ଏଇ ଭାରତରେ

କିଛି ନିଆରା କରିବାର ଆଗ୍ରହ ଆଗକୁ ବାଟ କଢାଇନିଏ, ଯାହା ଘଟିଛି କେରଳର ଯସ୍ମିନ୍‌ ଅରିମ୍ବ୍ରାଙ୍କ ଜୀବନରେ। ଅରିମ୍ବ୍ରା ରହନ୍ତି ମାଲାପ୍ପୁରମ୍‌ ଜିଲା ଥେନ୍ନଲା ପଞ୍ଚାୟତରେ। ତାଙ୍କୁ ଏବେ ବୟସ ୩୫ ବର୍ଷ। ୯ମ ପରେ ପାଠ ଛାଡି ପିତାଙ୍କ ସହ କ୍ଷେତରେ କାମ କରୁଥିଲେ। ପରେ ନିଜ ଭାଗ୍ୟ ନିଜେ ଗଢିଛନ୍ତି। ଆଣିଛନ୍ତି ଧାନ ଚାଷରେ କ୍ରାନ୍ତି। କେବଳ ଏତିକି ନୁହେଁ ଜିଲାର ୫୦୦ ମହିଳାଙ୍କୁ ଶେୟାରହୋଲ୍‌ଡର ଭାବେ ତାଙ୍କ କମ୍ପାନୀ ସହ ସାମିଲ କରିଛନ୍ତି। ମହିଳାଙ୍କ ବିକାଶ ଲାଗି ସଚେତନତା ସୃଷ୍ଟି କରିବା ସହ ପ୍ରଶିକ୍ଷଣ ଓ ଆର୍ଥିକ ସହଯୋଗ ଦେଉଥିବା କୁଡୁମ୍ବଶ୍ରୀ ମିଶନ୍‌ରେ ୨୦୧୦ରେ ଯସ୍ମିନ୍‌ ଯୋଗଦେଇଥିଲେ। ଦୁଇ ବର୍ଷ ପରେ ସେ ଅଧିକ ମହିଳାଙ୍କୁ ଏକାଠି କରିବାରେ ସକ୍ଷମ ହୋଇ ପଞ୍ଚାୟତ ସ୍ତରରେ କୁଡୁମ୍ବଶ୍ରୀର ସଭାପତି ହୋଇଥିଲେ। ପଞ୍ଚାୟତର ସମସ୍ତ ସଭ୍ୟଙ୍କୁ ୧୨୬ଟି ଗ୍ରୁପ୍‌ରେ ଭାଗ କରି ପ୍ରତି ଗ୍ରୁପ୍‌ରେ ୪ଜଣ ମହିଳା ରଖିଥିଲେ। ପଞ୍ଚାୟତର ପଡିଆ ଜମିକୁ ଚାଷ ପାଇଁ ଲୋକଙ୍କଠାରୁ ଲିଜ୍‌ରେ ଆଣିବାପରେ ପ୍ରତି ଗ୍ରୁପକୁ ୧ରୁ ୩ ଏକର ଜମି ଲିଜ୍‌ରେ ପ୍ରଦାନ କରିଥିଲେ। ପ୍ରଥମରୁ ସେ ୧୨୬ ଏକର ଜମ ଲିଜ୍‌ ନେଇଥିଲେ ଓ ଏବେ ତାହା ୫୨୨ ଏକରରେ ପହଞ୍ଚିଛି। ୨୦୧୩ରେ ସେ ଲିଟେରାସି ମିଶନ୍‌ ମାଧ୍ୟମରେ ମାଟ୍ରିକ ପାସ୍‌ କରି ଏବେ ସମାଜ ବିଜ୍ଞାନରେ ଡିଗ୍ରୀ କରୁଛନ୍ତି। ୨୦୧୫ରେ ଯସ୍ମିନ୍‌ ‘ଥେନ୍ନଲ ଆଗ୍ରୋ ଫାର୍ମସର୍ର୍ ପ୍ରଡ୍ୟୁଶର କମ୍ପାନୀ ଲିମିଟେଡ୍‌’ ଗଠନ କରି ଏହାର ମୁଖ୍ୟ ରହିବା ସହ ନିଜେ ୫ ଏକର ଚାଷ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri