ଏଇ ଭାରତରେ

ଶାଶୁଘରେ ବୋହୂ ନିର୍ଯାତନା ପାଇବା ଏକ ସାଧାରଣ ଘଟଣା। ପୁଣି ବୋହୂ ବିଧବା ହେଲେ ସାହା ହେବାକୁ କେହି ନ ଥାନ୍ତି। କିନ୍ତୁ ବିଧବା ବୋହୂଙ୍କର ପୁଣିଥରେ ବିବାହ କରାଇ ଜଣେ ଶାଶୁ ସମାଜରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଛତିଶଗଡ଼ ବାଲୋଦ ଜିଲାରେ ଘଟିଛି ଏପରି ଏକ ଘଟଣା। ସ୍ଥାନୀୟ ହୀରାପୁର ଗାଁରେ ବାସକରୁଥିବା ଚମ୍ପା ବାଈ ବିଧବା ବୋହୂ ଜ୍ଞାନେଶ୍ୱରୀଙ୍କ ବିବାହ ନିଜର ଝିଅ ଭଳି କରିଛନ୍ତି। ୨୦୧୭ ଏପ୍ରିଲ ୨୦ରେ ଜ୍ଞାନେଶ୍ୱରୀଙ୍କ ସ୍ବାମୀ ଡୋମେନ୍ଦ୍ର ସାହୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପରେ ମା’ ଚମ୍ପା ବାଈ ବୋହୂର ପୁଣିଥରେ ବିବାହ କରାଇବାକୁ ଯୋଜନା କରିଥିଲେ। ଖୋଜାଖୋଜି କରିବା ପରେ କୋମଳ ରାମ ସାହୁ ନାମକ ଜଣେ ଯୁବକଙ୍କ ସହିତ ଚମ୍ପା ବାଈ ଏନେଇ କଥାବାର୍ତ୍ତା କରିଥିଲେ। କୋମଳ ରାମଙ୍କ ସ୍ତ୍ରୀ କୌଣସି କାରଣରୁ ତାଙ୍କୁ ଛାଡ଼ପତ୍ର ଦେଇଥିବାରୁ ସେ ବିପତ୍ନୀକ ହୋଇଯାଇଥିଲେ। ଏହାପରେ ଯୋଗାଡଯନ୍ତ୍ର କରି କୋମଳ ରାମଙ୍କ ସହିତ ଜ୍ଞାନେଶ୍ୱରୀଙ୍କ ବିବାହ କରାଯାଇଥିଲା। ଏହିି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷି ପାଇଁ ଶୁଷ୍କ ଅଞ୍ଚଳ ବଡ଼ ସମସ୍ୟା। ତେବେ ଏହାକୁ କିଭଳି ଦୂର କରାଯାଇ ପାରିବ ତାହାର ଏକ ମଡେଲ ସାମ୍ନାକୁ ଆଣିଛି ମହାରାଷ୍ଟ୍ରର ଏକ...

ଏଇ ଭାରତରେ

ଉତ୍ତରପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗଁାରେ ୨ଟି ଘୋଡ଼ୀ ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି ତିନୋଟି ପାଳିତ...

ଆଜିର ନାରୀ ପ୍ରତିଭା

ବୈକୁଣ୍ଠନାଥ ମିଶ୍ର ନାରୀ ଆଉ ଅସୂର୍ଯ୍ୟଂପଶ୍ୟା, ଦୁର୍ବଳା ଓ ପରମୁଖାପେକ୍ଷୀ ହୋଇ ରହିନାହିଁ। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟିକରି ତାକୁ ସମାଜର...

ଜାତିର ଭୂମିକା ନାହିଁ

କୋଭିଡ୍‌-୧୯ ମହାମାରୀ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା କିଭଳି ରହିଛି ଦେଖାଇ ଦେଇଛି। କେବଳ ଶଯ୍ୟା ଓ ଅକ୍ସିଜେନ୍‌ ସିଲିଣ୍ଡର ଅଭାବ ଯୋଗୁ ଅସଂଖ୍ୟ ଲୋକଙ୍କ ଜୀବନ...

ଏଇ ଭାରତରେ

ଜଣେ ସାଧାରଣ ରିକ୍ସାଚାଳକ ଅବହେଳିତ, ଗରିବ ଏବଂ ଅନାଥ ପିଲାଙ୍କ ଜୀବନ ଗଢିବାରେ ସବୁ ଉତ୍ସର୍ଗ କରିଦେବା କିଛି କମ୍‌ କଥା ନୁହେଁ। ଦୃଢ଼ ସଙ୍କଳ୍ପ...

ନିରପେକ୍ଷ ଗଣମାଧ୍ୟମ ଲୋଡ଼ା

ଆକାର ପଟେଲ କିଛି ଦିନ ପୂର୍ବେ ମୁଁ ‘ପ୍ରାଇସ୍‌ ଅଫ୍‌ ଦି ମୋଦି ଇୟର୍ସ’ ବହି ଲେଖା ଶେଷ କରିଥିଲି। ୨୦୧୪ ପରବର୍ତ୍ତୀ ଭାରତ ଇତିହାସର...

ଏଇ ଭାରତରେ

ହାତୀ ଓ ମଣିଷ ମଧ୍ୟରେ ଲାଗିରହୁଥିବା ସଂଘର୍ଷକୁ କମ୍‌ କରିବାରେ ପଶ୍ଚିମବଙ୍ଗର ଜଣେ ଶିକ୍ଷକଙ୍କ ଅବଦାନ ନିଶ୍ଚୟ ପ୍ରେରଣାଦାୟକ। ଜଲପାଇଗୁଡ଼ି ଜିଲାର ମାଲ୍‌ବଜାର ପ୍ରାଥମିକ ବିଦ୍ୟାଳୟର...

ସମୟର ଆହ୍ବାନ: ସବୁଜ ଶିଳ୍ପ

ଜୁଲେସ କୋର୍ଟେନହୋରଷ୍ଟ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ସହ ଜଳବାୟୁ ପରିବର୍ତ୍ତନର ପ୍ରଳୟଙ୍କରୀ ପ୍ରଭାବକୁ ସୀମିତ ରଖିତ୍ବା ଲାଗି ବିଶ୍ୱର ନେତାମାନେ ମହତ୍ତ୍ୱାକାଂକ୍ଷୀ...

Advertisement
Archives

Model This Week