ଏଇ ଭାରତରେ

ମସ୍‌ଜିଦରୁ ଶୁଭିବ ବୈଦିକ ମନ୍ତ୍ର, ହୋମ ବି ହେବ । ବରକନ୍ୟା ଅଗ୍ନିକୁ ସାକ୍ଷୀ ରଖି ୭ ଥର ପ୍ରଦକ୍ଷିଣ କରିବେ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏକ ମସ୍‌ଜିଦ୍‌ରେ ହିନ୍ଦୁ ରୀତିନୀତିରେ ଜଣେ ହିନ୍ଦୁ ଝିଅର ବାହାଘର କରିବାର ସବୁ ବ୍ୟବସ୍ଥା କରି ସମାଜକୁ ଭାଇଚାରାର ସନ୍ଦେଶ ଦେଇଛନ୍ତି ମସ୍‌ଜିଦ କମିଟିର ସଦସ୍ୟମାନେ। ଆଲାପ୍ପୁଝା ଜିଲା ଚେର୍‌ଓ୍ବଲି ମୁସ୍‌ଲିମ ସମାଜ ମସ୍‌ଜିଦ ପାଖରେ ରୁହନ୍ତି ଅଶୋକଙ୍କ ପରିବାର। ୨୦୧୮ରେ ଅଶୋକଙ୍କର ଦେହାନ୍ତ ପରେ ଏବେ ତାଙ୍କର ଏକମାତ୍ର କନ୍ୟା ଅଞ୍ଜୁ ମା’ ବିନ୍ଦୁଙ୍କ ସହ ରହୁଛନ୍ତି। ଅଞ୍ଜୁଙ୍କ ବାହାଘର ସ୍ଥିର ହେବା ପରେ ଅର୍ଥାଭାବ ଯୋଗୁ ଚିନ୍ତିତ ରହିଥିଲେ ବିନ୍ଦୁ। ବାହାଘର ପାଇଁ ମସ୍‌ଜିଦ କମିଟିକୁ ସାହାଯ୍ୟ ଲାଗି ବିନ୍ଦୁ ଅନୁରୋଧ କରିବାପରେ ଚେର୍‌ଓ୍ବଲି ମୁସଲିମ୍‌ ସମାଜ କମିଟି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ମସ୍‌ଜିଦ କମିଟି ଅଞ୍ଜୁଙ୍କ ବାହାଘର ଲାଗି ୨ ଲକ୍ଷ ଟଙ୍କା ଓ ୧୦ଟି ସୁନା ମୁଦ୍ରା ଉପହାର ଦେବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି କମିଟିର ସମ୍ପାଦକ ନୁଜୁମୁଦ୍ଦିନ ଅଲୁମ୍ମୋତ୍ତିଲ। ଅଞ୍ଜୁଙ୍କୁ ପଢିବା ପାଇଁ ନୁଜୁମୁଦ୍ଦିନ ବି ସାହାଯ୍ୟ କରିଥିଲେ। ଏହି ବାହାଘରରେ ୧ ହଜାର ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯିବ। ଅଞ୍ଜୁଙ୍କ ବାହାଘର ୧୯ ଜାନୁୟାରୀରେ ଶୁଭ ମୁହୂର୍ତ୍ତରେ ସମ୍ପନ୍ନ ହେବ ବୋଲି ମସ୍‌ଜିଦ କମିଟି ସ୍ଥିର କରିଛି। ଏଥିଲାଗି ବାହାଘର ନିମନ୍ତ୍ରଣପତ୍ର ଛପାସରିଛି ଓ ସୋସିିଆଲ ମିଡିଆରେ ଏହାକୁ ପୋଷ୍ଟ୍‌ କରାଯିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଜମାତ କମିଟି ସମସ୍ତଙ୍କୁ ବାହାଘରକୁ ନିମନ୍ତ୍ରଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋହ୍ଲାପୁରୀ ଚପଲ

ଭାରତରେ ରାଜ୍ୟପାଳଙ୍କ ପଦବୀ ଏକ ସାମ୍ବିଧାନିକ ମର୍ଯ୍ୟାଦା ବହନ କରୁଥିବାରୁ ତାହା ବିବାଦରୁ ଊର୍ଦ୍ଧ୍ୱରେ ରହିବା କଥା। ହେଲେ ଦେଖାଯାଉଛି, କିଛି ବର୍ଷ ହେବ ବିଭିନ୍ନ...

ଏଇ ଭାରତରେ

କଥାରେ ଅଛି-‘ରଖେ ହରି, ମାରେ କିଏ?’ ଏହି ଆପ୍ତବାକ୍ୟଟି ସତ୍ୟରେ ପରିଣତ ହୋଇଛି ଜଣେ ୭ବର୍ଷର ବାଳିକା କ୍ଷେତ୍ରରେ। ତେଲେଙ୍ଗାନାର ମକଥଲ୍‌ ଅଞ୍ଚଳର ଏହି ବାଳିକାଟି...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତବର୍ଷ ଦୀପାବଳି ଧୁମ୍‌ଧାମରେ ପାଳନ କରାଯାଇ ନ ଥିଲେ ବି ଦେଶର କେତେକ ଅଞ୍ଚଳରେ କିଛି ଘଣ୍ଟା ପାଇଁ ପାଳନ କରାଯାଇଥିଲା।...

ରାସ୍ତା ଭାଙ୍ଗୁଛି ରାସ୍ତାର ନିୟମ

ତୁଷାରକାନ୍ତ ସମ୍ପ୍ରତି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ନୂଆ କମିଶନର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ଦିଗରେ ଖୁବ୍‌ ଯତ୍ନବାନ୍‌ ହେଉଛନ୍ତି। ତେବେ ନିୟମ ମାନିବାକୁ ପ୍ରସ୍ତୁତ...

ଏଇ ଭାରତରେ

କିଶୋର ବୟସରେ ସ୍ବପ୍ନକୁ ସାକାର କରିବାରେ ଅରଣ୍ୟୋ ରାୟ ଏକ ଦୃଷ୍ଟାନ୍ତ। ତାଙ୍କ ଦ୍ୱାରା ପ୍ରସ୍ତୁତ କୀଟନାଶକ କୃଷି ଓ କୃଷକଙ୍କୁୁ ବେଶ୍‌ ଲାଭ ପହଞ୍ଚାଇଛି।...

ବିଦ୍ୟାଳୟ ଓ ଆମ ଶିକ୍ଷା ବ୍ୟବସ୍ଥା

ପ୍ରଦୀପ୍ତ ଆଚାର୍ଯ୍ୟ ୨୦୨୦ ମସିହା ମାଟ୍ରିକ ଫଳ ପ୍ରକାଶ ପାଇବା ପରେ ଖବରକାଗଜରେ ଦେଖିବାକୁ ମିଳିଲା ଆକ୍ସନ ମୁଡ୍‌ରେ ଗଣଶିକ୍ଷା ବିଭାଗ। ଯେଉଁ ସବୁ ବିଦ୍ୟାଳୟ...

ଶିକ୍ଷକତାକୁ ଦୂରୁ ଜୁହାର

ଅକ୍ଷୟ କୁମାର ମିଶ୍ର ଏପ୍ରିଲ ଚାରି ତାରିଖରେ ଉଚ୍ଚ ନ୍ୟାୟାଳୟ ଆମ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଏହାର ବହୁ ପୂର୍ବରୁ...

ଏଇ ଭାରତରେ

ସରକାର ପ୍ଲାଷ୍ଟିକମୁକ୍ତ ପରିବେଶ ଲାଗି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିଥିବାବେଳେ କବିତା ରଞ୍ଜନଙ୍କ ଦ୍ୱାରା ଆବିଷ୍କୃତ ବାୟୋଡିଗ୍ରେଡେବଲ୍‌ ପ୍ଲାଷ୍ଟିକ ବା ପରିବେଶ ଉପଯୋଗୀ...

Advertisement
Archives

Model This Week