍‌ଆଇ) ଯୋଜନା ପ୍ରସ୍ତୁତ କରି ତା’ ମାଧ୍ୟମରେ ସେବା ଆଗେଇ ନେଉଛନ୍ତି। ସେମାନେ ଏହି ଲୋକମାନଙ୍କ ଲାଗି ଏକ ହସ୍ପିଟାଲ ମଧ୍ୟ କରିଛନ୍ତି। ଏବେ ସେଠାରେ ଶିଶୁ ମୃତ୍ୟୁହାର ପୂରା କମିଯାଇଛି। ଏପରିକି ଭାରତରେ ସବୁଠାରୁ କମ୍‌ ରହିଛି। ଡାକ୍ତର ଦମ୍ପତି କେବଳ ଆଦିବାସୀମାନଙ୍କ ଚିକିତ୍ସା କରୁନାହାନ୍ତି ବରଂ ସେମାନଙ୍କୁ ବଭିନ୍ନ ହସ୍ତକଳା ଉପରେ ଶିକ୍ଷା ପ୍ରଦାନ କରି ଆମତ୍ନିର୍ଭରଶୀଳ ମଧ୍ୟ କରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧତନ୍ତ୍ରରେ ଦାରୁଦିଅଁ

ଡ. ଭାଗ୍ୟଲିପି ମଲ୍ଲ ଜଗନ୍ନାଥ ଦାରୁଦେବତା। କାଠରେ ଗଢ଼ା ତାଙ୍କ ଦେହ। ପୁଣି ବିଶ୍ୱାବସୁ ଶବର ପୂଜିତ ଠାକୁର। ତେଣୁ ପ୍ରଥମତଃ ସେ ବନବାସୀ ମଣିଷଙ୍କ...

ଏଇ ଭାରତରେ

ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଆମେ ଜାଣିଛେ। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେଜଣ ଖେଳାଳି। କ୍ରୀଡ଼ାକୁ ଜୀବନ୍ତ ରଖିବା ପାଇଁ...

ଅଧିକାର ଫେରାଇଆଣ

ଆକାର ପଟେଲ ଚଳିତ ମାସରେ ଆମେ ଗଣତନ୍ତ୍ର ଦିବସ ପାଳନ କରିବା, ଯାହା ସ୍ବାଧୀନତା ଦିବସଠାରୁ ଭିନ୍ନ। ଏହି ଦୁଇ ଦିବସ ମଧ୍ୟରେ ଥିବା ପାର୍ଥକ୍ୟ...

ଅବଦୁଲ୍‌ କଲାମ ଓ ଓଡ଼ିଶା

ଅଲେଖ ଚନ୍ଦ୍ର ସାମଲ ମହାନ୍‌ ବୈଜ୍ଞାନିକ ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ କିଏ କହୁଥିଲା ଅଗ୍ନିପୁରୁଷ, କିଏ କହୁଥିଲା ପୃଥ୍ବୀର ପାର୍ଥ।...

ଏଇ ଭାରତରେ

ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଲକ୍ଷ୍ୟ ପ୍ରାପ୍ତି ହୋଇଥାଏ, ଯାହା ପ୍ରମାଣ କରିଛନ୍ତି ବବିତା ଭଟ୍ଟ। ସଫ୍ଟଓ୍ବେର ପ୍ରଫେଶନାଲ ବବିତା ଚାକିରି ଛାଡି ହିମାଳୟ ଅଞ୍ଚଳର...

ତାଙ୍କ ଘର ହାଲ୍‌ଚାଲ୍‌

ତୁଷାରକାନ୍ତ ପ୍ରଥମେ ଗପଟିଏ : ଜଣେ ମେଷପାଳକ ନିଜର ମଇଳା ଶରୀରଧାରୀ ମେଷ ବା ମେଣ୍ଢାଟିକୁ ବିକିବାପାଇଁ ତାକୁ ସାବୁନ ଇତ୍ୟାଦି ଲଗେଇ ଧୋଇଲା ବେଳେ...

ଏତେ ଦେଶଦ୍ରୋହୀ ଆସିଲେ କୁଆଡ଼ୁ

ବିଚିତ୍ର ବିଶ୍ୱାଳ ୨୦୧୪ ପରଠାରୁ ଆମ ଦେଶରେ ସବୁଠାରୁ ଦ୍ରୁତ ଗତିରେ ଯାହା ବଢ଼ିଛି, ତାହା ହେଉଛି ତଥାକଥିତ ଦେଶଦ୍ରୋହୀଙ୍କ ସଂଖ୍ୟା। ସର୍ବୋଚ୍ଚ ଧନିକମାନଙ୍କ ସମ୍ପତ୍ତି,...

ସମ୍ପାଦକୀୟ/ଜଳବାୟୁ

ଆଜିର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ଏହାର ପରିଣତି ବିଷୟରେ ଅସଂଖ୍ୟ ଆଲୋଚନା ଓ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶ...

Advertisement
Archives

Model This Week