ଏଇ ଭାରତରେ

ଭାଷାକୁ କୌଣସି ସମ୍ପ୍ରଦାୟର ପରିସୀମାରେ ରଖାଯାଇ ପାରେନା ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନର ଅଧ୍ୟାପିକା ଛୋଟୁ ମୀନା। ତାଙ୍କୁ ବର୍ତ୍ତମାନ ବୟସ ୩୯ ବର୍ଷ। ସେ ଟୋଙ୍କ ଜିଲାର ପିପ୍‌ଲୁସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ସହ-ପ୍ରାଧ୍ୟାପିକା ଅଛନ୍ତି। ଏହି କଲେଜରେ ଛାତ୍ରୀମାନଙ୍କୁ ସେ ଉର୍ଦ୍ଦୁ ପଢାଉଛନ୍ତି। ଏମିତିକି ଏମାନଙ୍କ ମଧ୍ୟରେ ୧୫ ଜଣ ହିନ୍ଦୁ ଛାତ୍ରୀ ବି ଉର୍ଦ୍ଦୁ ପଢୁଛନ୍ତି। ଏହି ଛାତ୍ରୀମାନେ ସମସ୍ତେ ମୁସଲମାନ ବହୁଳ ଜିଲା ଟୋଙ୍କରେ ରୁହନ୍ତି। ଜଣେ ହିନ୍ଦୁ ହୋଇ ପିଲାମାନଙ୍କୁ ଉର୍ଦ୍ଦୁ ପଢାଇବା ଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ବୋଲି କୁହନ୍ତି ଛୋଟୁ। ଏଠାରେ ଛାତ୍ରମାନେ ଉର୍ଦ୍ଦୁକୁ ହିନ୍ଦୁସ୍ଥାନୀ ଭାଷା ବୋଲି ବିଚାର କରି ତାହାକୁ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ଛୋଟୁ ମୀନା ନୁହନ୍ତି ଟୋଙ୍କର ସରକାରୀ ମହାବିଦ୍ୟାଳୟରେ କୃଷ୍ଣକୁମାର ମୀନା ବି ଉର୍ଦ୍ଦୁ ପଢାଉଛନ୍ତି। ଏହି ମହାବିଦ୍ୟାଳୟରେ ଉର୍ଦ୍ଦୁ ପଢୁଥିବା ସବୁ ଛାତ୍ରଙ୍କ ମଧ୍ୟରେ ୪୦ ପ୍ରତିଶତ ହିନ୍ଦୁ ଛାତ୍ର ରହିଛନ୍ତି। ସେହିଭଳି କୋଟା ଜିଲାର ସଙ୍ଗୁଡ ସହରରେ ଥିବା ସରକାରୀ ମହାବିଦ୍ୟାଳୟର ୩୮ବର୍ଷୀୟା ଅଧ୍ୟାପିକା ସୁନୀତା ଚାଓ୍ବାଲା ମଧ୍ୟ ଉର୍ଦ୍ଦୁ ପଢାଉଛନ୍ତି। ଭାରତ ‘ବସୁଧୈବ କୁଟୁମ୍ବକମ୍‌ ’ (ସାରା ବିଶ୍ୱ ଏକ ପରିବାର) ଉପରେ ବିଶ୍ୱାସ କରେ ଓ ଆମେ ଯଦି ସମ୍ପ୍ରଦାୟର ପ୍ରିଜମ୍‌ ମାଧ୍ୟମରେ ଭାଷାକୁ ଦେଖିବା ତେବେ ଏହା ଆମର ସଂକୀର୍ଣ୍ଣ ଭାବକୁ ପ୍ରକାଶ କରିବ ବୋଲି ମତ ଦିଅନ୍ତି ସୁନୀତା। ସେହିପରି ରାଜସ୍ଥାନ ବିଶ୍ୱବିଦ୍ୟାଳୟର ୩୨ ବର୍ଷ ବୟସ୍କ ମୁକେଶ କୁମାର ଉର୍ଦ୍ଦୁର ସହ-ପ୍ରାଧ୍ୟାପକ ଅଛନ୍ତି। ଉର୍ଦ୍ଦୁ ସମେତ ଅନ୍ୟ ଭାଷା ହେଉଛି ଲିଟରେଚର। ଏହାକୁ ପଢାଇବା ବା ପଢିବା ସଭିଙ୍କର ଅଧିକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା, କାମଦାମ କରନା

ଡଃ. କୁଳାଙ୍ଗାର କରୋନାର ଦୁଃଖକଥା ତ ଏବେ ନିତିନିତି ସବୁସ୍ଥାନରେ ଆଲୋଚନା ହେଉଛି, କିନ୍ତୁ ଏହା ମଧ୍ୟରେ ସୁଖକଥାଟି ଲୁଚିଯାଇଛି। ଅବଶ୍ୟ ସୁଖୀ ଲୋକଙ୍କ ସଂଖ୍ୟା...

ଖାଲି ରାଜସ୍ଥାନ

ରାଜସ୍ଥାନ ବିଧାନସଭାରେ ଦେଖାଦେଇଥିବା ରାଜନୈତିକ ସଙ୍କଟର ସାମ୍ବିଧାନିକ ସମାଧାନ ଦିଗ ଖୋଜାଚାଲିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୩୧ ଜୁଲାଇରେ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ...

ଏଇ ଭାରତରେ

ସେ ମୁସଲମାନ, ପୁଣି ଦିବ୍ୟାଙ୍ଗ; ତଥାପି ଭାରତନାଟ୍ୟମ୍‌ର ଜଣେ ଶ୍ରେଷ୍ଠ ଡ୍ୟାନ୍ସର। ସେହି ସଫଳ କଳାକାର ହେଉଛନ୍ତି ଦିଲ୍ଲୀର ହୁସେନ। ହ୍ବିଲ୍‌ଚେୟାର ତାଙ୍କର ଶାହା ହେଲେ...

ଏଇ ଭାରତରେ

ଚିକିତ୍ସା କ୍ଷେତ୍ରରେ ଡ୍ରୋନ୍‌ ସେବା ଦିଗରେ ବିକ୍ରମ ସିଂଙ୍କ ଯୋଗଦାନ ନିଶ୍ଚିତ ଭାବେ ପ୍ରଶଂସନୀୟ। ସେ ଆଇଆଇଟି, କାନପୁରରୁ କେମିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି।...

ସଶସ୍ତ୍ର ସେନାରେ ମହିଳାଙ୍କୁ ସମାନତା

ଅଜୟ କୁମାର ବ୍ରିଟିଶ ଶାସନ କାଳରୁ ଭାରତୀୟ ପ୍ରତିରକ୍ଷା ବଳରେ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ମହିଳାମାନଙ୍କ ପ୍ରବେଶାଧିକାର ରହିଆସିଥିଲେ ସୁଦ୍ଧା, ସେମାନଙ୍କ ଭୂମିକା ମୁଖ୍ୟତଃ ନର୍ସିଂ...

ବଜ୍ରପାତ ବିଜ୍ଞାନ ଓ ଜୀବନ ସୁରକ୍ଷା

ରିତେଶ କୁମାର ଶିଶୁ   ଆଗକୁ ବର୍ଷାଋତୁ ଆସୁଛି। ଏହି ସମୟରେ ଅନେକ ଲୋକ ଚାଷ କାମ ବେଳେ ରାସ୍ତା କଡ଼ ଗଛମୂଳରେ ଛିଡ଼ାହୋଇ ବଜ୍ରପାତର...

ଏଇ ଭାରତରେ

ଦେଶରେ ବେଳେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିବାବେଳେ ଉତ୍ତରପ୍ରଦେଶର ମିରଟରେ ବାସକରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା...

ମା’ କୋଳ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଆମ ପରମ୍ପରାରେ ଶିଶୁକୁ ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ସ୍ନେହ-ଶ୍ରଦ୍ଧା ଦେଇ ଲାଳନପାଳନ କରିବାର ବିଧି ରହିଛି (ଲାଳୟେତ୍‌ ପଞ୍ଚବର୍ଷାଣି…)। ଏହା...

Advertisement
Archives

Model This Week