ଏଇ ଭାରତରେ

ଶିକ୍ଷା ପ୍ରତି ଝିଅମାନଙ୍କର ଆଗ୍ରହ ବଢ଼ାଇବା ଲାଗି ଗୁଜରାଟର ଏକ ପଞ୍ଚାୟତ ଆପଣାଇଛି ଏକ ଅଜବ ଉପାୟ। ଏଠାରେ ନିର୍ମାଣ କରାଯାଉଥିବା ରାସ୍ତାଗୁଡିକର ନାମକରଣ ପଞ୍ଚାୟତର ମେଧାବୀ ଝିଅମାନଙ୍କ ନାମରେ ନାମିତ କରାଯାଇ ସେମାନଙ୍କୁ ସମ୍ମାନ ଦିଆଯାଉଛି। ଏମିତି ଘଟଣା ଦେଖିବାକୁ ମିଳିଛି କଚ୍ଛ ଜିଲାର କୁକମା ପଞ୍ଚାୟତରେ। ଦେଢବର୍ଷ ମଧ୍ୟରେ ଏହି ପଞ୍ଚାୟତରେ ୧୬ ଜଣ ଝିଅଙ୍କ ନାମରେ ବିଭିନ୍ନ ରାସ୍ତା ନାମକରଣ କରାଯାଇ ସାରିଲାଣି। ଏଭଳି ନାମକରଣ ପ୍ରଥମେ ସେପ୍ଟେମ୍ବର ୨୦୧୮ରେ ଆରମ୍ଭ କରାଯାଇଥିଲା ବୋଲି କହନ୍ତି କୁକୁମା ସରପଞ୍ଚ କଙ୍କୁବେନ୍‌ ବଣକର। ଏଥିପାଇଁ ପଞ୍ଚାୟତ ସାଧାରଣ ସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଭୁଜ ତହସିଲ ଅନ୍ତର୍ଗତ ଏହି ପଞ୍ଚାୟତର ଏଭଳି କାର୍ଯ୍ୟ ସମ୍ପର୍କରେ ଏବେ ଚର୍ଚ୍ଚା ହେଉଛି ଓ ଏହା ଦେଖିବାକୁ ଆଖପାଖ ୫ଟି ଜିଲାର ସରପଞ୍ଚମାନେ ବି କୁକମାକୁ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କଚ୍ଛ ଜିଲା ମହିଳା ଓ ଶିଶୁ ବିକାଶ ଅଧିକାରୀ ଏକ ସର୍କୁଲାର ଜାରି କରି ସବୁ ପଞ୍ଚାୟତରେ ରାସ୍ତାର ନାମ ମେଧାବୀ ଝିଅମାନଙ୍କ ନାମରେ ନାମିତ କରିବାକୁ ସୁପାରିଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri