ଏଇ ଭାରତରେ

କେରଳର ଏମ୍‌.ଜେ. ପଲ୍‌ ନାମକ ଜଣେ ବ୍ୟକ୍ତି ମଦ୍ୟପାନ ଭଳି କୁଅଭ୍ୟାସ ଛାଡି ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ପଲ୍‌ଙ୍କ ବ୍ଲଡ୍‌ଗ୍ରୁପ ‘ଓ’ ନେଗେଟିଭ୍‌ ହୋଇଥିବାରୁ ବହୁ ସମୟରେ ତାଙ୍କୁ ଖୋଜାପଡେ ଓ ସେ ମଧ୍ୟ ରକ୍ତଦାନ କରିବାକୁ ଆଗେଇ ଆସନ୍ତି। ରୋଗୀଙ୍କୁ ରକ୍ତଦାନ କରି ଏବେ ସୁଦ୍ଧା ପଲ୍‌ ୮୦ ଜଣଙ୍କ ଜୀବନ ବଞ୍ଚାଇପାରିଛନ୍ତି। ସେ ବଞ୍ଚାଇଥିବା ପିଲାଟି କେତେବେଳେ ତା’ ଜନ୍ମଦିନରେ ତାଙ୍କୁ ଡାକୁଛି ତ ଅନ୍ୟମାନେ ବିଭିନ୍ନ ଉତ୍ସବରେ ତାଙ୍କୁ ଖୋଜୁଛନ୍ତି। କେବଳ ଏତିକି ନୁହେଁ ସେ ପ୍ରତି ତିନିମାସରେ ଥରେ ରକ୍ତଦାନ କରୁଛନ୍ତି। ୨୫ ବର୍ଷ ହେବ ପଲ୍‌ ଏହି ମହତ୍‌ କାର୍ଯ୍ୟ କରୁଥିବାରୁ ରାଜ୍ୟ ସରକାର ତାଙ୍କ ରକ୍ତଦାନର ସିଲ୍‌ଭର ଜୁବିଲି ପାଳନ ମଧ୍ୟ କରିଛନ୍ତି। ୩୦ ବର୍ଷ ତଳେ ପଲ ଅତ୍ୟଧିକ ମଦ୍ୟପାନ କରୁଥିଲେ। ସେ ଆଲାପୁଝାରେ ଗାଡି ଚଳାଇ ଗୁଜରାଣ ମେଣ୍ଟାଉଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ତାଙ୍କ ସ୍ତ୍ରୀ ଓ ଝିଅ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଚାକିରି ବି ଚାଲି ଯାଇଥିଲା। କିନ୍ତୁ ମଦ୍ୟପାନ ଛାଡିଦେବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସଲା। ପରେ ତାଙ୍କଠାରୁ ଦୂରେଇଯାଇଥିବା ତାଙ୍କ ସ୍ତ୍ରୀ ଓ ଝିଅ ପୁଣି ଫେରିଆସିଲେ ଏବଂ ତାଙ୍କୁ ସରକାରୀ ସଂସ୍ଥାରେ ଡ୍ରାଇଭର ଭାବେ ନିଯୁକ୍ତି ବି ମିଳିଲା ବୋଲି କୁହନ୍ତି ପଲ୍‌। ରକ୍ତଦାନ ଲାଗି ରାଜ୍ୟ ସରକାର ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି। ‘ନେଗେଟିଭ୍‌’ ନାମରେ ଏକ ହ୍ବାଟ୍ସଆପ ଗ୍ରୁପ୍‌ ଖୋଲି ଏହା ମାଧ୍ୟମରେ ରକ୍ତଦାନ ଲାଗି ଲୋକମାନଙ୍କୁ ବୁଝାଉଛନ୍ତି। ଏହା ଏବେ ରାଜ୍ୟରେ ସବୁଠୁ ବଡ ବ୍ଲଡ୍‌ ଡୋନର୍‌ ଗ୍ରୁପ୍‌। ପଲ୍‌ଙ୍କୁ ଏବେ ବୟସ ୬୦। ଚାକିରିରୁ ଅବସର ନେଇ ସେ ଏବେ ପୂରା ସମୟ ରକ୍ତଦାନ ପ୍ରତି ସମର୍ପିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri