ଏଇ ଭାରତରେ

ନିଜେ ଉଚ୍ଚତର ଶିକ୍ଷା ହାସଲ କରିନାହାନ୍ତି, କିନ୍ତୁ ଗଁାର ପିଲାମାନେ କିପରି ତାହା ଲାଭ କରିବେ ସେଥିପାଇଁ ଜଣେ କୃଷକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ଏହିପରି ଜଣେ କୃଷକ ହେଉଛନ୍ତି ମଧ୍ୟପ୍ରଦେଶ ବିଦିଶା ଜିଲାର କମଳ ସିଂ ଧାକଡ଼। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ଅଷ୍ଟମ ଶ୍ରେଣୀ ପାସ କରିବା ପରେ ଆଉ ଅଧିକ ପଢିପାରି ନ ଥିଲେ। କିନ୍ତୁ ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳର ପିଲାମାନଙ୍କୁ ଉଚ୍ଚତର ଶିକ୍ଷା ଉପଲବ୍ଧ କରାଇବା ପାଇଁ ନଟେରନ ତହସିଲ ଅନ୍ତର୍ଗତ ସେଉକେ ଗାଁର କୃଷକ କମଳ ସ୍କୁଲ ଓ କଲେଜ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୭ ବିଘା ଜମି ଦାନ କରିଛନ୍ତି। ଏବେ ଏହି ଜମିରେ ମଡେଲ ସ୍କୁଲ ଓ ସରକାରୀ କଲେଜ ଚାଲୁଛି। ୫୧ ବର୍ଷୀୟ କମଳ ୨୦୧୦ରେ ସେଉକେ ପଞ୍ଚାୟତର ସରପଞ୍ଚ ଥିଲେ। ସେହି ସମୟରେ କେନ୍ଦ୍ରୀୟ ଯୋଜନାରେ ନଟେରନରେ ମଣ୍ଡଳ ସ୍କୁଲ୍‌ ପ୍ରତିଷ୍ଠା କରାଯିବା ଲାଗି ମଞ୍ଜୁରି ମିଳିଥିଲା। କିନ୍ତୁ ସେଠାରେ ସରକାରୀ ଜମି ଉପଲବ୍ଧ ନ ହେବାରୁ କମଳ ତାଙ୍କ ଗାଁରେ ଏହାକୁ ପ୍ରତିଷ୍ଠା କରିବା ଲାଗି ୨୦୧୩ରେ ସ୍କୁଲ ପାଇଁ ପ୍ରଥମେ ୫ ବିଘା ଜମି ଦାନ କରିଥିଲେ। ଦୁଇ ବର୍ଷ ମଧ୍ୟରେ ସେଠାରେ ସ୍କୁଲ ନିର୍ମାଣ ହୋଇଥିଲା। ଏବେ ସେଠାରେ ୪୦୦ ପିଲା ପଢୁଛନ୍ତି। ପୁଣି ସେଉକେରେ କଲେଜ ପ୍ରତିଷ୍ଠା ଲାଗି କମଳ ୧୨ ବିଘା ଜମି ଦାନ କରିଛନ୍ତି। ଏହାବାଦ୍‌ ସେ ମାର୍କେଟିଂ ସୋସାଇଟି ପାଇଁ ୧ ବିଘା ଓ କୋର୍ଟ ଭବନ ଲାଗି ୫ ବିଘା ଜମି ଦାନ କରିଛନ୍ତି। କମଳଙ୍କ ଆଉ ଚାରି ଭାଇ ଅଛନ୍ତି। ସେମାନଙ୍କ ପାଖରେ ଏବେ ୩୦୦ ବିଘା ଜମି ରହିଛି। କିନ୍ତୁ ଶିକ୍ଷାର ବିକାଶ ପାଇଁ ସେମାନେ ଜମି ଦେବାକୁ କୁଣ୍ଠିତ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

ଅସରପା ଓ ପିମ୍ପୁଡ଼ି

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ତାଲିକାରେ ୧୮ତମ ସ୍ଥାନରେ ଥିବା ଉଜ୍ଜ୍ୱଳ ଭୂୟାଁ କଲେଜିୟମ୍‌ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ଅଭାବ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଥିଙ୍କ୍‌ ଟ୍ୟାଙ୍କ୍‌…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri