ଏଇ ଭାରତରେ

ଶିକ୍ଷାର ବିକାଶ ଲାଗି ସମଗ୍ର ଦେଶରେ ବିଭିନ୍ନ ଯୋଜନା କରାଯାଉଛି। ଏହି ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ତା’ର ବାସ୍ତବତାକୁ ପଦାକୁ ଆଣିଛି ହିମାଚଳ ପ୍ରଦେଶର ଏକ ସ୍କୁଲ୍‌। କେଉଁଠି ଅନେକ ଶ୍ରେଣୀ ଲାଗି ଜଣେ ଶିକ୍ଷକ ରହୁଥିବାବେଳେ ଏହି ସ୍କୁଲ୍‌ରେ ସବୁ ଶ୍ରେଣୀ ପାଇଁ ଗୋଟିଏ ମାତ୍ର କୋଠରି ରହିଛି। ବରୋଟ ଜିଲା ଚୌହର ଘାଟିର ତରସ୍ବାନ ପଞ୍ଚାୟତସ୍ଥିତ ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବେ ଗୋଟିଏ ଛୋଟ କୋଠରିରେ ଚାଲିଛି। ଏଥିରେ ସ୍କୁଲ୍‌ର ସବୁକାର୍ଯ୍ୟ ଚାଲୁଛି। ଏହା ଭିତରେ ପିଲାଙ୍କ ରୋଷେଇ ହେଉଛି। ଶିକ୍ଷକମାନେ ବସୁଛନ୍ତି ଓ ୪୫ ଜଣ ପିଲା ବି ପଢୁଛନ୍ତି। ୨୦୧୩ରେ ଏହି ସ୍କୁଲ୍‌ ଖୋଲାଯାଇଥିଲା। ସବୁ ଶ୍ରେଣୀ ଲାଗି ଶିକ୍ଷକ ନିଯୁକ୍ତି କରାଯାଇଥିଲେ ମଧ୍ୟ ଏଯାବତ୍‌ ଏକ ବଖୁରିଆ ସ୍କୁଲ ହୋଇରହିଛି। କେବଳ ଏହି ସ୍କୁଲ୍‌ ନୁହେଁ, ରାଜ୍ୟରେ ମୋଟ ୧୯୬୯ଟି ମିଡ୍‌ଲ ସ୍କୁଲ୍‌ ମଧ୍ୟରୁ ୨୬୩ଟି ସ୍କୁଲ୍‌ ଗୋଟିଏ କୋଠରିରେ ଚାଲିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୪ଟି ସ୍କୁଲ୍‌ ବିନା କ୍ଲାସ୍‌ ରୁମ୍‌ରେ ଚାଲିଛି। ସ୍କୁଲ୍‌ ପରିଚାଳନା କମିଟିର ସଦସ୍ୟମାନେ ସ୍ଥାନୀୟ ବିଧାୟକ ଓ ଶିକ୍ଷା ବିଭାଗ ନିକଟରେ ପିଲାଙ୍କ ସୁବିଧା ପାଇଁ ଅଧିକ କଠୋରି ନିର୍ମାଣ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri