ଏଇ ଭାରତରେ

ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଆଯୋଜିତ ଏକ ନିଆରା ବାହାଘର ନଜରକୁ ଆସିଛି ଉତ୍ତରପ୍ରଦେଶରେ। ବିନା ଯୌତୁକରେ ଓକିଲ ବର ସହ ପୋଲିସ କନ୍ୟାଙ୍କ ମଧ୍ୟରେ ବାହାଘର ହେବା ସହ ବରଯାତ୍ରୀଙ୍କୁ ଚାରା ବଣ୍ଟାଯାଇଛିି। ରେବାଡି ଜିଲା ଶହବାଜପୁର ଖାଲ୍‌ସା ନିବାସୀ ଓକିଲ ପରିକ୍ଷିତ ଯାଦବଙ୍କର ବାହାଘର ମହେନ୍ଦ୍ରଗଡର ଚନ୍ଦପୁରାର ଅଳକା ଯାଦବଙ୍କ ସହ ଅନୁଷ୍ଠିତ ହୋଇଛି। ଅଳକା ଦିଲ୍ଲୀ ପୋଲିସରେ ଚାକିରି କରନ୍ତି। ପରିକ୍ଷିତ ପେସାରେ ଓକିଲ। ବାହାଘର ପୂର୍ବରୁ ପରିକ୍ଷିତ କାଗଜ ବଦଳରେ ରୁମାଲରେ ନିମନ୍ତ୍ରଣ କାର୍ଡ ଛପାଇ ବାଣ୍ଟିଥିଲେ। ଏହି ରୁମାଲକୁ ଧୋଇଲା ପରେ ତାହାକୁ ବ୍ୟବହାର କରାଯାଇପାରିବ ଏବଂ ଏହାଦ୍ୱାରା କାଗଜ ବଞ୍ଚିବ ଓ ବାହାଘର ପରେ କାଗଜ ଏଣେତେଣେ ବି ପଡିବନି ବୋଲି କହିଛନ୍ତି ପରିକ୍ଷିତ। କନ୍ୟାପିତା ବରଯାତ୍ରୀଙ୍କୁ ୨୦୧ ଚାରା ଦେଇଛନ୍ତି। ବରଯାତ୍ରୀମାନେ ଏହି ଗଛକୁ ସେମାନଙ୍କ ବାଡିରେ ଲଗାଇବା ଲାଗି ଦିଆଯାଇଛି। ଏହି ବାହାଘରରେ ବରକୁ କେବଳ ଏକ ଟଙ୍କା ଓ ଗୋଟିଏ ନଡିଆ ଦିଆଯାଇଛି। ଏହି ବାହାଘରକୁ ବାଣ ଓ ମଦଠାରୁ ମୁକ୍ତ ରଖାଯାଇଥିଲା। ବାହାଘର ପରେ ନବ ଦମ୍ପତି ୨୧ଟି ଗଛ ଲଗାଇ ନୂଆ ଜୀବନ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଖାଯାଉଥିବା ବେଳେ ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀଙ୍କ ମୁକ୍ତ ଚିନ୍ତାଧାରା ଓ ଉଦାର ମନୋଭାବ ଦେଶକୁ ଏକ ବାର୍ତ୍ତା ଦେଇଛି...

ଧନୁରାଶିକୁ ବୃହସ୍ପତି ଚଳନ

ଦୋଳଗୋବିନ୍ଦ ପଣ୍ଡା ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ତା୩୦ା୦୬ା୨୦୨୦-ମଙ୍ଗଳବାର ପ୍ରାତଃ ଘ୦୫ା୨୧ରେ ବକ୍ରଗତିରେ ମକରରାଶିରୁ ଉତ୍ତରାଷାଢ଼ା ନକ୍ଷତ୍ର ଧନୁରାଶିକୁ ଚଳିବେ। ବୃହସ୍ପତି ଗୋଟିଏ...

ଯୁଦ୍ଧ: ଆର୍ଥିକ କଷ୍ଟ

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ୧୧ ଦିନ ଅତିକ୍ରମ କରିଯାଇଛି। ଇତିମଧ୍ୟରେ ଦୁଇ ଦେଶ ଭିତରେ ଦୁଇଟି ଶାନ୍ତି ଆଲୋଚନା ବିଫଳ ହୋଇସାରିଛି। କେହି ଭାବି...

ଏଇ ଭାରତରେ

ଘର ବଗିଚାରୁ ଯାତ୍ରା ଆରମ୍ଭ କରି ୧୦ ଏକର ଜମିରେ ଜୈବିକ ଚାଷରେ ସଫଳ ହୋଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ତାମିଲନାଡୁର ପି. ଭୁବନେଶ୍ୱରୀ।...

ଏଇ ଭାରତରେ

ଭୟରେ ଥାନା ଦୁଆରମୁହଁ ମାଡୁ ନ ଥିବା ଆଦିବାସୀଙ୍କ ବିଶ୍ୱାସଭାଜନ ହୋଇପାରିିଛି ରାଜସ୍ଥାନ ପୋଲିସ। ଉଦୟପୁର ରେଞ୍ଜର ମହାନିରୀକ୍ଷକ ବିନୀତା ଠାକୁର୍‌ ଓ ଡୁଙ୍ଗରପୁର ଜିଲା...

ଏଇ ଭାରତରେ

ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳାମାନଙ୍କୁ ବିକାଶରେ ଭାଗୀଦାରି କରିବା ଲାଗି ପ୍ରୟାସ ହେଉଛି ସତ କିନ୍ତୁ ଧାର୍ମିକ କ୍ଷେତ୍ରରେ ସେମାନଙ୍କ ପାଇଁ ଲାଗୁ ହେଉଛି...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବଞ୍ଚ

ଟେଲିଯୋଗାଯୋଗ କ୍ଷେତ୍ର ଦିନକୁ ଦିନ ବ୍ୟାପକ ଆକାର ଧାରଣ କରୁଛି। ଏଥିରେ ବାରମ୍ବାର ପରୀକ୍ଷାନିରୀକ୍ଷା ଯୋଗୁ ଆଖିପିଛୁଳାକେ ଅନେକ ପରିବର୍ତ୍ତନ ଆସିପାରୁଛି। ଭାରତୀୟ ଟେଲିକମ୍‌ ଶିଳ୍ପର...

ଏଇ ଭାରତରେ

ମହାରାଷ୍ଟ୍ରରେ ଶିକ୍ଷକମାନେ ଚଳାଉଛନ୍ତି ଏକ ଅଜବ ସ୍କୁଲ। ଏହି ସ୍କୁଲରେ କେବଳ ଆଈମା’ମାନେ ପଢୁଛନ୍ତି। ଏହି ସ୍କୁଲର ନାମ ରଖାଯାଇଛି ‘ଅଜିବାଇଚିଶାଳା’ ବା ଆଈମା’ଙ୍କ ସ୍କୁଲ।...

Advertisement
Archives

Model This Week